Videos
|
Odisha

School Closed / ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତି; ଗୁରୁବାର ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନୱାଡ଼ି ବନ୍ଦ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତି; ଗୁରୁବାର ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନୱାଡ଼ି ବନ୍ଦ
Schools, Anganwadi Centres Shut Due to Heavy Rain

Key Points

ପ୍ରଶାସନ ପକ୍ଷରୁ ଲଗାତାର ୨ ଦିନ ହେଲା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି କରାଯାଇଛି । ଏବେ ବର୍ଷା ଲାଗି ରହିଥିବା ବେଳେ ବଢ଼ି ପାଣି ଛାଡ଼ି ନଥିବାରୁ ପ୍ରଶାସନ ଲଗାତାର ତୃତୀୟ ଦିନ ଗୁରୁବାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛି ।
ଭଦ୍ରକ: ଲଗାଣ ବର୍ଷା ସାଙ୍ଗକୁ ବନ୍ୟା । ଭଦ୍ରକ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଲଗାତାର ୨ ଦିନ ହେଲା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି କରାଯାଇଛି । ଏବେ ବର୍ଷା ଲାଗି ରହିଥିବା ବେଳେ ବଢ଼ି ପାଣି ଛାଡ଼ି ନଥିବାରୁ ପ୍ରଶାସନ ଲଗାତାର ତୃତୀୟ ଦିନ ଗୁରୁବାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛି ।

ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୩୦ ଜୁଲାଇ ଗୁରୁବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିବ ପାଣି 

ଏହି ସମୟରେ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବାକୁ କୁହାଯାଇଛି ।

ବୈତରଣୀ କଲାଣି ବେହାଲ୍

ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଧାମନଗର ବ୍ଲକର ୩୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଧାମନଗର ବ୍ଲକର ଦୋବଲ, ମୁସ୍ତଫାପୁର, ଆନନ୍ଦପୁର, ସୋହଡ଼ା, କରଦା, ପ୍ରଧାନୀ, ଅର୍ଜୁନପୁର, ହସନାବାଦ ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।

ଦୋବଲ-ଧାମନଗର ରାସ୍ତା, ଧାମନଗର-ଫଳପୁର ରାସ୍ତା, ଧୂଷୁରୀ - ହସନାବାଦ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି । ଏହି ସବୁ ପଞ୍ଚାୟତର ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ରାସ୍ତା ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି ।

ଶହ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇ ପଡ଼ିଥିବା ବେଳେ ବନ୍ୟା ବିପନ୍ନ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନେକ ଲୋକ ଛାତ ଉପରେ ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ NDRF ଟିମ୍ ମୁତୟନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ପରିବା ଦରରେ ନିଆଁ; ମହଙ୍ଗା ମାଡ଼ରେ ଘାଇଲା ଖାଉଟି 

ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି । ବ୍ଲକର ନପଙ୍ଗ ପଞ୍ଚାୟତ ଜୋରାଗଡ଼ିଆ ଗାଁରେ ବନ୍ୟା ଜଳ ପ୍ରବେଶ କରିବାରୁ ଗ୍ରାମବାସୀଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗାଁର ରାସ୍ତାଘାଟ, ଘରଦ୍ୱାର ଏପରିକି ମନ୍ଦିର ମଧ୍ୟ ବନ୍ୟା ପାଣିରେ ବୁଡ଼ି ରହିଛି ।

ଘର ଭିତରେ ପାଣି ପଶିଯିବାରୁ ଅନେକ ପରିବାର ଉଚ୍ଚ ସ୍ଥାନ ଓ ରାସ୍ତା କଡ଼ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ନଳକୂପଗୁଡ଼ିକ ଜଳମଗ୍ନ ହୋଇପଡ଼ିଥିବାରୁ ଗାଁରେ ବିଶୁଦ୍ଧ ପାନୀୟ ଜଳର ସଙ୍କଟ ଦେଖା ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: