Videos
|
Odisha

BJP MLA Constituency Visit / ଡିସେମ୍ବର ୧ରୁ ବିଜେପିର 'ସେବା ଦୂତ' ଅଭିଯାନ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ ବିଧାୟକ

Santosh Kumar Sahoo
Browse all articles by Santosh Kumar Sahoo
·Updated on: 28 Nov 2026, 22:12:39 IST·2 min read
ଡିସେମ୍ବର ୧ରୁ ବିଜେପିର 'ସେବା ଦୂତ' ଅଭିଯାନ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ ବିଧାୟକ
BJP MLA Constituency Visit

Key Points

ଏଥର ବଦଳିବ ନେତାଙ୍କ ଠିକଣା
ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ ବିଜେପି ବିଧାୟକ
ସରକାରୀ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବେ
ଭୁବନେଶ୍ବର: ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିବାକୁ ଯାଉଛି 'ସେବା ଦୂତ' ଅଭିଯାନ । ଏହି ଅଭିଯାନରେ ଦଳୀୟ ନେତା ଓ ବିଧାୟକମାନେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ଧରି ପ୍ରବାସ କରିବେ । ସରକାରୀ ଯୋଜନାର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ଅଭିଯାନ କେତେ ପ୍ରଭାବଶାଳୀ ହେବ, ତାହା ଉପରେ ରହିଛି ନଜର ।

ଡିସେମ୍ବର ୧ରୁ ସାରା ଦେଶରେ ଆରମ୍ଭ ହେବ ବିଜେପିର 'ସେବା ଦୂତ' ଅଭିଯାନ । ୨୫ ଦିନିଆ ଏହି ଅଭିଯାନରେ ବିଜେପି ନେତାମାନେ ଦେଶର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ସମୟ ଧରି ରହିବେ । ସେମାନେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତା ଯାଞ୍ଚ କରିବା ସହ ସାଧାରଣ ଜନତାଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ କରିବେ । କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶେଷ କରି ପଞ୍ଜାବ, ଉତ୍ତରପ୍ରଦେଶ ଭଳି ନିର୍ବାଚନୀ ରାଜ୍ୟରେ ଏହି ଅଭିଯାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଓଡ଼ିଶାରେ ବି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ 'ସେବା ଦୂତ' ଅଭିଯାନକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ବିଧାୟକଙ୍କୁ ଡକାଯାଇ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । ତେବେ କେଉଁ ବିଧାୟକଙ୍କୁ କେଉଁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ ।

ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନକୁ ମୁଖ୍ୟ ଅସ୍ତ୍ର କରିଛି ଶାସକ ଦଳ । ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।

ପଢନ୍ତୁ ଏହି ଖବର: କୋଡ୍‌ୱାର୍ଡରେ ଚାଲିଥିଲା ବ୍ରାଉନସୁଗାର କାରବାର, ମାଡ଼ିବସିଲା ଅବକାରୀ ବିଭାଗ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: