ଏୟାରପୋର୍ଟ ରାସ୍ତାରେ ଆକ୍ରମଣ, ୮ ଜଣଙ୍କୁ ଗିରଫ କଲା ପୋଲିସ
·2 years ago

ଅର୍ଗସ ବ୍ୟୁରୋ : ଏୟାରପୋର୍ଟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା । ଉଭୟ ଗୋଷ୍ଠୀର ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୩ ଜଣ କେବିଏନ୍ ଗ୍ରୁପରେ ସାମିଲ ଥିବା ତଦନ୍ତରୁ ଜଣାପଡିଛି । ଘଟଣାରେ ବ୍ୟବହୃତ ଖଣ୍ଡା ଏବଂ ଏକ କାରକୁ ଜବତ କରିଛି ପୋଲିସ । ଘଟଣା ଘଟାଇ ଭୁବନେଶ୍ବର ବାହାରକୁ ଫେରାର ହେଇଯାଇଥିବାବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏୟାରପୋର୍ଟ ଛକରେ ଥିବା ଏକ ଜମିରେ ଖଟିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ସୂଚନା । ଦୁଇଟି ମାମଲା ଆଧାରରେ ତଦନ୍ତ କରୁଛି ପୋଲିସ । ଜମି ମାଲିକ ଏବଂ ଆହତ ହୋଇଥିବା ଶିବାର ପରିବାର ଲୋକଙ୍କ ଆଧାରରେ ତଦନ୍ତ କରୁଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: