Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପେସା ମୋମୋ ବିକିବା, ନିଶା ବାଇକ ଚୋରି

Jitendra Dash
Browse all articles by Jitendra Dash
·2 years ago·1 min read
ପେସା ମୋମୋ ବିକିବା, ନିଶା ବାଇକ ଚୋରି

ଅର୍ଗସ ବ୍ୟୁରୋ : ରାତିରେ ମୋମୋ ବିକ୍ରି, ଦିନରେ ବାଇକ୍‌ ଚୋରି । ଟାର୍ଗେଟ୍‌ରେ ରହୁଥିଲା ପୁରୁଣା ଗାଡ଼ି । ପାର୍କ ଆଗରେ ମୋମୋ ବିକି ରଚୁଥିଲା ପ୍ଲାନ୍ । ୧୫ ଟି ବାଇକ୍‌ ସହ ଓ ୨୦ ଟି ମାଷ୍ଟର କି ଜବତ । ପୁରୁଣା ଗାଡିକୁ  କରୁଥିଲା ଟାର୍ଗେଟ । ମାଷ୍ଟର-କି ରେ ଲକ୍‌ ଖୋଲୁଥିଲା । ଆଉ ମୋମୋ ବିକ୍ରି ବେଳେ ପାର୍କ ଆଗରେ ପାର୍କିଂ କରୁଥିବା ବାଇକ୍‌କୁ ଟାର୍ଗେଟ କରୁଥିଲା । ଆଉ ଏବେ ପୋଲିସ ହେପାଜତରେ । ନାଁ ହେଉଛି ରାକେଶ ନାୟକ । ଘର କନ୍ଧମାଳ । ଭୁବନେଶ୍ୱର ରହି ପାର୍କ ଆଗରେ ମୋମୋ ବିକ୍ରି କରେ ।

ପୋଲିସ ତଦନ୍ତ ପରେ ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ବାଇକ୍‌ ଲକ ଭାଙ୍ଗୁଥିବାର ଡେମୋ  ଦେଖାଇଛି ଅଭିଯୁକ୍ତ ।  ତା ପାଖରୁ ୧୫ଟି ବାଇକ ଓ ୨୦ଟି ମାଷ୍ଟର କି ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଚୋରି ବାଇକ୍‌ଗୁଡିକୁ ଅତି ଶସ୍ତା ଦରରେ ବିକ୍ରି କରୁଥିଲା ରାକେଶ । ନୟାଗଡ଼, କନ୍ଧମାଳ ପରି ଜିଲ୍ଲାରେ ବିନା କାଗଜପତ୍ରରେ ୬ ରୁ ୭ହଜାର ଟଙ୍କାରେ ବାଇକ୍‌ ଗୁଡିକୁ ବିକ୍ରି କରୁଥିଲା । ଚୋରି ବାଇକ ଗୁଡିକୁ ବିକିବା ପରେ ପୁଣି ଥରେ ଆସି ମୋମୋ ବିକ୍ରି କରୁଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ରାକେଶ ଏକୁଟିଆ ଥିଲା ନା ତା ସଙ୍ଗରେ ଆଉ କିଏ ଅଛି,  ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ଯେଉଁମାନଙ୍କର ବାଇକ ଗୁଡିକ ଚୋରି ହୋଇଥିଲା ସେମାନଙ୍କୁ ଡାକି ବାଇକ ଗୁଡିକୁ ହସ୍ତାନ୍ତର କରାଯାଇଛି । ସେପଟେ ପାହାଳ ଥାନାରେ ଦୁଇ ଜଣ ବାଇକ ଚୋରକୁ ଗିରଫ ହୋଇଥିବା ବେଳେ ସେମାନଙ୍କ ପାଖରୁ ୬ ଟି ବାଇକ ଜବତ ହୋଇଛି । 
 

Sponsored
bhubaneswar crime case | Argus News