Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଫସର ଫାଟିଲା ବିଜେଡିର ମହିଳା ସମ୍ମାନ ସ୍ଲୋଗାନ୍, ୨୪ ବର୍ଷର ଫମ୍ପା ବିକାଶର ଖୋଲିଲା ପୋଲ

ଫସର ଫାଟିଲା ବିଜେଡିର ମହିଳା ସମ୍ମାନ ସ୍ଲୋଗାନ୍, ୨୪ ବର୍ଷର ଫମ୍ପା ବିକାଶର ଖୋଲିଲା ପୋଲ

By: Jitendra Dash

Odisha| Mon, Dec 18 | 8:58 am

ଫସର ଫାଟିଲା ବିଜେଡିର ମହିଳା ସମ୍ମାନ ସ୍ଲୋଗାନ୍, ୨୪ ବର୍ଷର ଫମ୍ପା ବିକାଶର ଖୋଲିଲା ପୋଲ

ଅର୍ଗସ ବ୍ୟୁରୋ : ଆନ୍ଧ୍ର ମାଟିରୁ ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ କରୁଛନ୍ତି ଓଡ଼ିଆ ଝିଅ ବୋହୁ । ପ୍ରାୟ ୧୫୦ ଓଡ଼ିଆ ଦାଦନ କ୍ରିଷ୍ଣା ଜିଲ୍ଲାର କୁଚୁପଢି ସ୍ଥିତ ଜୟ ଲକ୍ଷ୍ମୀ କମ୍ପାନୀରେ ଏମାନେ କାମ କରୁଥିଲେ । ତେବେ କମ୍ମାନୀ ଏମାନଙ୍କୁ ଦରମା ନଦେଇ ୩ ଦିନ ଧରି ଓପାସରେ ରଖି ନିର୍ଯ୍ୟାତନା ଦେବା ପରେ ରାତି ଅଧରେ ଗେଟ୍ ବାହାରକୁ ବାହାର କରିଦେଇଛି । ଏପରିକି ଏହି ଓଡ଼ିଆ ଶ୍ରମିକଙ୍କ ଉପରେ ଆକ୍ରମଣ କରିବାକୁ କମ୍ପାନୀ ମାଲିକ ବାହାରେ ଲୋକଙ୍କୁ ଜଗାଇଥିବା ଅଭିଯୋଗ କରିଛନ୍ତି ଏମାନେ । ପ୍ରାୟ ୧୦୦ ମହିଳା ଓ ୫୦ରୁ ଅଧିକ ପୁରୁଷ ସେମାନଙ୍କ ଜୀବନ ରକ୍ଷା ପାଇଁ ଓଡ଼ିଶା ସରକାରଙ୍କୁ ନେହୁରା ହୋଇ ନିବେଦନ କରୁଛନ୍ତି ।

ବିଜେଡି ସରକାରଙ୍କ ମାଆକୁ ସମ୍ମାନର ଫମ୍ପା ସ୍ଲୋଗାନର ସତ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର ଭଦ୍ରକ ଜିଲ୍ଲାରେ ଏବଂ ଆଉ କିଛି ଲୋକଙ୍କ ଘର ପଶ୍ଚିମ ଓଡ଼ିଶାରେ । ବିଧାନସଭାରେ ତତକାଳୀନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ଉତ୍ତର କହୁଛି ଭଦ୍ରକ ହେଉଛି ଦାଦାନ ଶୂନ୍ୟ ଜିଲ୍ଲା । ଯଦି ଭଦ୍ରକ ଦାଦନ ଶୂନ୍ୟ ଜିଲ୍ଲା ଏତେ ସଂଖ୍ୟାରେ ଯୁବକ ଯୁବତୀ ଓ ମହିଳା କେମିତି ଯାଇ ଆନ୍ଧ୍ରରେ ଦାଦାନ ଖଟୁଥିଲେ । ଆଉ କେତେ ମିଛ ତଥ୍ୟ ଦେଇ ନିଜ ଅପାରଗତାକୁ ଘୋଡ଼ାଇବେ ୨୪ ବର୍ଷର ବିଜେଡି ସରକାର । 

ଅଧିକ ପଢନ୍ତ ଓଡ଼ିଶା ଖବର

କେବେ ଭାଙ୍ଗିବ ରାଜ୍ୟ ସରକାରଙ୍କ ନିଦ ? ଆଉ କେତେ ପ୍ରମାଣ ଦେଖିଲେ ସତକୁ ସ୍ବୀକାର କରିବେ ? ଗୋଟିଏ ପଟେ ମାଆକୁ ସମ୍ମାନର ସ୍ଲୋଗାନ ଦେଉଛନ୍ତି ଆଉ ଅନ୍ୟପଟେ ଓଡ଼ିଆ ଝିଅ ବୋହୁ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଇଏ କଣ ବିଜେଡି ସରକାରଙ୍କ ମହିଳାଙ୍କୁ ସମ୍ମାନ ? ଏ ଯୁବକ ଯୁବତୀଙ୍କ ଆକୁଳ ନିବେଦନ ଶାସନ ମୁଖିଆ ଓ ଶ୍ରମମନ୍ତ୍ରୀଙ୍କ କାନରେ ପଡୁନାହିଁ କି ? ଏମାନଙ୍କୁ ସକୁଶଳ ଘରକୁ ଫେରାଇ ଆଣିବା ପାଇଁ ତ୍ବରିତ ପଦକ୍ଷେପ ନେବେ କି ବିଜେଡି ସରକାର ? 

Sponsored By!

Related Articles :