Odisha Police Action / ରାଜଧାନୀରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ନିଶା ବେପାରୀର ଘର
·1 hour ago·2 min read

Key Points
ନିଶା ବେପାରୀର ଘର ଉପରେ ବୁଲିଲା ବୁଲଡୋଜର
କୁଖ୍ୟାତ ନିଶା ବେପାରୀ ରାକେଶ ମଲିଆର ଘର ମାଟିରେ ମିଶିଲା
ରାକେଶର ସରକାରୀ ଜାଗାରେ ତିଆରି ଘରେ ଚାଲିଥିଲା ମଦ ବିକ୍ରି

ନିଶା ବେପାରୀ ରାକେଶ ମଲିଆର ଘରକୁ ମାଟିରେ ମିଶାଇ ଦେଇଛି ଲିଙ୍ଗରାଜ ଥାନା ପୋଲିସ । ଧଉଳି ଅଞ୍ଚଳରେ ସରକାରୀ ଜାଗାରେ ପାନ ଦୋକାନ କରି ବେଆଇନ ମଦ ବେପାର ଚଲାଇଥିଲା ରାକେଶ । ମଦ କିଣିବାକୁ ଆସିଥିବା କିଛି ଯୁବକ ସହ ରାକେଶର ପାଟି ତୁଣ୍ଡ ହୋଇଥିଲା । ଏହାପରେ ଉତ୍ୟକ୍ତ ହୋଇ ରାକେଶ ଖଣ୍ଡାରେ ଆକ୍ରମଣ କରି ଜଣେ ଯୁବକଙ୍କ ପାପୁଲିକୁ କାଟି ଦେଇଥିଲେ । ଏନେଇ ଅଭିଯୋଗ ପରେ ଅଭିଯୁକ୍ତ ରାକେଶ ମଲିଆ ଓ ତା'ର ବାପା ସନ୍ତୋଷ କୁମାର ମଲିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ନିଶା ବେପାରୀଙ୍କ ବିରୋଧରେ ପୋଲିସର ଜିରୋ ଟଲେରାନ୍ସ । ବୁଲିଲା ବୁଲଡୋଜର, ଭାଙ୍ଗିଲା ନିଶା ବେପାରୀର ଘର । ଆଗରେ ପାନ ଦୋକାନ । ଭିତରେ ଚାଲିଥିଲା ମଦର ଆସର । ଦୀର୍ଘଦିନ ହେବ ସାମନ୍ତରାପୁରରେ ଏକ ସରକାରୀ ଜାଗାରେ ଘର କରି ବେଧଡ଼କ ବାପ ପୁଅ ଚଳାଇଥିଲେ ନିଶା କାରବାର । ଅଭିଯୁକ୍ତ ରାକେଶ କୁମାର ମଲିଆ ଓ ସନ୍ତୋଷ କୁମାର ମଲିଆ ଜଣେ ଯୁବକଙ୍କ ହାତ ପାପୁଲି କାଟି ଦେଇଥିଲେ । ପରେ ସେହି ଖଣ୍ଡିଆ ପାପୁଲିକୁ ଗଙ୍ଗୁଆ ନାଳକୁ ଫିଙ୍ଗି ଦେଇଥିଲେ । ଥାନାରେ ଅଭିଯୋଗ ହେବା ପରେ ଉଭୟ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲିଙ୍ଗରାଜ ଥାନା ପୋଲିସ । ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଖଣ୍ଡା ମଧ୍ୟ ଜବତ ହୋଇଛି ।
ରାଜେଶ ସାହୁ, ସୁରେଶ ସାହୁ ଓ ଜଣେ ସହଯୋଗୀ କପିଳେଶ୍ୱର ଗଙ୍ଗୁଆ କେନାଲ ବନ୍ଧ ନିକଟରେ ଥିବା ଅଭିଯୁକ୍ତଙ୍କ ପାନ ଦୋକାନକୁ ଆସିଥିବାବେଳେ ହୋଇଥିଲା ବଚସା । ଜୋତା ପିନ୍ଧି ଦୋକାନ ଭିତରକୁ ପ୍ରବେଶକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ପରେ ବିଭୁ ପ୍ରସାଦ ସାହୁ ଓରଫ ଚୈତା ଓ ଦୀପକ ସାହୁ ପହଞ୍ଚି ସନ୍ତୋଷ ମଲିଆଙ୍କୁ ଗାଳି ଦେବା ସହ ଦୋକାନରେ ପ୍ରବେଶ କରିଥିଲେ । ରକ୍ତାକ୍ତ ଆକ୍ରମଣ ଘଟଣା ପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ରାକେଶ ମଲିଆ ଓ ସନ୍ତୋଷ କୁମାର ମଲିଆଙ୍କୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଖଣ୍ଡା ଉଦ୍ଧାର କରିଥିଲା ।
ଅଭିଯୁକ୍ତମାନେ ପୂର୍ବରୁ ଏୟାରଫିଲ୍ଡ ଏବଂ ଲିଙ୍ଗରାଜ ଥାନାରେ ଗୋଟିଏ ମାମଲାରେ ଜଡିତ ଥିବା ଯାଞ୍ଚରୁ ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ଆଇନ ଅନୁଯାୟୀ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ସୁଧୀର ପାତ୍ର ହତ୍ୟା ମାମଲାରେ ବଢୁଛି ଅଭିଯୁକ୍ତଙ୍କ ଅଡୁଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories