ମାଲିକଙ୍କୁ ବାଥରୁମରେ ବାନ୍ଧି ନେଇଗଲେ ସୁନା ଅଳଙ୍କାର ସହ ଟଙ୍କା ପଇସା

ଅର୍ଗସ ବ୍ୟୁରୋ : ରାଜଧାନୀରେ ସଶସ୍ତ୍ର ଡକାୟାତି । ରାତି ଅଧରେ ଘରେ ପଶିଲେ, ପୂରା ପରିବାର ମୁଁହରେ ତକିଆ ଖୋଳ ଘୋଡାଇ ହାତଗୋଡ଼ ବାନ୍ଧି ଲୁଟି ଚମ୍ପଟ ମାରିଲେ । ନନ୍ଦନକାନନ ଥାନା ଅଧୀନରେ ଥିବା ମାରୁତି ବିହାରର ଏକ ଘରୁ ଗତକାଲି ଏଭଳି ଲୁଟ ହୋଇଛି । ଘର ମାଲିକ ରାକେଶ ଚାନ୍ଦ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ଶୋଇଥିବା ବେଳେ ରାତି ୩ଟାରେ କବାଟ ଭାଙ୍ଗି ଘରେ ପଶିଥିଲେ ୭ରୁ ୮ ଡକାୟତ ।
ଅଧିକ ପଢନ୍ତୁ ଅଡ଼ିଶା ଖବର
ସମସ୍ତଙ୍କ ହାତରେ ଥିଲା ଭୁଜାଲି ଓ ଧାରୁଆ ଅସ୍ତ୍ର । ଘରର ସମସ୍ତଙ୍କର ହାତ ଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ଆଲମାରି ଭାଙ୍ଗି ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ । ଏପରିକି ଘରେ କାହିଁକି ଟଙ୍କା ରଖିନାହଁ ବୋଲି ଗାଳି କରିବା ସହ ମୁଁହ ଖୋଲିଲେ ମାରି ଦେବାକୁ ଧମକ ଦେଇଥିଲେ । ଲୁଟ କରି ସାରିବା ପରେ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆଙ୍କ ମୁଁହ ଗୋଡ଼ାଇ, ହାତ ଗୋଡ ବାନ୍ଧି ବାଥ ରୁମରେ ବନ୍ଦ କରି ଝରକା ତାଡି ଚାଲି ଯାଇଥିଲେ ।