Odisha News / ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ଆଗେଇବ ବସ୍ ପ୍ରାଥମିକତା ଲେନ୍ ପାଇଲଟ୍ ପ୍ରକଳ୍ପ
·1 hour ago·5 min read

Key Points
ଭୁବନେଶ୍ୱରର ଦୁଇଟି ପ୍ରମୁଖ ଯାତାୟାତ କରିଡର୍ରେ ବସ୍ ପ୍ରାଥମିକତା ଲେନ୍ ପାଇଲଟ୍ ପ୍ରକଳ୍ପକୁ ଆଗେଇବ । ଟ୍ରାଫିକ୍ ଭିଡ଼ ହ୍ରାସ, ସାଧାରଣ ପରିବହନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଏବଂ ଅଧିକରୁ ଅଧିକ ଲୋକଙ୍କୁ ବସ୍ ସେବା ବ୍ୟବହାର ପାଇଁ ଉତ୍ସାହିତ ପାଇଁ ନିଆଯାଉଛି ପଦକ୍ଷେପ ।
ଭୁବନେଶ୍ୱର: ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରାସ୍ତାରେ ନିରାପତ୍ତା ଓ ଯାତାୟାତର ସୁଗମତା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭୁବନେଶ୍ୱରର ଦୁଇଟି ପ୍ରମୁଖ ଯାତାୟାତ କରିଡର୍ରେ ବସ୍ ପ୍ରାଥମିକତା ଲେନ୍ ପାଇଲଟ୍ ପ୍ରକଳ୍ପକୁ ଆଗେଇ ନେବାକୁ ଯାଉଛି ରାଜ୍ୟର ଗୃହ ଓ ନଗର ଉନ୍ନୟନ ବିଭାଗ । ଟ୍ରାଫିକ୍ ଭିଡ଼ ହ୍ରାସ, ସାଧାରଣ ପରିବହନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଏବଂ ଅଧିକରୁ ଅଧିକ ଲୋକଙ୍କୁ ବସ୍ ସେବା ବ୍ୟବହାର ପାଇଁ ଉତ୍ସାହିତ କରିବା ଏହାର ଲକ୍ଷ୍ୟର ରହିଛି ।
ଏହି ପ୍ରସ୍ତାବିତ ପଦକ୍ଷେପ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ, ପଥଚାରୀଙ୍କ ପାଇଁ ସୁବିଧାଜନକ ରାସ୍ତା ବ୍ୟବସ୍ଥା, ଯାନବାହନ ଚଳାଚଳରେ ଲେନ୍ ଶୃଙ୍ଖଳା ଏବଂ ଆମ ବସ୍ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଲେନ୍ ନିର୍ମାଣ ଆଦି ବିଷୟରେ ଆଲୋଚନା କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆଖି ବୁଜିଲା ନନ୍ଦନକାନନର ମହାବଳ ବାଘ ‘ସେଫ୍’, ୧୬ ବର୍ଷ ବୟସରେ ଗଲା ଜୀବନ
ଏଥିସହ ଟ୍ରାଫିକ୍ ୱାର୍ଡେନ୍ ଭାବେ କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିୟୋଜିତ କରିବାର ପ୍ରସ୍ତାବ ମଧ୍ୟ ବିଚାର କରାଯାଇଛି । ଏହା ସେମାନଙ୍କୁ ସମ୍ମାନଜନକ ଜୀବିକାର ସୁଯୋଗ ପ୍ରଦାନ ସହ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବ । ବୈଠକରେ ବିସ୍ତୃତ ଉପସ୍ଥାପନା ରଖି କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT)ର ପରିଚାଳନା ନିର୍ଦ୍ଦେଶକ ଏମ୍. ସିଦ୍ଦିକ୍ ଆଲମ୍ ପ୍ରସ୍ତାବିତ କରିଡର୍, ଆବଶ୍ୟକ ଭିତ୍ତିଭୂମି, ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ କାର୍ଯ୍ୟକାରିତା ରଣନୀତି ସମ୍ପର୍କରେ ତଥ୍ୟ ରଖିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଇଲଟ୍ ପ୍ରକଳ୍ପ ଲାଗି ୨ଟି ରୁଟ୍
କ୍ରୁଟ, ଭୁବନେଶ୍ୱର ମହାନଗର ନିଗମ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍, ଟ୍ରାଫିକ୍ ପୋଲିସ, ପୂର୍ତ୍ତ ବିଭାଗ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ମିଳିତ ପରାମର୍ଶ ଓ ସମନ୍ୱୟରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଛି । ପାଇଲଟ୍ ପ୍ରକଳ୍ପ ପାଇଁ ଦୁଇଟି ଅଧିକ ଯାତ୍ରୀ ଚଳାଚଳ କରୁଥିବା ରାସ୍ତାକୁ ଚିହ୍ନଟ କରାଯାଇଛି । ପ୍ରଥମଟି ହେଉଛି ବିମାନବନ୍ଦରରୁ ଜୟଦେବ ବିହାର ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଏବଂ ଦ୍ୱିତୀୟଟି ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର । ଏହି ଦୁଇଟି କରିଡର୍ରେ ଦୈନିକ ପ୍ରାୟ ୯,୦୦୦ରୁ ୧୦,୦୦୦ ଯାତ୍ରୀ ଯାତାୟାତ କରୁଛନ୍ତି। ମିଶ୍ରିତ ଯାନବାହନ ଚଳାଚଳ ଯୋଗୁଁ ବସ୍ଗୁଡ଼ିକର ଯାତ୍ରା ସମୟରେ ହେଉଥିବା ବିଳମ୍ବକୁ ହ୍ରାସ କରିବା ସହ ଯାତ୍ରାକୁ ଅଧିକ ସମୟାନୁବର୍ତ୍ତୀ ଓ ନିର୍ଭରଯୋଗ୍ୟ କରିବା ଏହି ପ୍ରାଥମିକତା ଲେନ୍ର ମୁଖ୍ୟ ଉଦ୍ଦେଶ୍ୟ ।
ବସ୍ ବେ'ର ଉନ୍ନତିକରଣ
କ୍ଷେତ୍ରସ୍ତରୀୟ ସମୀକ୍ଷାରୁ ଏହି ଦୁଇଟି କରିଡର୍ରେ ଅତିରିକ୍ତ ୧୮ଟି ବସ୍ କ୍ୟୁ ସେଲ୍ଟର୍ (Bus Queue Shelter) ଆବଶ୍ୟକତା ଥିବା ଜଣାପଡ଼ିଛି । ଏଥିମଧ୍ୟରୁ ବିମାନବନ୍ଦର-ଜୟଦେବବିହାର କରିଡର୍ରେ ୧୦ଟି ଏବଂ ବାଣୀବିହାର–ଶିଶୁଭବନ କରିଡର୍ରେ ୮ଟି ନୂତନ ସେଲ୍ଟର୍ ନିର୍ମାଣ କରାଯିବ । ଏଥିସହ ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି କରୁଥିବା ବର୍ତ୍ତମାନର କେତେକ ବସ୍ ସେଲ୍ଟର୍କୁ ସ୍ଥାନାନ୍ତର କରାଯିବ । କିଟ୍ ଛକ, ପଟିଆ ଛକ, ଡମଣା ଛକ, ନୀଳାଦ୍ରି ବିହାର ଛକ ଏବଂ ଜୟଦେବ ବିହାର ଛକ ଭଳି ପାଞ୍ଚଟି ଚିହ୍ନଟ ହୋଇଥିବା ଯାତାୟାତ ବାଧାପ୍ରବଣ ସ୍ଥାନରେ ବସ୍ ବେ'ର ଉନ୍ନତିକରଣ କରାଯିବ ।
ପ୍ରସ୍ତାବିତ ପ୍ରାଥମିକତା ଲେନ୍ଗୁଡ଼ିକ ମୁଖ୍ୟତଃ ଆମ ବସ୍ ସେବା ପାଇଁ ଉଦ୍ଦିଷ୍ଟ ରହିବ । ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ଅନ୍ୟାନ୍ୟ ଅନୁମୋଦିତ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାର ଯାନବାହନ ଏହି ଲେନ୍ ବ୍ୟବହାର କରିପାରିବେ । ଲେନ୍ର ଉପଯୁକ୍ତ ସ୍ଥାନ ନିର୍ଦ୍ଧାରଣ, ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥାର ଉନ୍ନତିକରଣ, ପାର୍କିଂ ବ୍ୟବସ୍ଥାର ସୁବିନ୍ୟାସ ଏବଂ ଅଟୋରିକ୍ସା ସମେତ ଅନ୍ୟାନ୍ୟ ସହାୟକ ପରିବହନ ଯାନର ସୁପରିଚାଳନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ଉଷା ପାଢ଼ୀ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ସମନ୍ୱିତ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପଦକ୍ଷେପକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, "କେବଳ ଗୋଟିଏ ବା ଦୁଇଟି ପଦକ୍ଷେପ ଦ୍ୱାରା ଟ୍ରାଫିକ୍ ଭିଡ଼ର ସମାଧାନ ସମ୍ଭବ ନୁହେଁ । ଏଥିପାଇଁ ସମନ୍ୱିତ ଯୋଜନା, ନିୟମର ଦୃଢ଼ ଅନୁପାଳନ, ରାସ୍ତା ବ୍ୟବହାରରେ ଶୃଙ୍ଖଳା ଏବଂ ସାଧାରଣ ପରିବହନ ସେବାର ଉନ୍ନତି ଆବଶ୍ୟକ ।"

ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକୁ ବାସ୍ତବସମ୍ମତ, ନାଗରିକ ଅନୁକୂଳ ଓ କ୍ଷେତ୍ରସ୍ତରରେ ପ୍ରଭାବଶାଳୀ କରିବା ପାଇଁ କ୍ରୁଟ, ଟ୍ରାଫିକ୍ ପୋଲିସ, ବିଏମସି, ବିଡିଏ, ପୂର୍ତ୍ତ ବିଭାଗ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ଉଷା ପାଢ଼ୀ । ପ୍ରକଳ୍ପର କାର୍ଯ୍ୟକାରିତା ପୂର୍ବରୁ ଲେନ୍ର ବିନ୍ୟାସ, ଟ୍ରାଫିକ୍ ଉପରେ ଏହାର ପ୍ରଭାବ, ଖର୍ଚ୍ଚ ଓ ଲାଭର ଆକଳନ ଏବଂ ମାନକ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ବୈଷୟିକ ଓ ସମ୍ଭାବ୍ୟତା ଅନୁଧ୍ୟାନ କରାଯିବ । ଏହି ଅନୁଧ୍ୟାନ ଡିସେମ୍ବର ୧, ୨୦୨୬ ଠାରୁ ଏକ ମାସ ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି ।
୧୫ ଦିନିଆ ପରୀକ୍ଷାମୂଳକ ଚଳାଚଳ
ପର୍ଯ୍ୟାୟକ୍ରମେ ରାସ୍ତାର ଆବଶ୍ୟକ ଭିତ୍ତିଭୂମି ଉନ୍ନତିକରଣ, ବସ୍ ସେଲ୍ଟର୍ ସ୍ଥାନାନ୍ତର, ପାର୍କିଂ ପରିଚାଳନା, ଟ୍ରାଫିକ୍ ସିଗ୍ନାଲ୍ର ଉନ୍ନତିକରଣ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟମ ଅନୁପାଳନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ପୂର୍ଣ୍ଣାଙ୍ଗ ଭାବେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ୧୫ ଦିନିଆ ପରୀକ୍ଷାମୂଳକ ଚଳାଚଳ କରାଯିବ । ଏହାଦ୍ୱାରା କାର୍ଯ୍ୟକାରିତା ସମୟରେ ଦେଖାଦେବାକୁ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ସଂଶୋଧନ କରାଯିବ ।
ଟ୍ରାଫିକ୍ ନିୟମର ଅନୁପାଳନ ଓ ସୁଦୃଢ଼ ପରିଚାଳନା ପାଇଁ ୨୪ ଘଣ୍ଟିଆ CCTV ନିରୀକ୍ଷଣ, ଯାନବାହନ ନିୟମ ଉଲ୍ଲଂଘନର ସ୍ୱୟଂଚାଳିତ ଚିହ୍ନଟ ଏବଂ ଇ-ଚାଲାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ପ୍ରସ୍ତାବ ରହିଛି । ଏଥିସହ ନିୟୋଜିତ କର୍ମଚାରୀ ଓ ପରିଚାଳନା ଦଳକୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ । ଲେନ୍ ଶୃଙ୍ଖଳା, ପଥଚାରୀଙ୍କ ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ରାସ୍ତା ବ୍ୟବହାର ସମ୍ପର୍କରେ ଜନସଚେତନତା ଅଭିଯାନ ମଧ୍ୟ ଏହି ପଦକ୍ଷେପର ଅଂଶବିଶେଷ ହେବ ।
କିନ୍ନର ରହିବେ ଟ୍ରାଫିକ୍ ୱାର୍ଡେନ୍
ବୈଠକରେ ଟ୍ରାଫିକ୍ ୱାର୍ଡେନ୍ ଭାବେ କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିୟୋଜିତ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହାଦ୍ୱାରା କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସମ୍ମାନଜନକ ଜୀବିକାର ସୁଯୋଗ ମିଳିବା ସହ ସାର୍ବଜନୀନ ସେବା ଓ ସହରର ଟ୍ରାଫିକ୍ ପରିଚାଳନାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ । ସେମାନଙ୍କ ପ୍ରଶିକ୍ଷଣ, ନିୟୋଜନ ଓ କାର୍ଯ୍ୟକ୍ଷେତ୍ର ନିର୍ଦ୍ଧାରଣ ସମ୍ପର୍କିତ ବିଷୟଗୁଡ଼ିକ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କରାଯିବ ।
ଏଥିସହ ପଢ଼ନ୍ତୁ: ରତ୍ନଭଣ୍ଡାରରେ ଥିବା ୩ କୋଣିଆ ବାକ୍ସରେ ଅଛି କ'ଣ ? ପୂର୍ଣ୍ଣାଙ୍ଗ ଗଣତି ପରେ ଖୋଲିବ ବାକ୍ସ
ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ବିଏମସି କମିଶନର ଚଞ୍ଚଳ ରାଣା, ବିଡିଏ ଉପାଧ୍ୟକ୍ଷ ଶୁଭମ୍ ସକ୍ସେନା, ଅତିରିକ୍ତ ପୋଲିସ କମିଶନର ଡଃ କେ.ଭି. ସିଂହ, ଟ୍ରାଫିକ୍ ଡି ସି ପି ଅନୁପ କାନୁନଗୋ, ପୂର୍ତ୍ତ ବିଭାଗ ସେଣ୍ଟ୍ରାଲ୍ (R&B) ସର୍କଲ୍ର ମନୋଜ କୁମାର ମହାନନ୍ଦ, କ୍ରୁଟର ଅତିରିକ୍ତ ସଚିବ-ତଥା-ମହାପ୍ରବନ୍ଧକ ସହଦେବ ସମାଧିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଭୁବନେଶ୍ୱରରେ ଏକ ସୁସଂଗଠିତ, ସମାବେଶୀ ଓ ସ୍ଥାୟୀ ସହରାଞ୍ଚଳ ପରିବହନ ବ୍ୟବସ୍ଥା ଗଠନ ଦିଗରେ ଓଡ଼ିଶା ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ସାଧାରଣ ପରିବହନକୁ ଅଧିକ ପ୍ରାଥମିକତା ମିଳିବା ସହ ପଥଚାରୀଙ୍କ ପାଇଁ ରାସ୍ତା ଅଧିକ ସୁରକ୍ଷିତ ହେବ ଏବଂ ସମସ୍ତ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ଯାତାୟାତ ଅଧିକ ସୁଗମ ଓ ଶୃଙ୍ଖଳିତ ହୋଇପାରିବ ।