୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଅର୍ଗସ ବ୍ୟୁରୋ : ଆସନ୍ତା କାଲି ଠାରୁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡିକରେ କୁମ୍ଭୀରମାନଙ୍କ ଗଣନା କରାଯିବ । ଆସନ୍ତା ୫ ତାରିଖରୁ ୧୩ ତାରିଖ ଯାଏ କୁମ୍ଭୀରମାନଙ୍କ ଗଣନା କରାଯିବ । ଜାନୁଆରୀ ୧୪ ତାରିଖ ଠାରୁ ପୁଣି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଭିତରକନିକାରେ ୨୦୨୨ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଥିବାବେଳେ ୨୦୨୩ରେ ୧୭୯୩ କୁମ୍ଭୀର ଚି଼ହ୍ନଟ ହୋଇଥଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିରେ ୯ଟି କୁମ୍ଭୀରଙ୍କ ସଂଖ୍ୟା ବୁଦ୍ଧି ହୋଇଥିଲା । ୧୯୭୦ ମସିହା ମଧ୍ୟଭାଗରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀରମାନଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର, ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପ୍ରତିବର୍ଷ ପାରମ୍ପରିକ ପଦ୍ଧତି ସହ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର ସମସ୍ତ ଷ୍ଟାଫ୍ ଓ ଭଦ୍ରକ ବନଖଣ୍ଡର ପ୍ରଶିକ୍ଷିତ ଷ୍ଟାଫ୍ ମାନଙ୍କୁ ନେଇ ଗଣନା ହେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।
