Videos
|
Odisha

Snake Bite Tragedy / ଗୋଟିଏ ଜୁଇରେ ଜଳିଲେ ସ୍ଵାମୀ, ସ୍ତ୍ରୀ; ଦୁଇ ଛୁଆଙ୍କ ମୁଣ୍ଡ ଉପରୁ ହଟିଗଲା ଛାୟା

Sushanta Sahoo
Browse all articles by Sushanta Sahoo
·46 mins ago·2 min read
ଗୋଟିଏ ଜୁଇରେ ଜଳିଲେ ସ୍ଵାମୀ, ସ୍ତ୍ରୀ; ଦୁଇ ଛୁଆଙ୍କ ମୁଣ୍ଡ ଉପରୁ ହଟିଗଲା ଛାୟା
Husband-Wife Die, Two Children Orphaned

Key Points

ମାତ୍ର ୪୮ ଘଣ୍ଟା ଭିତରେ ଗୋଟିଏ ଘରୁ ଦୁଇ ଦୁଇଟି କୋକେଇ ଉଠିଛି । ଗୋଟିଏ ଜୁଇରେ ଦମ୍ପତିଙ୍କ ସତ୍କାର କରାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର ମଧୁପୁର ଗାଁରେ ।
ଭଦ୍ରକ: ପ୍ରଥମେ ସ୍ତ୍ରୀ, ଦିନକ ପରେ ସ୍ଵାମୀ । ୩ ଫୁଟ୍‌ର ଚିତି ସାପ ନେଇଗଲା ଦୁଇ ଜୀବନ । ବୃଦ୍ଧ ବାପାମାଆଙ୍କ ସହ ଦୁଇ ଛୁଆଙ୍କ ସବୁ ଆଶା ଭରସା ଛଡ଼ାଇ ନେଲା । ମାତ୍ର ୪୮ ଘଣ୍ଟା ଭିତରେ ଗୋଟିଏ ଘରୁ ଦୁଇ ଦୁଇଟି କୋକେଇ ଉଠିଛି । ଗୋଟିଏ ଜୁଇରେ ଦମ୍ପତିଙ୍କ ସତ୍କାର କରାଯାଇଛି ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର ମଧୁପୁର ଗାଁରେ । ବନ୍ୟାଜଳ ଛାଡ଼ିବା ପରେ ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ାରେ ପ୍ରଥମେ ସ୍ତ୍ରୀ ଓ ପରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଫ୍ଲାଏଓଭର୍‌ ଉପରେ ଅଘଟଣ; ୱାଲ୍‌ରେ ପିଟି ହୋଇ ତଳକୁ ଖସିବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ 

ସୂଚନା ଅନୁସାରେ, ୩ ତାରିଖ ଦିନ ପ୍ରଥମେ ପରମାନନ୍ଦ ବାରିକଙ୍କ ସ୍ତ୍ରୀକୁ ସାପ କାମୁଡ଼ିଥିଲା । ପ୍ରମିଳା ଜାଣି ପାରି ନଥିଲେ, ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ୱାମୀ ପରମାନନ୍ଦ ଓ ଗ୍ରାମବାସୀ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସ୍ତ୍ରୀ ପ୍ରମିଳାର ମୃତଦେହ ଧରି ଗାଁକୁ ଫେରିବା ପରେ ପୋତି ଦେଇଥିଲେ ଗ୍ରାମବାସୀ ଓ ପରମାନନ୍ଦ । ତା' ପରଦିନ ପରମାନନ୍ଦ ଘରେ ରାତିରେ ଶୋଇଥିବା ବେଳେ ତାଙ୍କୁ ବି ସାପ କାମୁଡ଼ିଥିଲା । ପରମାନନ୍ଦ ଅସୁସ୍ଥ ହେବାରୁ ଗ୍ରାମବାସୀ ମାନେ ତାଙ୍କୁ ତିହିଡି଼ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେଠାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଭଦ୍ରକ ଫେରାଇ ଆଣି ଶବ ବ୍ୟବଛେଦ ପାଇଁ ରଖା ଯାଇଥିଲା । ପୋତା ଯାଇଥିବା ପ୍ରମିଳାଙ୍କ ମୃତଦେହ କାଢ଼ି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ନିଆ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ; ମା' ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ 

ଶନିବାର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ବ୍ୟବଛେଦ କରାଯାଇଛି । ଉଭୟଙ୍କ ମୃତଦେହକୁ ଗାଁ ମଶାଣିରେ ଗୋଟିଏ ଜୁଇରେ ଦାହ କରାଯାଇଛି । ଯାହାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଦମ୍ପତିଙ୍କ ମୃତ୍ୟୁ ପରେ ଦୁଇ ପିଲା ବାପାମାଆ ଛେଉଣ୍ଡ ହୋଇ ଯାଇଛନ୍ତି । ବୃଦ୍ଧ ଜେଜେବାପା, ଜେଜେମାଆ ଦୁଇ ଛୁଆଙ୍କୁ ନେଇ କେମିତି ଚଳିବେ ତାକୁ ନେଇ ଭାଳେଣି ପଡ଼ିଛି ।

ସେପଟେ ମୃତ ପରମାନନ୍ଦଙ୍କ ଘରୁ ସାପ ଉଦ୍ଧାର ହୋଇଛି । ଘର ଭିତରୁ ସାଢେ ୩ ଫୁଟ୍‌ର ପାହାଡ଼ିଆ ଚିତି ସାପ ଉଦ୍ଧାର କରାଯାଇଛି । ଶୋଇବା ଘରର କାନ୍ଥ ଭିତରୁ ମିଳିଛି ସାପ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ କେଉଁ କାରଣରୁ ଦମ୍ପତିଙ୍କ ମୃତ୍ୟୁ ହେଲା ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।