Videos
|
Odisha

ଫସର ଫାଟିଲା ବିଜେଡିର ମହିଳା ସମ୍ମାନ ସ୍ଲୋଗାନ୍, ୨୪ ବର୍ଷର ଫମ୍ପା ବିକାଶର ଖୋଲିଲା ପୋଲ

Jitendra Dash
Browse all articles by Jitendra Dash
·2 years ago·2 min read
ଫସର ଫାଟିଲା ବିଜେଡିର ମହିଳା ସମ୍ମାନ ସ୍ଲୋଗାନ୍, ୨୪ ବର୍ଷର ଫମ୍ପା ବିକାଶର ଖୋଲିଲା ପୋଲ

ଅର୍ଗସ ବ୍ୟୁରୋ : ଆନ୍ଧ୍ର ମାଟିରୁ ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ କରୁଛନ୍ତି ଓଡ଼ିଆ ଝିଅ ବୋହୁ । ପ୍ରାୟ ୧୫୦ ଓଡ଼ିଆ ଦାଦନ କ୍ରିଷ୍ଣା ଜିଲ୍ଲାର କୁଚୁପଢି ସ୍ଥିତ ଜୟ ଲକ୍ଷ୍ମୀ କମ୍ପାନୀରେ ଏମାନେ କାମ କରୁଥିଲେ । ତେବେ କମ୍ମାନୀ ଏମାନଙ୍କୁ ଦରମା ନଦେଇ ୩ ଦିନ ଧରି ଓପାସରେ ରଖି ନିର୍ଯ୍ୟାତନା ଦେବା ପରେ ରାତି ଅଧରେ ଗେଟ୍ ବାହାରକୁ ବାହାର କରିଦେଇଛି । ଏପରିକି ଏହି ଓଡ଼ିଆ ଶ୍ରମିକଙ୍କ ଉପରେ ଆକ୍ରମଣ କରିବାକୁ କମ୍ପାନୀ ମାଲିକ ବାହାରେ ଲୋକଙ୍କୁ ଜଗାଇଥିବା ଅଭିଯୋଗ କରିଛନ୍ତି ଏମାନେ । ପ୍ରାୟ ୧୦୦ ମହିଳା ଓ ୫୦ରୁ ଅଧିକ ପୁରୁଷ ସେମାନଙ୍କ ଜୀବନ ରକ୍ଷା ପାଇଁ ଓଡ଼ିଶା ସରକାରଙ୍କୁ ନେହୁରା ହୋଇ ନିବେଦନ କରୁଛନ୍ତି ।

ବିଜେଡି ସରକାରଙ୍କ ମାଆକୁ ସମ୍ମାନର ଫମ୍ପା ସ୍ଲୋଗାନର ସତ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର ଭଦ୍ରକ ଜିଲ୍ଲାରେ ଏବଂ ଆଉ କିଛି ଲୋକଙ୍କ ଘର ପଶ୍ଚିମ ଓଡ଼ିଶାରେ । ବିଧାନସଭାରେ ତତକାଳୀନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ଉତ୍ତର କହୁଛି ଭଦ୍ରକ ହେଉଛି ଦାଦାନ ଶୂନ୍ୟ ଜିଲ୍ଲା । ଯଦି ଭଦ୍ରକ ଦାଦନ ଶୂନ୍ୟ ଜିଲ୍ଲା ଏତେ ସଂଖ୍ୟାରେ ଯୁବକ ଯୁବତୀ ଓ ମହିଳା କେମିତି ଯାଇ ଆନ୍ଧ୍ରରେ ଦାଦାନ ଖଟୁଥିଲେ । ଆଉ କେତେ ମିଛ ତଥ୍ୟ ଦେଇ ନିଜ ଅପାରଗତାକୁ ଘୋଡ଼ାଇବେ ୨୪ ବର୍ଷର ବିଜେଡି ସରକାର । 

ଅଧିକ ପଢନ୍ତ ଓଡ଼ିଶା ଖବର

କେବେ ଭାଙ୍ଗିବ ରାଜ୍ୟ ସରକାରଙ୍କ ନିଦ ? ଆଉ କେତେ ପ୍ରମାଣ ଦେଖିଲେ ସତକୁ ସ୍ବୀକାର କରିବେ ? ଗୋଟିଏ ପଟେ ମାଆକୁ ସମ୍ମାନର ସ୍ଲୋଗାନ ଦେଉଛନ୍ତି ଆଉ ଅନ୍ୟପଟେ ଓଡ଼ିଆ ଝିଅ ବୋହୁ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଇଏ କଣ ବିଜେଡି ସରକାରଙ୍କ ମହିଳାଙ୍କୁ ସମ୍ମାନ ? ଏ ଯୁବକ ଯୁବତୀଙ୍କ ଆକୁଳ ନିବେଦନ ଶାସନ ମୁଖିଆ ଓ ଶ୍ରମମନ୍ତ୍ରୀଙ୍କ କାନରେ ପଡୁନାହିଁ କି ? ଏମାନଙ୍କୁ ସକୁଶଳ ଘରକୁ ଫେରାଇ ଆଣିବା ପାଇଁ ତ୍ବରିତ ପଦକ୍ଷେପ ନେବେ କି ବିଜେଡି ସରକାର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhadrak Labour Issues | Argus News