Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ : ଭଦ୍ରକ ଚିଙ୍ଗୁଡ଼ିପୁର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ଯାଜପୁର ବ୍ରହ୍ମଣ ବାଛପୁର ଗାଁର କେଦାରନାଥ ପରିଡା । ପରେ ପରିବାର ଲୋକଙ୍କୁ କେଦାରନାଥଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରିବାର ଲୋକେ ଏହି ଖବର ଶୁଣି ତୁରନ୍ତ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ। କେଦାରନାଥଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଦେଖିଥିଲେ। କେଦାରନାଥଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhadrak murder case | Argus News