Videos
|
Odisha

Shopkeeper Killed / ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ; ଚାଲିଗଲା ଦୋକାନୀଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ; ଚାଲିଗଲା ଦୋକାନୀଙ୍କ ଜୀବନ
Ganesh Visarjan Turns Tragic in Bhadrak

Key Points

ପ୍ରଥମେ ଘର ପୋଡ଼ିଦେଲେ, ଏବେ ଜୀବନରୁ ମାରିଦେଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକରେ ଗଡ଼ିଛି ମୁଣ୍ଡ । ଗଣେଶ ଭସାଣି ବେଳେ ସଂଘବଦ୍ଧ ଆକ୍ରମଣରେ ଦୋକାନୀଙ୍କୁ ହତ୍ୟା କରାଯାଇଛି ।
ଭଦ୍ରକ: ଏତଲା ପରେ ଏତଲା । ବର୍ଷେ ପର୍ଯ୍ୟନ୍ତ ଶୁଣିଲାନି ପୋଲିସ । ପ୍ରଥମେ ଘର ପୋଡ଼ିଦେଲେ, ଏବେ ଜୀବନରୁ ମାରିଦେଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକରେ ଗଡ଼ିଛି ମୁଣ୍ଡ । ଗଣେଶ ଭସାଣି ବେଳେ ସଂଘବଦ୍ଧ ଆକ୍ରମଣରେ ଦୋକାନୀଙ୍କୁ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛି ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଆନ୍ଦିଆ ପଞ୍ଚାୟତର ଜେନା ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ସକାଳେ ଲକ୍ଷ୍ମୀଧର ଜେନାଙ୍କ ସହ କିଛି ଲୋକ ଆସି ଗାଳି ଗୁଳଜ କରିଥିଲେ । ଆଉ ସନ୍ଧ୍ୟାରେ ଆସି ଲକ୍ଷ୍ମୀଧର ଦେଇଥିବା କୁକୁଡ଼ା ଦୋକାନୀରୁ ସମସ୍ତ କୁକୁଡ଼ା ସହ ଅନ୍ୟ ସାମଗ୍ରୀ ନେଇ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ରକ୍ତରେ ଭିଜିଲା ନାଟକ ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ 

ଯାହା ପରେ ଲକ୍ଷ୍ମୀଧର ତାଙ୍କ ପୁଅ ପର୍ଶୁରାମକୁ ଡାକିଥିଲେ । ଯାହା ପରେ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଲକ୍ଷ୍ମୀଧର ଜେନା ଓ ପର୍ଶୁରାମଙ୍କୁ ଭୁଜାଲି ଏବଂ କାଚ ବୋତଲରେ ଆକ୍ରମଣ କରିଥିଲେ । ପରିବାରର ଅଭିଯୋଗ ଅନୁସାରେ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପର୍ଶୁରାମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଗଣେଶ ପୂଜା ଭସାଣି ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏତେ ବଡ଼ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ମୃତ ଲକ୍ଷ୍ମୀଧର ଜେନାଙ୍କ ବୋହୂ ପୂଜା ଜେନା ଅଭିଯୋଗ କରିଛନ୍ତି ଯେ, "ବର୍ଷେ ହେଲା ଗ୍ରାମବାସୀଙ୍କ ସହ ଆମର ଝଗଡ଼ା ଲାଗି ରହିଛି । ଆମ କଥା କେହି ଶୁଣୁ ନାହାନ୍ତି । ଏତଲା ପରେ ଏତଲା ଦେଇ ଚାଲିଛୁ, ପୋଲିସ ବୁଝୁନି । ଗୋଟିଏ ଛୋଟ ଝଗଡ଼ାରୁ ଜୀବନ ନେଇ ଯାଇଛନ୍ତି ।"

ଏଥିସହ ପଢ଼ନ୍ତୁ: MKCG ସ୍ତ୍ରୀ ଏବଂ ପ୍ରସୂତି ବିଭାଗ OTର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ 

ପ୍ରଥେମ ଆମ ଘରଦ୍ଵାର ଭାଙ୍ଗି ଦେଇଥିଲେ, ପରେ ପୋଡ଼ି ଦେଲେ । ଆମ ଛୁଆପିଲାଙ୍କୁ ବି ଛାଡ଼ିଲେନି । ମୋ ଶ୍ଵଶୁର, ଦେଢ଼ଶୁର ଓ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଏବେ ପୁଣି ଥରେ ଗଣେଶ ଭସାଣି ବେଳେ ଆମ ଦୋକାନ ଆଗରେ ଆସି ଗାଳି ଗୁଳଜ କଲେ । ଶ୍ଵଶୁର ଓ ଦେଢ଼ଶୁରଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପୂଜା ଜେନା ।