Videos
|
Odisha

ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

Jitendra Dash
Browse all articles by Jitendra Dash
·2 years ago·2 min read
ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

ଅର୍ଗସ ବ୍ୟୁରୋ : ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ନିଶା କାରବାର ଚାଲିଛି । ଏଠାକାର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଶାସକ ଦଳର ନେତା, ମନ୍ତ୍ରୀମାନେ ଦୁଷ୍କର୍ମ, ଅପରାଧରେ ଲିପ୍ତ ରହୁଛନ୍ତି । ପୋଲିସମାନେ ମଧ୍ୟ ବିଜୁ ଜନତା ଦଳର କଥାରେ ଉଠବସ ହେଉଛନ୍ତି । ଯେଉଁ ପୋଲିସ ଏହାକୁ ବିରୋଧ କରୁଛି ତାର ଅବସ୍ଥା କ’ଣ ତାହା ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜାରୁ ସ୍ପଷ୍ଟ ଜଣାପଡୁଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଆଜି ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ କଟକ ସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଇନର ଜ୍ଞାନ ଶୁଣାଉଥିବା ଶାସକ ଦଳ ମୁଖିଆ ଜାଣିଛନ୍ତି ତ ତାଙ୍କ ଦଳର ଭଟଲି ବିଧାୟକଙ୍କ ଉନ୍ମୋତକାଣ୍ଡ ସମ୍ପର୍କରେ । ଅମ୍ବାଭୋନା ବ୍ଲକ ସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବ୍ଲକ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ । ସେମାନେ ବ୍ରାଉନସୁଗାର, ଗଞ୍ଜେଇ ସମେତ ଅନ୍ୟ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ଆଇଆଇସି ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ବିଜୁ ଜନତା ଦଳର ବିଧାୟକ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ବାଧା ଦେବା ସହ ଧମକ ଦେଇଥିଲେ । କିନ୍ତୁ ପୋଲିସ କୌଣସି କଥା ଶୁଣିନଥିବାରୁ ଶ୍ରୀ ସିଂହଙ୍କ ଗୁଣ୍ଡାମାନେ ଥାନାକୁ ଭାଙ୍ଗିଥିଲେ । ଏହାକୁ ଦେଖି ବରଗଡ ପୋଲିସ ସମ୍ପୂର୍ଣ୍ଣ ହାତ ଟେକିଦେବା, ସଂଘବଦ୍ଧ ଆକ୍ରମଣ ବେଳେ ଚୁପ୍ ରହିବା ଏବଂ ସଂପୂର୍ଣ୍ଣ ମାମଲାରୁ ପଛଘୁଂଚା ଦେବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି । ଯଦି ଏହି ଦୁର୍ବୃତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହାଲେ ପୋଲିସ ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଓଡ଼ିଶାବାସୀଙ୍କ ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଥାନା । ପୋଲିସ ଅଛି ବୋଲି ଲୋକେ ନିଶ୍ଚିନ୍ତରେ ଶୋଇପାରୁଛନ୍ତି । କିନ୍ତୁ ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ କାର୍ଯ୍ୟ କେତେ ଗ୍ରହଣୀୟ? ଆଇନଶୃଙ୍ଖଳାର ଧଜ୍ଜିୟା ଉଡାଇଥିବା ଦୁର୍ବୁତ ହେଉଛନ୍ତି ବିଜୁ ଜନତା ଦଳ ସମର୍ଥକ । ଥାନା ଭାଙ୍ଗିବାକୁ ଉସକାଇଥିଲେ ଖୋଦ୍ ବିଜୁ ଜନତା ଦଳର ବାହୁବଳୀ ବିଧାୟକ ସୁଶାନ୍ତ ସିଂହ । ଶ୍ରୀ ସିଂହ ଉପସ୍ଥିତ ରହି ଥାନା ଭାଙ୍ଗିବାକୁ ପ୍ରୋତ୍ସାହିତ କରିଥିଲେ । ଯାହାର ପ୍ରମାଣ ସିସିଟିଭି ଭିଜୁଆଲ । ସିସିଟିଭି ଭିଜୁଆଲକୁ ଦେଖି ପୋଲିସ ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଆଜିଯାଏ ଗିରଫ କଲାନାହିଁ କି ତଦନ୍ତ କରିଲା ନାହିଁ? ସେହିପରି ସୁଶାନ୍ତ ସିଂହଙ୍କୁ ମଧ୍ୟ ଏଯାଏଁ କାହିଁକି ଗିରଫ କରୁନାହିଁ? ତୁରନ୍ତ ଶ୍ରୀ ସିଂହଙ୍କୁ ଗିରଫ କରି ତଦନ୍ତ କରିବା ସହ ନିଜ ବୟାନକୁ କାର୍ଯ୍ୟକାରୀ କରୁ ବରଗଡ ଏସ୍‌ପି । ବିଧାୟକ ଶ୍ରୀ ସିଂହଙ୍କ ଏଭଳି ଅପରାଧ ପରେ ବିଜୁ ଜନତା ଦଳ ସରକାର ରାଜ୍ୟରେ ଠିକ୍ ଅଛି ଆଇନଶୃଙ୍ଖଳା ବୋଲି କହିବେ କି? ଶ୍ରୀ ସିଂହଙ୍କ ଧମକରେ ରାଜ୍ୟ ସରକାର ଓ ପୋଲିସ ବିଭାଗ ଡରୁଛି କି? ଆଜି ବିଜେପି ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିବା ପରେ ଆଶ୍ୱସନା ଦେଇଛନ୍ତି ଯେ, ନିଶ୍ଚିତ ରୂପେ ଶ୍ରୀ ସିଂହଙ୍କ ଅପରାଧଙ୍କୁ ତଦନ୍ତ କରାଯିବ । ଦଳମତ ନିର୍ବିଶେଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ସୋନାଲୀ ସାହୁ, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ଦାଶ, ଶ୍ରୀତମ ଦାସ, ସିକନ୍ଦର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।