Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Night Shelter / ୧୩ ଡିଗ୍ରୀରେ ଥରୁଛି ଭୁବନେଶ୍ଵର; ଗଛ ମୂଳେ ରାତି ଶୋଉଛନ୍ତି ଅସହାୟ

Sushanta Sahoo
Browse all articles by Sushanta Sahoo
·8 months ago·2 min read
୧୩ ଡିଗ୍ରୀରେ ଥରୁଛି ଭୁବନେଶ୍ଵର; ଗଛ ମୂଳେ ରାତି ଶୋଉଛନ୍ତି ଅସହାୟ

Key Points

ରାଜଧାନୀ ସିନା ନିଘୋଡ଼ ନିଦରେ ଶୋଇ ପଡ଼ୁଛି । କିନ୍ତୁ ଅସହାୟ ଓ ନିରାଶ୍ରୟଙ୍କ ପାଇଁ ରାତି ପାଲଟି ଯାଇଛି ଦୁର୍ବିସହ । କିଏ ଜରି ପାଲ ଘୋଡ଼େଇ ହୋଇ ଶୋଉଛି ତ କିଏ ଗଛ ମୂଳେ... ପୁଣି କଏ ବ୍ରିଜ୍ ତଳେ ।
ଭୁବନେଶ୍ଵର: ଥରୁଛି ଭୁବନେଶ୍ଵର, ଖସୁଛି ରାତି ତାପମାତ୍ରା । ରାତିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି । ରାଜଧାନୀ ସିନା ନିଘୋଡ଼ ନିଦରେ ଶୋଇ ପଡ଼ୁଛି । କିନ୍ତୁ ଅସହାୟ ଓ ନିରାଶ୍ରୟଙ୍କ ପାଇଁ ରାତି ପାଲଟି ଯାଇଛି ଦୁର୍ବିସହ । କିଏ ଜରି ପାଲ ଘୋଡ଼େଇ ହୋଇ ଶୋଉଛି ତ କିଏ ଗଛ ମୂଳେ... ପୁଣି କଏ ବ୍ରିଜ୍ ତଳେ । ଆଉ କିଏ ନିଜ ରିକ୍ସାରେ ତ ପୁଣି କିଏ ଟ୍ରଲି ଆଉ ଠେଲା ଗାଡ଼ିରେ ।

ରାଜଧାନୀର ରୂପ ବଦଳିଛି, ବ୍ୟବସ୍ଥା ବି ବଦଳୁଛି । କିନ୍ତୁ ଗରିବ, ଖଟିଖିଆ ମୁଣ୍ଡକୁ ଖଣ୍ଡେ ଛାତ ନ ପାଇ ଖରା, ବର୍ଷା ଆଉ ଶୀତ ୟେମିତି ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି କାଟୁଛନ୍ତି । ନିରାଶ୍ରୟଙ୍କ ପାଇଁ ରାଜଧାନୀରେ ଥିବା ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ପର୍ଯ୍ୟାପ୍ତ ହେଉ ନାହିଁ । ଫଳରେ ବାଧ୍ୟ ହୋଇ ଖୋଲା ଆକାଶ ତଳେ ସେମାନେ ରାତି କାଟୁଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଘନ କୁହୁଡ଼ି; ୬ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଗୋଟିଏ ପଟେ ବଡ଼ ବଡ଼ ଅଟ୍ଟାଳିକାରେ ଶାନ୍ତିର ନିଦ ଯାଆନ୍ତି ଲକ୍ଷ ଲକ୍ଷ ଲୋକ । କିନ୍ତୁ ଏଠି ରାସ୍ତା କଡ଼ରେ ବିଛଣା ଖୋଜନ୍ତି ନିରାଶ୍ରୟ, ଅସହାୟ । କାହାର ରାତି ଠିକଣା ପାଲଟେ ଗଛ ମୂଳ ତ ପୁଣି କାହାର ପୋଲ ତଳ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏମାନେ ଏଭଳି ରାତି କାଟୁଛନ୍ତି । ହାଡ଼ଭଙ୍ଗା ଜାଡ଼ରୁ ମୁକ୍ତି ପାଇଁ କିଏ ଜରିପାଲ ତ ଆଉ କିଏ ଖଣ୍ଡେ ଛିଣ୍ଡା ଚାଦରକୁ ଦେହରେ ପକାଇ ଥରୁଛି । ଏମାନଙ୍କର ରୋଜଗାରର ଠିକଣା ଅଛି ନା ବାସସ୍ଥାନର ।

ଏମିତି ସ୍ଥିତିରେ ପୋଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଲକ୍ଷ୍ମଣ ମାଝୀ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ଦିନରେ କଳ୍ପନା ଛକ ଲେବର ଷ୍ଟାଣ୍ଡ ଯାଇ ବାଲି ଗୋଡ଼ି କାମ କରନ୍ତି । ୫ ଟଙ୍କିଆ ଆହାର ଖାଆନ୍ତି । ରାତିରେ ଶୋଇବାକୁ ଷ୍ଟେସନ ଯାଆନ୍ତି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ସେଇଠୁ ଘଉଡ଼ାଇ ଦିଅନ୍ତି ପୋଲିସ କର୍ମଚାରୀ । ଆଉ ଆଶ୍ରୟ ପାଲଟେ ଏହି ଓଭର ବ୍ରିଜ୍ ।

ଏଥିସହ ପଢ଼ନ୍ତୁ: ଟିକେଟ୍ କଟିବାରୁ ଡ୍ରେସ୍ ଚିରିଲେ, କାନ୍ଦି କାନ୍ଦି ଭୂଇଁରେ ଗଡ଼ିଲେ; ଏବେ ସତ ହେଲା ଦେଇଥିବା ୨୫ ଆସନ ଅଭିଶାପ

କେବଳ ଲକ୍ଷ୍ମଣ ନୁହନ୍ତି ବ୍ରିଜ୍ ତଳେ ଏମିତି ଅନେକ ଲକ୍ଷ୍ମଣ ଦିନରେ ଖଟି ଏଠି ରାତି ବିତାଉଛନ୍ତି । ପେଟ ପୋଷିବାକୁ ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ଵର ଆସିଛନ୍ତି ଏମାନେ । ଦିନରେ କିଏ ରିକ୍ସା, ଟ୍ରଲି ଟାଣେ ଓ ଆଉ କିଏ କେଉଁଠି ବାଲି ଗୋଡ଼ି ବୁହେ । ଯେତିକି ମିଳେ ସେତିକ ପଠାଇଲେ ପରିବାର ଚଳେ । ଅଭାବୀ ପେଟକୁ ଦାନା ଦେବାକୁ ଅକ୍ଷମ ଅସହାୟ ରାଜଧାନୀରେ ଘର ଭଡ଼ା ନେବାକୁ କୁଆଡ଼େ ଅଣ୍ଟିବ ଟଙ୍କା ।

ଏପରିକି ଏମାନଙ୍କୁ ସବୁଦିନ କାମ ମଧ୍ୟ ମିଳେ ନାହିଁ । ଅନେକ ଦିନ ଖାଲି ପେଟରେ ହିଁ ଶୋଇବାକୁ ପଡ଼େ । କେତେବେଳେ କେମିତି କେହି ଦୟା କଲେ ଭୋକ ମେଣ୍ଟେ । ଅସହାୟ, ନିରାଶ୍ରୟଙ୍କ ପାଇଁ ରାଜଧାନୀରେ ଯେତିକି ରାତ୍ରୀକାଳୀନ ଆଶ୍ରୟର ବ୍ୟବସ୍ଥା ରହିଛି, ତାହା ପର୍ଯ୍ୟାପ୍ତ ନୁହେଁ । ବାଧ୍ୟ ହୋଇ ଖୋଲା ଆକାଶ ତଳେ ରାତି କାଟିବାକୁ ପଡ଼େ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
13°C in Bhubaneswar: Homeless Shiver Under Open Sky | Argus News | Argus News