Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୂପାନ୍ତିକରଣ ନାଁରେ ଚଳୁକରିଦେଲେ ଲକ୍ଷ ଲକ୍ଷ ଟଙ୍କା

Jitendra Dash
Browse all articles by Jitendra Dash
·2 years ago·1 min read
ରୂପାନ୍ତିକରଣ ନାଁରେ ଚଳୁକରିଦେଲେ ଲକ୍ଷ ଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ : ଭୁଶୁଡ଼ି ପଡ଼ିଲା ୫ଟି ବିଦ୍ୟାଳୟର ପାଚେରୀ । ଭଣ୍ଡାରିପୋଖରୀ ବ୍ଲକ ଜଳହରି ସାରସ୍ୱତ ଉଚ୍ଚ ବିଦ୍ୟାଳୟର । ସୂଚନା ଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ୫ଟି ଜରିଆରେ ନୂତନ ବିଦ୍ୟାଳୟ ରୂପାନ୍ତିକରଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । କିନ୍ତୁ କିଛି ମୁଷ୍ଟିମେୟ ଲୋକ ଠିକାଦାରଙ୍କ ସହିତ ମିଶି ପାଚେରୀ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଚଳିତ ବର୍ଷ ବିଦ୍ୟାଳୟରେ ବାରମ୍ବାର ପାଚେରୀ ଭୁଶୁଡିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଠାରୁ ବଡ଼ କଥା ହେଲା ବିଦ୍ୟାଳୟରେ ୫ଟି ଦ୍ଵାରା ସ୍କୁଲରେ ନିର୍ମାଣ ହୋଇଥିବା ବିଭିନ୍ନ କାର୍ଯ୍ୟ ନିମ୍ନ ମାନର ହୋଇଛି । ଯାହା ଦ୍ୱାରା ସ୍କୁଲର କାନ୍ଥ ଫାଟିବା ଠାରୁ ଆରମ୍ଭ କରି ପାଚେରୀରୁ ଇଟା ଖସୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳି କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ତଦନ୍ତ ଦାବି କରିଛନ୍ତି । ଅନ୍ୟ ପଟେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଳି ମିଶି ଟଙ୍କା ହଡପ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ହେବ ସ୍କୁଲର ପାଚେରୀ ଭୁଶୁଡି ପଡିଛି । ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhandari pokhari 5t school issue | Argus News