Fire at MKCG Hospital / MKCG ସ୍ତ୍ରୀ ଏବଂ ପ୍ରସୂତି ବିଭାଗ OTର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ
·3 hours ago·2 min read

Key Points
ବ୍ରହ୍ମପୁର MKCG ମେଡିକାଲ୍ରେ ପୁଣି ଅଗ୍ନିକାଣ୍ଡ ହୋଇଛି । ୧୨ ଦିନରେ ଦ୍ଵିତୀୟ ଥର, ୨୩ ଦିନରେ ତୃତୀୟ ଥର ପାଇଁ ନିଆଁ ଲାଗିଛି । ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି ।
ବ୍ରହ୍ମପୁର: ଗୋଟିଏ ପଟେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଯାଞ୍ଚ ଚାଲିଛି । ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଅଭିଯାନ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ମଲ୍ରୁ ହୋଟେଲ୍ ସବୁଠୁ ଅଗ୍ନି ନିରାପତ୍ତା ଯାଞ୍ଚ ସହ ସରପ୍ରାଇଜ୍ ଚେକିଂ ବି ଆଜିଠୁ ଆରମ୍ଭ ହୋଇଛି ।
ସେପଟେ ବ୍ରହ୍ମପୁର MKCG ମେଡିକାଲ୍ରେ ପୁଣି ଅଗ୍ନିକାଣ୍ଡ ହୋଇଛି । ୧୨ ଦିନ ମଧ୍ୟରେ ଦ୍ଵିତୀୟ ଥର, ୨୩ ଦିନ ମଧ୍ୟରେ ତୃତୀୟ ଥର ପାଇଁ ନିଆଁ ଲାଗିଛି । ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (MKCG)ରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଯାହା ମେଡିକାଲ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି ।
ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳିଗଲା ପୂଜା ପେଣ୍ଡାଲ୍; ଅକ୍ଷତ ରହିଲେ ଶ୍ରୀଗଣେଶ
ମଙ୍ଗଳବାର ଅପରାହ୍ଣରେ MKCGରେ ପୁଣି ଥରେ ନିଆଁ ଲାଗିଛି । MKCG ସ୍ତ୍ରୀ ଏବଂ ପ୍ରସୂତି ବିଭାଗ OTର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ହୋଇଛି । ACରୁ ଅଗ୍ନିକାଣ୍ଡ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫଳରେ MKCG ମେଡିକାଲ୍ରେ ବଡ଼ ଅଘଟଣ ଟଳିଯିବା ସହ ଅଳ୍ପକେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଆଁରୁ ବର୍ତ୍ତି ଯାଇଛି । ଦ୍ଵିତୀୟ ମହଲାରେ ନିଆଁ ଲାଗିବା ପରେ ଫ୍ଲୋର୍ ଧୂଆଁମୟ ହୋଇ ଯାଇଥିଲା । ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ ଏସକୁ ଛାଡ଼ି ଦେଲେ ଅନ୍ୟ କୌଣସି କ୍ଷୟକ୍ଷତି ଘଟି ନାହିଁ ।
ଏହା ପୂର୍ବରୁ ଗତ ୪ ତାରିଖରେ ଏମକେସିଜି ମେଡିକାଲ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ପୁରୁଷ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ତଳ ମହଲାରେ ଥିବା କିଚେନ ରୁମରେ ଗ୍ୟାସ୍ ପାଇପ ଲିକ୍ ହୋଇ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ସେତେବେଳେ ଅନୁଷ୍ଠାନର ଅଗ୍ନି ନିର୍ବାପକ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ସହ ଅବଧି ସରି ଯାଇଥିବା ଜଣା ପଡ଼ିଥିଲା ।
ଅଗଷ୍ଟରେ ବି ଲାଗିଥିଲା ନିଆଁ
ତା ପୂର୍ବରୁ ଅଗଷ୍ଟ ୨୩ ତାରିଖରେ ଏମକେସିଜି ମେଡିକାଲର ମେଡିସିନ୍ ବିଭାଗରେ ସାମାନ୍ୟ ନିଆଁ ଲାଗିଥିଲା । ମେଡିସିନ ବିଭାଗର ଏକ ବୋର୍ଡରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଡାକିଥିଲେ ରୋଗୀ । ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା ।
ମେରେ ଯକ୍ଷ୍ମା ୱାର୍ଡରେ ହୋଇଥିଲା ଅଗ୍ନିକାଣ୍ଡ
୨୦୨୬ ମେ ୨୮ ତାରିଖରେ MKCGର ଯକ୍ଷ୍ମା ୱାର୍ଡରେ ନିଆଁ ଲାଗିଥିଲା । କାନ୍ଥରେ ଲାଗିଥିବା ଫ୍ୟାନରୁ ସର୍ଟ ସର୍କିଟ୍ ହୋଇଥିଲା । ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ।

ଅଗ୍ନିଶମ ଡିଜିଙ୍କ ସମୀକ୍ଷା
MKCGରେ ଏଭଳି ବାରମ୍ବାର ନିଆଁ ଲାଗୁଥିବା ବେଳେ ୨୦୨୬ ଏପ୍ରିଲ୍ ୩ ତାରିଖରେ ବ୍ରହ୍ମପୁର ଗସ୍ତରେ ଆସି ଏମକେସିଜି ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଏମକେସିଜି ମେଡିକାଲରେ ସମସ୍ତ କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଓ ମେଡିକାଲର ଡିନ୍ଙ୍କୁ ପଚାରି ବୁଝିଥିଲେ ।
ଏଥିସହ ପଢ଼ନ୍ତୁ: ରାସ୍ତା ମଝିରେ ଜଳିଲା LPG ସିଲିଣ୍ଡର ବୋଝେଇ ଟ୍ରକ୍, ଅଳ୍ପକେ ଟଳିଲା ବଡ଼ ଅଘଟଣ
ଏମକେସିଜି ମେଡିକାଲରେ ୨୨ଟି କୋଠା ରହିଥିବା ବେଳେ ସବୁ କୋଠାରେ ପ୍ରାୟତଃ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି । ଏହାସହ ଏମକେସିଜି ମେଡିକାଲ ପରିସରରେ ଏକ ଅଗ୍ନିଶମ କେନ୍ଦ୍ର ମଧ୍ୟ ରହିଛି ।

Related Topics
Explore more stories