|
logo
Live

Argus News - ନବୀନ ନିବାସ ଘେରାଉ ଉଦ୍ୟମବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

Odisha

ନବୀନ ନିବାସ ଘେରାଉ ଉଦ୍ୟମବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ନବୀନ ନିବାସ ଘେରାଉ ଉଦ୍ୟମବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

ଅର୍ଗସ ବ୍ୟୁରୋ : ରାଜଧାନୀରରେ ଗର୍ଜିଲା ଯୁବ କଂଗ୍ରେସ । ନବୀନ ନିବାସ ଘେରାଉ ଉଦ୍ୟମବେଳେ ରାଜମହଲ ଛକରେ ପୋଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି । ରାଲିକୁ ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ ।  ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । 

ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ । ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । ରାଜ୍ୟରେ ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା, ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ଯୁବ କଂଗ୍ରେସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିବର୍ଷ ୨ଲକ୍ଷ ଚାକିରି ଦେବାକୁ ସରକାର କହିଥିଲେ । ସେହି ଅନୁସାରେ ୨୪ ବର୍ଷ ମଧ୍ୟରେ ୪୮ ଲକ୍ଷ ଯୁବକ ଯୁବତୀ ରୋଜଗାରକ୍ଷମ ହେବା କଥା । କିନ୍ତୁ ଦୁଃଖର କଥା ବର୍ତ୍ତମାନ ରାଜ୍ୟରେ ୨ ଲକ୍ଷ ୩୬ ହଜାର ସରକାରୀ ପଦବୀ ଖାଲି ପଡ଼ିଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ ।...

Sponsored
ନବୀନ ନିବାସ ଘେରାଉ ଉଦ୍ୟମବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି | Argus News