Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱରରୁ ସୋନପୁର ନିୟମିତ ଚାଲିବ ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ୍

Odisha

ଭୁବନେଶ୍ୱରରୁ ସୋନପୁର ନିୟମିତ ଚାଲିବ ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ୍

Jitendra Dash
Browse all articles by Jitendra Dash
·2 years ago·1 min read
ଭୁବନେଶ୍ୱରରୁ ସୋନପୁର ନିୟମିତ ଚାଲିବ ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ୍

ଅର୍ଗସ ବ୍ୟୁରୋ : ଆଜିଠୁ ସୋନପୁରକୁ ଗଡ଼ିବ ୪ ଟ୍ରେନ୍ । ଭୁବନେଶ୍ୱରରୁ ସୋନପୁର ନିୟମିତ ଚାଲିବ ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ୍ । ସୋନପୁର ଯାଏ ୩ଟି ଟ୍ରେନ ସଂପ୍ରସାରଣ ହୋଇଛି । ବଲାଙ୍ଗିର ପାଶ୍ୱର୍ରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଲାଇନ କାର୍ଯ୍ୟକ୍ଷମ ହେବା ପରେ ଏକ୍ସପ୍ରେସ ଟ୍ରେନର ଚଳାଚଳକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ୍‌ ଏବଂ ଦୁଇ ଯୋଡ଼ା ବଲାଙ୍ଗିର-ବିଛୁପାଲି ପାସେଞ୍ଜର୍‌ ଟ୍ରେନ ସୋନପୁର ଯାଏ ସମ୍ପ୍ରସାରଣ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର-ବଲାଙ୍ଗିର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ଣ ଗୋଟାଏ ୪୫ରେ ସୋନପୁର ଅଭିମୁଖେ ଯାତ୍ରା କରି  ଅପରାହ୍ଣ ୩ଟା ୧୫ରେ ସୋନପୁରରେ ପହଞ୍ଚିବ । ଫେରିବା ମାର୍ଗରେ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଦିନ ଗୋଟାଏରେ ଛାଡ଼ି ଅପରାହ୍ଣ ୨ଟା ୨୫ରେ ବଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍‌ ଅପରାହ୍ଣ ୨ଟା ୪୫ରେ ବଲାଙ୍ଗୀର ଷ୍ଟେସନରୁ ଛାଡ଼ି ରାତି ୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar-Balangir Express will run regularly from Bhubaneswar to Sonepur | Argus News