ବନ୍ତ ବଜାରରେ ପୋଲିସ୍ ଜନତା ହାତାହାତି, ପୋଲିସ ମାଡ଼ରେ ଏକାଧିକ ଆହତ

ଅର୍ଗସ ବ୍ୟୁରୋ : ଆନନ୍ଦପୁର ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ସ୍କୁଲ ଛାତ୍ର ଆହତ ହୋଇଥିବା ବେଳେ ବାଲି ବୋଝେଇ ହାଇୱାଟି ଘଟଣା ସ୍ଥଳରୁ ଖସି ପଳାଇ ଆସୁଥିଲା ଗାଡ଼ିକୁ ପଛ କରି ଆହତଙ୍କ ସମ୍ପର୍କୀୟ ବନ୍ତ ବଜାରରେ ପହଞ୍ଚି ଥିଲେ I ଏହି ସମୟରେ କିଛି ଲୋକ କଣ ହୋଇଛି ପଚାରିବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଅଟକାଇ ଥିଲା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ବନ୍ତ ପୋଲିସ୍ ଉତ୍ତେଜନା ସ୍ଥଳ ଥାନା ଛକରେ ପହଞ୍ଚି ଥିବା ବେଳେ ପୋଲିସ୍ ଉପସ୍ଥିତ ଲୋକଙ୍କ ସହ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ନୋ ଏଣ୍ଟ୍ରି ସମୟରେ କାହିଁକି ହାଇୱା ଆସିଥିଲା ବୋଲି ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ ଯାହାକୁ ନେଇ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହ ଉତ୍ତେଜନା ବୃଦ୍ଧି ପାଇଥିଲା ଫଳରେ ପୋଲିସ୍ କର୍ମଚାରୀ ମାନେ ହଠାତ୍ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ।
ତେବେ ବାଲି ଗାଡ଼ି ସକାଳ ୬ଟା ଠାରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ବନ୍ତ ବଜାର ଦେଇ ଚଳାଚଳ ନିଷେଧ ଥିବା ବେଳେ କିପରି ଗାଡ଼ିଟି ଶ୍ରିବନ୍ତପୁର ନିକଟରେ ହେଉଥିବା ନୋ ଏଣ୍ଟ୍ରି ନିକଟରୁ ଖସି ଦୁର୍ଘଟଣା ଘଟାଇ ଖସି ପଳାଇ ଆସିଲା ତାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଚି ।