Cold Alert / ଓଡ଼ିଶାରେ ଘନ କୁହୁଡ଼ି; ୬ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା
·4 months ago·2 min read

Key Points
ପାହାନ୍ତିଆରେ ଘନ କୁହୁଡ଼ି, ରାତିରେ ହାଡ଼ଭଙ୍ଗା ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆଜି ରାତି ବି ଶୀତ ପଡ଼ିବ । ଏନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଭୁବନେଶ୍ଵର: ରାଜ୍ୟରେ ଶୀତର ରାଜୁତି । ପାହାନ୍ତିଆରେ ଘନ କୁହୁଡ଼ି, ରାତିରେ ହାଡ଼ଭଙ୍ଗା ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଆଜି ରାତି ବି ଶୀତ ପଡ଼ିବ । ଏନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆଜି ରାତି ପାଇଁ ୬ ଜିଲ୍ଲା କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏଥିସହ ପଢ଼ନ୍ତୁ: ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ପାରଦ
ପାଣିପାଗ କେନ୍ଦ୍ରର ଆକଲନ ଅନୁସାରେ, ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା'ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ବିଗତ ୨୪ ଘଣ୍ଟାରେ ଓଡ଼ିଶାର ସୁନ୍ଦରଗଡ଼ରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ମଧ୍ୟମଧରଣର କୁହୁଡ଼ି ହୋଇଥିଲା । ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ରହିଥିଲା ।
ରବିବାର ଓଡ଼ିଶାର ସୁନ୍ଦରଗଡ଼, ବଲାଙ୍ଗିର, ଟିଟିଲାଗଡ଼, କୋରାପୁଟ, ଛତ୍ରପୁର, ରାୟଗଡ଼ା, ମାଲକାନଗିରି, ପାରଳାଖେମୁଣ୍ଡିରେ ଘନ କୁହୁଡ଼ି ପାଇଁ କମ୍ ରହିଥିଲା ଦୃଶ୍ୟମାନ ଦୂରତା । ଉପକୂଳ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଓ କଟକରେ ଶୀତ ଲହରୀ ଅଧିକ ଅନୁଭୂତ ହୋଇଛି । ତାପମାତ୍ରା ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳକୁ ଖସିଛି ।
ଚଳିତ ଶୀତ ଋତୁରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୫.୮ ଡିଗ୍ରୀ ରେକର୍ଜ କରାଯାଇଛି । ଟ୍ଵିନ୍ ସିଟି କଟକ ଭୁବନେଶ୍ଵରରେ ତାପମାତ୍ରା ୧୫ ତଳକୁ ଖସିଛି । ଭୁବନେଶ୍ଵରରେ ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ କଟକରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୬ ରାଜ୍ୟରେ NIAର ଛାନଭିନ୍; ଡାକ୍ତରଙ୍କ ଆତଙ୍କୀ ନେଟୱର୍କ ଲମ୍ବିଛି କେତେ ବାଟ ?
ସେହିଭଳି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ାରେ ୭.୪ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ା ଓ ଅନୁଗୁଳରେ ୧୦.୬ ଡିଗ୍ରୀ, କେନ୍ଦୁଝରରେ ୧୦.୮ ଡିଗ୍ରୀ, ଭବାନୀପାଟଣାରେ ୧୧.୪ ଡିଗ୍ରୀ, କୋରାପୁଟରେ ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି ।

#୧୩ସହରରେ #୧୨ଡ଼ିଗ୍ରୀ ତଳେ #ପାରଦ #ଟ୍ୱିନସିଟି ରେ #୧୩ଡ଼ିଗ୍ରୀ ଛୁଇଁଲା #ପାରଦ
— usd (@usd0705) November 16, 2025
ଜି.ଉଦୟଗିରି ରେ ରେକର୍ଡ ହେଲା ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୫.୮ ଡ଼ିଗ୍ରୀ pic.twitter.com/jvmH0sEqGe
ଚଳିତ ଶୀତ ଋତୁରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୫.୮ ଡିଗ୍ରୀ ରେକର୍ଜ କରାଯାଇଛି । ଟ୍ଵିନ୍ ସିଟି କଟକ ଭୁବନେଶ୍ଵରରେ ତାପମାତ୍ରା ୧୫ ତଳକୁ ଖସିଛି । ଭୁବନେଶ୍ଵରରେ ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ କଟକରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୬ ରାଜ୍ୟରେ NIAର ଛାନଭିନ୍; ଡାକ୍ତରଙ୍କ ଆତଙ୍କୀ ନେଟୱର୍କ ଲମ୍ବିଛି କେତେ ବାଟ ?
ସେହିଭଳି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ାରେ ୭.୪ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ, ରାଉରକେଲାରେ ୧୦.୨ ଡିଗ୍ରୀ, ଝାରସୁଗୁଡ଼ା ଓ ଅନୁଗୁଳରେ ୧୦.୬ ଡିଗ୍ରୀ, କେନ୍ଦୁଝରରେ ୧୦.୮ ଡିଗ୍ରୀ, ଭବାନୀପାଟଣାରେ ୧୧.୪ ଡିଗ୍ରୀ, କୋରାପୁଟରେ ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: