Bhubaneswar Club Election / ଭୁବନେଶ୍ବର କ୍ଲବ ନିର୍ବାଚନ: ଅସିତଙ୍କୁ ହରାଇ ପ୍ରଥମ ଥର ସଭାପତି ହେଲେ ପ୍ରଦୀପ ଜେନା

Key Points
ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି। ଭୁବନେଶ୍ୱର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା। ଅସିତ୍ ତ୍ରିପାଠୀଙ୍କୁ ହରାଇ ବାଜି ମାରିଲେ ପ୍ରଦୀପ ଜେନା।
ଭୁବନେଶ୍ବର କ୍ଲବ ନିର୍ବାଚନ । ସଭାପତି ହେଲେ ପ୍ରଦୀପ ଜେନା । ଅସିତ୍ ତ୍ରିପାଠୀଙ୍କୁ ହରାଇ ବାଜି ମାରିଲେ ପ୍ରଦୀପ ଜେନା । ଅସିତଙ୍କୁ ୧୮ ଖଣ୍ଡ ଭୋଟରେ ହରାଇ ଭୁବନେଶ୍ବର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା । ଦୁହେଁ ପୂର୍ବତନ IAS ଅଧିକାରୀ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବ ରହିଥିଲେ । ସେହିପରି ଭୁବନେଶ୍ବର କ୍ଲବର ପ୍ରଗତି କୁମାର ମହାନ୍ତି ଉପସଭାପତି, ସଂପାଦକ ଭାବେ ଲଳିତ ଦାସ ଓ ଯୁଗ୍ମ ସଂପାଦକ ଭାବେ ସମ୍ବିତ ମହାନ୍ତି ନିର୍ବାଚିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଷାକ୍ତ ପାଲଟୁଛି ବିନ୍ଦୁ ସାଗର, ମୁଣ୍ଡରେ ପାଣି ଛିଞ୍ଚିବାକୁ ଡରିଲେଣି ତୀର୍ଥଯାତ୍ରୀ
ସୂଚନା ଅନୁସାରେ, ଚଳିତ ଥର ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇ ଦେଖିବାକୁ ମିଳିଥିଲା । ଏଥର ଅସିତ୍ ତ୍ରିପାଠୀ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଥିଲେ । ପୂର୍ବରୁ ସେ ଲଗାତର ଦୁଇ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିଲେ । ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଥିଲେ ।
ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲା । ଯେଉଁ କ୍ଲବ ମେମ୍ବରମାନେ ଭୋଟ ଦାନ ପାଇଁ କ୍ଲବକୁ ଆସିପାରିନାହାନ୍ତି , ସେମାନେ ଇ - ଭୋଟିଂ ମାଧ୍ୟମରେ ଭୋଟ ଦେଇଥିଲେ । ତେବେ ରବିବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଲାଟ୍ ମାଧ୍ୟମରେ ଭୋଟ ଗ୍ରହଣ ହୋଇଥିଲା । ତେବେ ଏହି ନିର୍ବାଚନରେ ଅସିତ ତ୍ରିପାଠୀଙ୍କୁ ୧୮ ଖଣ୍ଡ ଭୋଟରେ ପରାସ୍ତ କରି ପ୍ରଥମ ଥର ପାଇଁ ପ୍ରଦୀପ ଜେନା ସଭାପତି ହୋଇଛନ୍ତି ।
📱 Get Argus News App
✨Related Topics
Explore more stories