Bihar Elections / ଟିକେଟ୍ କଟିବାରୁ ଡ୍ରେସ୍ ଚିରିଲେ, କାନ୍ଦି କାନ୍ଦି ଭୂଇଁରେ ଗଡ଼ିଲେ; ଏବେ ସତ ହେଲା ଦେଇଥିବା ୨୫ ଆସନ ଅଭିଶାପ
·4 months ago·3 min read

Key Points
ନିର୍ବାଚନ ପୂର୍ବରୁ ମାସକ ତଳେ ଦଳ ମଦନ ଶାହଙ୍କୁ ଟିକେଟ୍ ଦେଇ ନଥିଲା । ଯାହାପରେ ନିଜ ସାର୍ଟ ଚିରି ଭୂଇଁରେ ଗଡ଼ି ଯାଇଥିଲେ ମଦନ ଶାହ । ଆରଜେଡି ୨୫ ଆସନରେ ସୀମିତ ରହିବା ନେଇ ମଦନ ଦେଇଥିବା ଅଭିଶାପ ଏବେ ସତ ହୋଇଛି ।
ପାଟନା: ରାଷ୍ଟ୍ରୀୟ ଜନତା ଦଳ (RJD)ର ନେତା ମଦନ ଶାହ ପୁଣି ଚର୍ଚ୍ଚାରେ । ନିର୍ବାଚନ ପୂର୍ବରୁ ମାସକ ତଳେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ଯାହାପରେ ନିଜ ସାର୍ଟ ଚିରି ଭୂଇଁରେ ଗଡ଼ି ଯାଇଥିଲେ ମଦନ ଶାହ ।
ଏବେ ବିହାର ନିର୍ବାଚନ ସରିଛି । ଫଳାଫଳରେ ମହାଗଠନବନ୍ଧନର ପ୍ରଦର୍ଶନ ଖରାପ ପରେ ପ୍ରତିକ୍ରିୟା ରଖିଛନ୍ତି ମଦନ ଶାହ । ସେ କହିଛନ୍ତି, "ଟିକେଟ୍ ନ ମିଳିବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲି, ପାଗଳ ଭଲି ଲାଗୁଥିଲା । ପାଟନାରେ ଲାଲୁଙ୍କୁ ଭେଟିବାକୁ ଯାଇଥିଲି, କିନ୍ତୁ କେହି ଭେଟି ନଥିଲେ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଘନ କୁହୁଡ଼ି; ୬ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା
ଯାହାକୁ ନେଇ ପୁରା ଭାଙ୍ଗି ପଡ଼ିଥିଲେ ମଦନ । ନିଜକୁ ସମ୍ଭାଳି ନପାରି ପିନ୍ଧିଥିବା ସାର୍ଟକୁ ଫାଡ଼ି ଦେଇଥିଲେ । ଜମିରେ କାନ୍ଦି କାନ୍ଦି ଗଡ଼ିବା ସହ ଦେଇଥିଲେ ଅଭିଶାପ । ଆରଜେଡି ୨୫ ଆସନରେ ସୀମିତ ରହିବା ନେଇ ମଦନ ଦେଇଥିବା ଅଭିଶାପ ଏବେ ସତ ହୋଇଛି ।
ଯାହାକୁ ନେଇ ମଦନ ଶାହ କହିଛନ୍ତି, "ମୁଁ ଏବେ ବି ଦଳ ପାଇଁ ଦୁଃଖିତ । କିନ୍ତୁ ଯାହା ଭଗବାନ କରନ୍ତି, ଭଲ କରନ୍ତି । ଦଳରେ ଯିଏ ନିଜକୁ ଚାଣକ୍ୟ କହୁଛନ୍ତି, ସିଏ ଦଳକୁ ବରବାଦ କରୁଛନ୍ତି । ଯେବେ ପର୍ଯ୍ୟନ୍ତ ତାଙ୍କୁ ଦଳରୁ ବାହାର କରାଯାଇ ନାହିଁ, କିଛି ବି ସୁଧାର ଆସିବନି । ଚଳିତ ନିର୍ବାଚନ ଟିକେଟ୍ ବଣ୍ଟନରେ ଲାଲୁ ଯାଦବଙ୍କ ପରାମର୍ଶ ନିଆଯାଇନାହିଁ । ତେଣୁ ଦଳକୁ ଏଭଳି ସ୍ଥିତି ଦେଖିବାକୁ ପଡ଼ିଛି ।"
ଏଥିସହ ପଢ଼ନ୍ତୁ: 'ଭାଇ ଥିଲେ ଭଗବାନ ସମାନ ବାପାଙ୍କୁ ବଞ୍ଚାନ୍ତୁ ନାହିଁ'; କାହିଁକି ଏମିତି କହିଲେ ଲାଲୁଙ୍କ ବଡ଼ ଝିଅ
ସେ ଆହୁରି କହିଛନ୍ତି, "ମୋତେ ଟିକେଟ୍ ମିଳିବା ନେଇ ଆଶ୍ଵାସନା ଦେଇଥିଲେ ଲାଲୁ ଯାବଦ । ସେତେବେଳେ ତେଜସ୍ଵୀ ଯାଦବ ସମର୍ଥନ କରିଥିଲେ । ମୁଁ ନିର୍ବାଚନ ମଣ୍ଡଳୀରେ ପୁରା ଦମ୍ରେ ଲାଗିଥିଲି । ଟିକେଟ୍ ବଣ୍ଟନ ଦିନ ଦ୍ଵିପ୍ରହର ୨ଟା ପର୍ଯ୍ୟନ୍ତ ମୋତେ କୁହାଗଲା ତୁମକୁ ହିଁ ମିଳିବ । କିନ୍ତୁ ତାଲିକାରେ ମୋ ନାଁ ନଥିଲା ।"
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଆରଜେଡି ମାତ୍ର ୨୫ ସିଟ୍ରେ ବିଜୟୀ ହୋଇଛି । ଆଉ ଏହା ମଦନ ଶାହ ଦେଇଥିବା ଅଭିଶାପ ସହ ମେଳ ଖାଉଛି । ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବା ମଦନ ଶାହଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା ।

ଟିକେଟ୍ ପାଇଁ ଟଙ୍କା ମଗାଯିବା ପ୍ରଶ୍ନରେ ମଦନ କହିଛନ୍ତି, "ମୋତେ କେହି ସିଧାସଳଖ ଟଙ୍କା ମାଗି ନାହାନ୍ତ । ଏହା ମଧ୍ୟସ୍ଥତା ମାଧ୍ୟମରେ କରାଯାଇଥିଲା । ମୁଁ କାହାକୁ ଟଙ୍କା ଦେଇଥାନ୍ତି । ଦଳ ସହ ୧୯୯୦ରୁ ଜଡ଼ିତ ଅଛି, ଦଳ ପାଇଁ କାମ କରୁଛି । ଦଳ ମଧୁବନରୁ ଯାହାକୁ ଟିକେଟ୍ ଦେଲା, ସିଏ ଦଳର ପ୍ରାଥମିକ ସଦସ୍ୟ ବି ନୁହନ୍ତି । ସେ ସରକାରୀ ଡାକ୍ତର, ଇସ୍ତଫା ବି ଦେଇନଥିଲେ । ସେ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ନାଁରେ ଟିକେଟ୍ ନେଇଥିଲେ ।"#WATCH | Motihari, Bihar: RJD leader Madan Shah, who was seen tearing off his clothes and breaking down last month over not being given a ticket, says, "...This pain drove me mad. I went to meet Lalu ji in Patna. But nobody met me. I was overcome with grief and ended up tearing… pic.twitter.com/4ReK7Onb7G
— ANI (@ANI) November 16, 2025
ଏଥିସହ ପଢ଼ନ୍ତୁ: 'ଭାଇ ଥିଲେ ଭଗବାନ ସମାନ ବାପାଙ୍କୁ ବଞ୍ଚାନ୍ତୁ ନାହିଁ'; କାହିଁକି ଏମିତି କହିଲେ ଲାଲୁଙ୍କ ବଡ଼ ଝିଅ
ସେ ଆହୁରି କହିଛନ୍ତି, "ମୋତେ ଟିକେଟ୍ ମିଳିବା ନେଇ ଆଶ୍ଵାସନା ଦେଇଥିଲେ ଲାଲୁ ଯାବଦ । ସେତେବେଳେ ତେଜସ୍ଵୀ ଯାଦବ ସମର୍ଥନ କରିଥିଲେ । ମୁଁ ନିର୍ବାଚନ ମଣ୍ଡଳୀରେ ପୁରା ଦମ୍ରେ ଲାଗିଥିଲି । ଟିକେଟ୍ ବଣ୍ଟନ ଦିନ ଦ୍ଵିପ୍ରହର ୨ଟା ପର୍ଯ୍ୟନ୍ତ ମୋତେ କୁହାଗଲା ତୁମକୁ ହିଁ ମିଳିବ । କିନ୍ତୁ ତାଲିକାରେ ମୋ ନାଁ ନଥିଲା ।"
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଆରଜେଡି ମାତ୍ର ୨୫ ସିଟ୍ରେ ବିଜୟୀ ହୋଇଛି । ଆଉ ଏହା ମଦନ ଶାହ ଦେଇଥିବା ଅଭିଶାପ ସହ ମେଳ ଖାଉଛି । ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବା ମଦନ ଶାହଙ୍କ ମନ୍ତବ୍ୟକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories