୩ ଫ୍ଲାଟ୍ରୁ ଲୁଟିନେଲେ ୩୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍
·2 years ago

ଅର୍ଗସ ବ୍ୟୁରୋ : ରାଜଧାନୀର ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ । ପାହାଳ ଥାନା ଭୀମପୁରରୁ ଚୋରି । କଲ୍ୟାଣୀ ହାଇଟସର ୩ଟି ଫ୍ଲାଟ୍ରୁ ସିରିଜ ଲୁଟ୍ । ଘରେ କେହି ନଥିବା ବେଳେ ଘର କବାଟ ଭାଙ୍ଗି ଲୁଟିନେଲେ ଲୁଟେରା । ୩ଟି ଫ୍ଲାଟ୍ରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାସହ କିଛି କ୍ୟାସ୍ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପାହାଳ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେହିପରି ପଟିଆ ରୟାଲ ଗାର୍ଡେନର ଦୁଇଟି ଡୁପ୍ଲେକ୍ସରୁ ଲୁଟ୍ । 9 ଲକ୍ଷରୁ ଅଧିକ ଟଙ୍କାର ଡାଇମଣ୍ଡ, ସୁନା, ଗହଣା ଲୁଟ୍ ହୋଇଛି । ଏହାସହ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଲୁଟିନେଇଛନ୍ତି ଲୁଟେରା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: