Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Accident / ଭଣଜାର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇଥିଲା ମାମୁ; ଚାପିଦେଲା ହାଇୱା, ୨ ମୃତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭଣଜାର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇଥିଲା ମାମୁ; ଚାପିଦେଲା ହାଇୱା, ୨ ମୃତ
Birth Certificate Trip Ends in Tragedy, Two Dead

Key Points

ଯେମିତି ଭଣଜାର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫେରିଲା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଜ୍ ଉପରୁ ବୁଦାକୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛି ମାମୁର ଜୀବନ ।
ଢେଙ୍କାନାଳ: ମୃତ୍ୟୁ- କାହା ପାଇଁ କେତେବେଳେ କେଉଁଠି କେମିତି ଆସିବ ତାହା କହିବା ମୁସ୍କିଲ୍ । ଏଇ ଯେମିତି ଭଣଜାର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫେରିଲା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଜ୍ ଉପରୁ ବୁଦାକୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛି ମାମୁର ଜୀବନ । ଏଭଳି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ ୧୬ରେ ।

ସୂଚନା ଅନୁସାରେ, କେନ୍ଦୁଆପଦା ଅଞ୍ଚଳର ଦିଗବିଜୟ ଜେନାଙ୍କ ସହ ତାଙ୍କର ଆଉ ୨ ଜଣ ସାଙ୍ଗ ଗୋଟିଏ ବାଇକ୍‌ରେ ମେଡିକାଲ୍ ଯାଇଥିଲେ । ଦିଗବିଜୟ ତାଙ୍କ ଭଣଜାଙ୍କ ଜନ୍ମପ୍ରମାଣପତ୍ର ଆଣିବାକୁ ସାଙ୍ଗମାନଙ୍କ ସହ ଯାଇଥିଲେ । ହେଲେ ମେଡିକାଲ୍ କର୍ତ୍ତୃପକ୍ଷ ମନା କରିବାରୁ ଫେରି ଆସିଥିଲେ ।

ଏଥିସହ ପଢ଼ନ୍ତୁ: ବଡ଼ ଧରଣର ରେଳ ଦୁର୍ଘଟଣା; ସ୍କୁଲ୍‌ ଭ୍ୟାନ୍‌କୁ ୫୦ ଫୁଟ୍ ଘୋଷାଡ଼ି ନେଲା ଟ୍ରେନ୍, ୩ ମୃତ 

କିନ୍ତୁ କିଏ ଜାଣିଥିଲା ସେମାନଙ୍କ ଫେରିବା ବାଟରେ ଯମ ଛକି ବସିଛି । ଗୋଟିଏ ବାଇକ୍‌ରେ ୩ ଜଣ ଘରକୁ ଫେରୁଥିଲେ । ଜାତୀୟ ରାଜପଥ ୧୬ର ଗେଲପୁର ଗୋପବନ୍ଧୁପୁର ନିକଟରେ ଅଟକିଥିଲେ । ରାସ୍ତାକଡ଼ରେ ବାଇକ୍ ଷ୍ଟାଣ୍ଡ ମାରି ଛିଡ଼ା ହୋଇଥିବା ବେଳେ ପଛରୁ ଏକ ହାଇୱା ଆସି ବାଇକ୍‌କୁ ଚାପି ଦେଇଥିଲା ।

ହାଇୱାକୁ ଦେଖି ଦିଗବିଜୟ ବ୍ରିଜ୍‌ ଉପରୁ ବୁଦାକୁ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି ସିନା ଜୀବନ ବଞ୍ଚି ଯାଇଛି । ହେଲେ ଏହି ହାଇୱା ଚାପି ଦେବାରୁ ଦିଗବିଜୟଙ୍କ ସାଙ୍ଗରେ ଥବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ୧୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଉତ୍ତେଜନା ଲାଗି ରହିଥିଲା ।

ଆହତ ହୋଇଥିବା ଦିଗବିଜୟ କହିଛନ୍ତି, "ଆମେ ରାସ୍ତା କଡ଼ରେ ଗାଡ଼ି ରଖି ଛିଡ଼ା ହୋଇଥିଲୁ । ସେହି ସମୟରେ ମୁଁ ଟିକିଏ ଦୂରୁକୁ ଯାଉଥିବା ବେଳେ ହାଇୱା ଆସି ବାଇକ୍‌ ଉପରେ ଚଢ଼ାଇ ଦେଇଥିଲା । ଗାଡ଼ିକୁ ଦେଖି ବୁଦାକୁ ଡେଇଁବାରୁ ମୋ ଜୀବନ ବଞ୍ଚି ଯାଇଛି । ଆଉ ୨ ଜଣଙ୍କୁ ଟ୍ରକ୍ ଚାପି ଦେଇଛି ।"

ଏଥିସହ ପଢ଼ନ୍ତୁ: IIC ବିୟୁଟି ମହାନ୍ତିଙ୍କ ମୋବାଇଲ୍ ଫୋନ୍‌ ଡାଟାର ପୋଲିସ କରୁଛି ଆନାଲିସିସ୍ 

ହାଇୱା ଚାପାରେ ୨ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଓ ଦମକଳ ବାହନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ହାଇୱାଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored