Eviction Drive / ଅକଳରେ BMC, ବ୍ୟବସାୟୀଙ୍କୁ ଥଇଥାନ ନ କଲେ ଛାଡ଼ଖାଇରେ ମିଳିବନି ଆମିଷ
·8 months ago·2 min read

Key Points
ପ୍ରଥମେ ଭାଙ୍ଗିଲେ ପରେ ଥଇଥାନ କରି ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ଦେଇଛି । ୪ ନମ୍ବର ଆମିଷ ବଜାର ଥଇଥାନକୁ ନେଇ ଏଭଳି ଅକଳରେ ପଡ଼ିଛି ବିଏମସି ।
ଭୁବନେଶ୍ଵର: ୟୁନିଟ୍ ୪ ବଜାରକୁ ନେଇ ଅକଳରେ ପଡ଼ିଛି ବିଏମସି । ଥଇଥାନ ନ କଲେ ଏଥର ଛାଡ଼ଖାଇରେ ଆମିଷ ବିକ୍ରି ନକରିବାକୁ ଚେତାବନୀ ଦେଇଛନ୍ତି ବ୍ୟବସାୟୀ । ଫଳରେ ବ୍ୟବସାୟୀଙ୍କ ଚାପରେ ବିଏମସି ନରମିବା ସହ ଅସ୍ଥାୟୀ ଭାବେ ସେହିଁ ସ୍ଥାନରେ ପୁଣି ବ୍ୟବସାୟ ପାଇଁ ଅନୁମତି ଦେଇଛି ।
ପ୍ରଥମେ ଭାଙ୍ଗିଲେ ପରେ ଥଇଥାନ କରି ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ଦେଇଛି । ୪ ନମ୍ବର ଆମିଷ ବଜାର ଥଇଥାନକୁ ନେଇ ଏଭଳି ଅକଳରେ ପଡ଼ିଛି ବିଏମସି । ଛାଡ଼ଖାଇକୁ ନେଇ ଭୁବନେଶ୍ଵର ୟୁନିଟ୍-୪ ଆମିଷ ବଜାର ପ୍ରମୁଖ ବଜାର ହୋଇଥିବା ବେଳେ ଗତ ୨୯ ତାରିଖରେ ବଜାରର ଉଛେଦ କରିଥିଲା ବିଏମସି ।
ଏଥିସହ ପଢ଼ନ୍ତୁ: ଏଥର ଘରେ ବସି ନିଅନ୍ତୁ ଐତିହାସିକ ବାଲିଯାତ୍ରାର ମଜା
ବଜାର ଭାଙ୍ଗିଯିବା ପରେ ବ୍ୟବସାୟୀ ଉଦବେଗ୍ ପ୍ରକାଶ କରିବା ସହ ଥଇଥାନ ନକଲେ ଛାଡ଼ଖାଇରେ ମାଛ ଓ ମାଂସ ବିକ୍ରି ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲେ । ଯାହାକୁ ନେଇ ବିଏମସିର ମୁଣ୍ଡ ବୁଲାଇଥିଲା । ଭାଙ୍ଗି ଯାଇଥିବା ଦୋକାନକୁ ଥଇଥାନ ନକରିଲେ ୟୁନିଟ୍-୪ ଆମିଷ ବଜାରରେ ଛାଡ଼ଖାଇରେ ଆମିଷ ମିଳି ନଥାନ୍ତା । ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତି ପରେ ବିଏମସିର ଚେତା ପଶିଛି ।
୪ ନମ୍ବର ଆମିଷ ମାର୍କେଟରେ ନିର୍ଦ୍ଦିଷ୍ଟ ୨୩ ଜଣ ମାଂସ ଦୋକାନୀ ରାସ୍ତା କଡ଼ରେ ଓ ଡ୍ରେନ୍ ଉପରେ ବିକ୍ରି କରୁଥିଲେ । ସେଥିପାଇଁ ସେମାନଙ୍କୁ ହଟେଇବାକୁ କୁହାଯାଇଥିଲା । ଆଗକୁ ଛାଡ଼ଖାଇ ଥିବାରୁ ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ନେଇ ସେମାନଙ୍କ ସହ ଆଲୋଚନା ପରେ ଅସ୍ଥାୟୀ ଭାବେ ସେହିଁ ସ୍ଥାନରେ ପୁଣି ବ୍ୟବସାୟ ପାଇଁ ଅନୁମତି ଦେଇଛି ବିଏମସି ।
ଏଥିସହ ପଢ଼ନ୍ତୁ: ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !
ସ୍ଥାୟୀ ବ୍ୟବସ୍ଥା ହେବା ପରେ ୨୩ ଜଣ ଦୋକାନୀଙ୍କ ମଧ୍ୟରୁ ବ୍ୟବସାୟୀଙ୍କ ପାଇଁ ଉଦ୍ଧିଷ୍ଟ ବଜାରରେ ପ୍ରଥମେ ୧୭ ଓ ପରେ ୬ ଜଣଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ । ଏହାସହ ସାମ୍ନାରେ ବସୁଥିବା ମାଛ ଦୋକାନୀଙ୍କୁ ମଧ୍ୟ ପିଣ୍ଡି କରି ସ୍ଥାନାନ୍ତର କରାଯିବ । ତେବେ ବଜାରର ମରାମତି କାମ ସହ ଥଇଥାନ ପାଇଁ ୩ ମାସ ସମୟ ଲାଗିବ । ତେଣୁ ସେ ପର୍ଯ୍ୟନ୍ତ ସେମାନେ ପୂର୍ବ ସ୍ଥାନରେ ହିଁ ବ୍ୟବସାୟ କରିବେ ବୋଲି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।
ଅନ୍ୟପଟେ ବିଏମସି ମେୟର ଓ କମିଶନରଙ୍କ ସମନ୍ଵୟ ଅଭାବକୁ ନେଇ ଏଭଳି ସ୍ଥିତି ଉପୁଜିଥିବା ବେଳେ ଦୀର୍ଘ ବର୍ଷ ହେବ ବ୍ୟବସାୟ କରୁଥିବା ବ୍ୟବସାୟୀ ସେମାନଙ୍କର ଜୀବିକା ହରାଉଛନ୍ତି । ଯାହା ସେମାନଙ୍କୁ ଏକ ପ୍ରକାର ମାନସିକ ଚିନ୍ତାରେ ପକାଇଥିବା କହିଛନ୍ତି ବ୍ୟବସାୟୀ । ଏଥିସହ ଏହାର ଖୁବଶୀଘ୍ର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories