Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଜନ ସମ୍ରାଟଙ୍କୁ ଅସମ୍ମାନ, ଅଳିଆ ଗଦାରେ ପଡ଼ିଛି ପ୍ରତିମୂର୍ତ୍ତି

Jitendra Dash
Browse all articles by Jitendra Dash
·2 years ago·2 min read
ଭଜନ ସମ୍ରାଟଙ୍କୁ ଅସମ୍ମାନ, ଅଳିଆ ଗଦାରେ ପଡ଼ିଛି ପ୍ରତିମୂର୍ତ୍ତି

ଅର୍ଗସ ବ୍ୟୁରୋ : କଣ୍ଠରେ ଭାବ ହୃଦୟରେ ଭକ୍ତି ଏବଂ ମନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା । କେତେବେଳେ ତାଙ୍କ ‘ହାତରେ ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’ । ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ବଡଦାଣ୍ଡରେ ଯୋଗୀଟିଏ ହେବାକୁ  ଅଭିଳାଷା । ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଆଉ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସାଜିଲେ ‘ଭଜନ ସମ୍ରାଟ’ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଦିନରେ ତାଙ୍କୁ ଅସମ୍ମାନ କରିଛି କଟକ ମହାନଗର ନିଗମ । କେବଳ ସେତିକି ନୁହେଁ ପ୍ରତିମୂର୍ତ୍ତିକୁ ତାର ଖୁଣ୍ଟରେ ଗୋଡ ଏବଂ ଅଣ୍ଟାକୁ ବାନ୍ଧି ମଧ୍ୟ ଦିଆ ଯାଇଛି । ଶ୍ରାଦ୍ଧ ଦିବସରେ ତାଙ୍କ ବେକରେ ଫୁଲ ମାଲ ଟିଏ ଦେବା ପାଇଁ ପ୍ରତିମୂର୍ତ୍ତି ଟିଏ ନାହିଁ ।  ଖାନଗର ପାର୍କରେ ଯେଉଁଠି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା , କଟକ ନେତାଜୀ ବସ ଟର୍ମିନାଲ ପାଇଁ ସେଠାରୁ ପ୍ରତିମୂର୍ତ୍ତି ଉଠାଇ ନିଆ ଯାଇଥିଲା । ତା ପରଠାରୁ ପ୍ରତିମୂର୍ତ୍ତିକୁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରେ ଜରୀ ଘୋଡାଇ ରଖି ଦିଆ ଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ନେତାଜୀ ବସ ଟର୍ମିନାଲ ର ରାସ୍ତା ସଂପ୍ରସାର ପାଇଁ ଖାନାଗର ରେ ଥିବା ଗଣକବି ବୈଷ୍ଣବ ପାଣି ପାର୍କରୁ ଭିକାରୀ ବଳ ଏବଂ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତିକୁ ସିଏମସି ପକ୍ଷରୁ ସ୍ଥାନଅନ୍ତର ହୋଇଥିଲା । ଏବେ ଗଣ କବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପିତ କରାଯାଇଥିବା ବେଳେ ଭକାରୀବଳଙ୍କ ପ୍ରତିମୂର୍ତ୍ତିକୁ  ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରେ ଫୋପାଡ଼ି ଦିଆ ଯାଇଛି । ସେପଟେ ମେୟର କହିଛନ୍ତି ଭଜନ ସମ୍ରାଟ ଭିକାରୀ ବଳ ଓଡିଶାର ଗର୍ବ ଓ ଗୌରବ ଓଡିଶା ପ୍ରତି ତାଙ୍କର ଅବଦାନ ରହିଛି । ଦେଖିବାକୁ ବାକି ରହିଲା କେବେ ‘ଭଜନ ସମ୍ରାଟ’ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଉଚିତ ସମ୍ମାନ ମିଳୁଛି ।
 

Sponsored
Bhajan is disrespectful to the emperor, the statue is lying in the garbage heap | Argus News