Videos
|
Odisha

Schools Closed / ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି; କାଲି ୧୬୬ଟି ସ୍କୁଲ ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି; କାଲି ୧୬୬ଟି ସ୍କୁଲ ଛୁଟି
Schools Closed Tomorrow

Key Points

ପୁଣି ବର୍ଷା ପାଇଁ ସ୍କୁଲ ଛୁଟି
ପିଲାଙ୍କ ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି
ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ, ସାଳନ୍ଦୀ ଓ ଶାଖା ନଦୀ କୋଚିଳା, ରେବ, କପାଳୀ ଓ ନାଳିଆ ନଦୀରେ ବନ୍ୟା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ଏତେ ବଡ଼ ବନ୍ୟା ସୃଷ୍ଟି ହୋଇଛି ଯେ ଜିଲ୍ଲାର ୭ଟି ବ୍ଲକ ପ୍ରଭାବିତ ହୋଇଛି । ପ୍ରାୟ ୮୧ଟି ପଞ୍ଚାୟତର ୨୦୫ରୁ ଊର୍ଦ୍ଧ୍ଵ ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛି । ଜିଲ୍ଲାରେ ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ଵ ଲୋକମାନେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିଲାଗି ଆସନ୍ତାକାଲି ଜିଲ୍ଲାରେ ୧୬୬ଟି ସ୍କୁଲ ବନ୍ଦ ଘୋଷଣା ହୋଇଛି ।

  • ଆସନ୍ତାକାଲି ଭଦ୍ରକରେ ସ୍କୁଲ ବନ୍ଦ
ଜିଲ୍ଲାରେ ଲଗାତାର ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍‌ର (ଧାମନଗର, ଭଦ୍ରକ, ଚାନ୍ଦବାଲି , ତିହିଡି, ବାସୁଦେବପୁର) ୧୬୬ଟି ପ୍ରଭାବିତ ବିଦ୍ୟାଳୟରେ ଆସନ୍ତାକାଲି ୩୦ ସେପ୍ଟେମ୍ବର ୨୦୨୬ (ବୁଧବାର ) ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକଳାପ ବନ୍ଦ ରହିବ ।

  • ବର୍ଷା ପାଇଁ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି
ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାକୁ ୩୦ରୁ ୪୦ କିମି ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପଢନ୍ତୁ ଏହି ଖବର: ବିଳମ୍ବରେ ଫେରିବ ମୌସୁମୀ…୧୫ ରାଜ୍ୟରେ ପ୍ରବଳ ବର୍ଷା ଆଲର୍ଟ…ଦିଲ୍ଲୀ-NCRରେ ବଦଳିଲା ପାଗ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବର୍ଷା ଉଜାଡିଛି ଜୀବନ ଜୀବିକା
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଖପରପଦା ପଞ୍ଚାୟତର ଲୁଣିଆ ଗ୍ରାମର ସାଶନ ସାହିରେ ବନ୍ୟା ଜଳ ଗାଁରେ ଏବେ ବି ୨ ଫୁଟ ଉପରେ ପ୍ରବାହିତ ହେଉଛି । ଗାଁରୁ ଲୋକମାନେ ବାହାରିବାକୁ ହେଲେ ବନ୍ୟା ପାଣି ଭିତରେ ପଶି ଯିବାକୁ ପଡୁଛି । ବିଶେଷ କରି ନାଳିଆ ନଦୀରେ ଆଙ୍କପଦା ନିକଟରେ ଏକ ବଡ଼ ଘାଇ ସୃଷ୍ଟି ହେବା ଦ୍ୱାରା ସେହି ନଦୀର ପାଣି ସିଧା ଏହି ଗାଁକୁ ପ୍ରବେଶ କରୁଛି । ଯାହା ଫଳରେ ବନ୍ୟା ପାଣି ଏହି ଗାଁ ଚାରିପାଖେ ମାଡ଼ି ରହିଛି । ଏହି ବନ୍ୟାରେ ଅନେକ ଘର, ଚାଷ ଜମି, ପନିପରିବା ଚାଷ ବି ନଷ୍ଟ ହୋଇଛି । ଏବେବି ଅନେକ ଗାଁରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ । ବନ୍ୟାର ପ୍ରକୋପ ଉପରେ ଛାଡି ଯାଇଥିବା ବେଳେ ତଳିଆ ଅଞ୍ଚଳରେ ଏବେ ବି ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।