Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ

Odisha

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ

Jitendra Dash
Browse all articles by Jitendra Dash
·2 years ago·1 min read
ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅର୍ଗସ ବ୍ୟୁରୋ : ଭଦ୍ରକ ୧୬ନଂ ଜାତୀୟ ରାଜପଥ ଆରଡ଼ି ଛକ ନିକଟରେ ଦୁର୍ଘଟଣା । ବୋଲେରୋ ଗାଡିକୁ ଧକ୍କା ଦେଲା ହାଇୱା ଗାଡି । ଦୁର୍ଘଟଣାରେ ଜଣେ ମୃତ, ୬ ଜଣ ଗୁରୁତ୍ୱର, ଓ ୪ ଜଣ ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ଏକ ବୋଲେରୋ ଗାଡ଼ିରେ ପୁରୀ ଜଗନ୍ନାଥ ଧାମକୁ ଦର୍ଶନ କରିବାକୁ ଯାଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ପୁରୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଭଦ୍ରକ ଆରଡ଼ି ଛକ ନିକଟରେ ଏକ ହାଇୱା ଗାଡି ଏହି ବୋଲେରୋ ଗାଡିକୁ ଧକ୍କା ଦେଇ ଫେରାର ହୋଇ ଯାଇଛି । ଏହି ଧକ୍କା ହେବା ଫଳରେ ବୋଲେରୋ ବସିଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତ୍ୱର ହୋଇଛନ୍ତି । ଏହି ଘଟଣାର ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବୋଲେରୋ ଗାଡି ଟିକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhadrak road accident | Argus News