Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବେଆଇନ ବାଣ ତିଆରି ଓ ବିକ୍ରି ଉପରେ ସ୍ବତନ୍ତ୍ର ନଜର

Odisha

ବେଆଇନ ବାଣ ତିଆରି ଓ ବିକ୍ରି ଉପରେ ସ୍ବତନ୍ତ୍ର ନଜର

Jitendra Dash
Browse all articles by Jitendra Dash
·2 years ago
ବେଆଇନ ବାଣ ତିଆରି ଓ ବିକ୍ରି ଉପରେ ସ୍ବତନ୍ତ୍ର ନଜର

ଅର୍ଗସ ବ୍ୟୁରୋ : ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ । ବେଆଇନ ବାଣ ତିଆରି ଓ ବିକ୍ରି ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ୍ ପୋଲିସ । ହେଲ୍ପ ଲାଇନ୍ ନମ୍ବର ୭୦୭୭୭୯୮୧୧୧ରେ କୌଣସି ଲୋକ ସୂଚନା ଦେଇପାରିବେ । ସୂଚନା ଦେଇଥିବା ବ୍ୟକ୍ତିର ନାଁ ଗୋପନ ରଖାଯିବା ସହ ତୁରନ୍ତ ହେବ ଚଢାଉ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବେଆଇନ ବାଣ କାରଖାନା ଓ ବିକ୍ରି ଉପରେ ତୁରନ୍ତ ଚଢାଉ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ବାଣ ବିକୁଥିଲେ କିମ୍ବା ତିଆରି କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ଭୁବନେଶ୍ୱର ଉପକଣ୍ଠରେ କେତେକ ସ୍ଥାନରେ ବେଆଇନ ବାଣ ତିଆରି ହେଉଥିବା ନେଇ ପୋଲିସ ପାଖରେ ଖବର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored