Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Club Election / କିଏ ହେବେ ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି ? ମୁହାଁମୁହିଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
କିଏ ହେବେ ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି ? ମୁହାଁମୁହିଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ

Key Points

କିଏ ହେବେ ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି ? ଭୁବନେଶ୍ବର କ୍ଲବ୍ ସଭାପତି ପଦ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ । ଭୁବନେଶ୍ବର କ୍ଲବ ସଭାପତି ପଦ ପାଇଁ ହାଇପ୍ରୋଫାଇଲ୍ ଲଢେଇ।

ଭୁବନେଶ୍ବର କ୍ଲବ ସଭାପତି ପଦ ପାଇଁ ହାଇପ୍ରୋଫାଇଲ୍ ଲଢେଇ । ମୁହାଁମୁହିଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଅସିତ୍ ତ୍ରିପାଠୀ । ଆଜି ଚାଲିଛି ଭୋଟ୍ ଗ୍ରହଣ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ।

ତେବେ ଚଳିତ ଥର ଅସିତ ତ୍ରିପାଠୀ ତୃତୀୟ ଥର ପାଇଁ ଭୁବନେଶ୍ବର କ୍ଲବ୍ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି । ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ହୋଇଥିଲେ । ଆଜି ବାଲାଟ୍ ମାଧ୍ୟମରେ ଭୋଟ ଦାନ ଚାଲିଛି । ସକାଳ ୧୧ଟାରୁ ଭୋଟିଂ ଚାଲିଛି, ସନ୍ଧ୍ୟ ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ କ୍ଲବ ସଦସ୍ୟ ।

ଅଧିକ ପଢ଼ନ୍ତୁ: ପୁଣି ବିଜେଡି ନେତୃତ୍ବକୁ ଟାର୍ଗେଟ କଲେ ଶ୍ରୀମୟୀ, ପରୋକ୍ଷରେ ପୁଣି ଉଠାଇଲେ ମହିଳା ଅସମ୍ମାନ କଥା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୋଟ୍ ଗ୍ରହଣ ଶେଷ ହେବା ପରେ ଆଜି ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା କରାଯିବ । ଯେଉଁ କ୍ଲବ ମେମ୍ବରମାନେ ଭୋଟ ଦାନ ପାଇଁ କ୍ଲବକୁ ଆସିପାରିନାହାନ୍ତି, ସେମାନେ ଇ - ଭୋଟିଂ ମାଧ୍ୟମରେ ଭୋଟ ଦେଇଛନ୍ତି । ଚଳିତ ଥର ୫୦୦ରୁ ଅଧିକ ଭୋଟ ଇ- ଭୋଟିଂ ହୋଇଛି ବୋଲି ସୂଚନା ମିଳିଛି ।

Related Topics

Explore more stories

Sponsored