Videos
|
Odisha

Bhubaneswar Crime / ମହିଳା ରୋଷେୟାଙ୍କୁ ଦୁଷ୍କର୍ମ, ବାନ୍ଧା ହେଲା ଘର ମାଲିକ; ଭଡ଼ା ଘରେ ବି ଯୁବତୀଙ୍କୁ ଛାଡ଼ିଲେନି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମହିଳା ରୋଷେୟାଙ୍କୁ ଦୁଷ୍କର୍ମ, ବାନ୍ଧା ହେଲା ଘର ମାଲିକ; ଭଡ଼ା ଘରେ ବି ଯୁବତୀଙ୍କୁ ଛାଡ଼ିଲେନି
2 Rape Allegations in One Night, Two Arrested

Key Points

ଗୋଟିଏ ରାତିରେ ରାଜଧାନୀର ଦୁଇଟି ପୃଥକ ଥାନା ଅଞ୍ଚଳରୁ ଆସିଛି ଦୁଇ ଦୁଇଟି ଦୁଷ୍କର୍ମ ଅଭିଯୋଗ । ଦୁଇଟି ଦୁଷ୍କର୍ମ ଅଭିଯୋଗ ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।
ଭୁବନେଶ୍ଵର: ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି ରାଜଧାନୀ ଭୁବନେଶ୍ଵର । ଗୋଟିଏ ରାତିରେ ରାଜଧାନୀର ଦୁଇଟି ପୃଥକ ଥାନା ଅଞ୍ଚଳରୁ ଆସିଛି ଦୁଇ ଦୁଇଟି ଦୁଷ୍କର୍ମ ଅଭିଯୋଗ । ଦୁଇଟି ଦୁଷ୍କର୍ମ ଅଭିଯୋଗ ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ଗୋଟିଏ ଦୁଷ୍କର୍ମ ଅଭିଯୋଗ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଆସିଛି । ଯେଉଁଠି ମହିଳା ରୋଷେୟାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମାଲିକଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଭରତପୁର ଥାନା ଅଞ୍ଚଳରେ ଭଡ଼ା ଘରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ଶିକ୍ଷକଙ୍କ ଏ କି ନିର୍ମମତା ! କୁନି ଛାତ୍ରର ଆଖିକୁ ବିଧା ମାରିଲେ... 

ମହିଳା ରୋଷେୟାଙ୍କୁ ଦୁଷ୍କର୍ମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘରେ ରୋଷେଇ କରିବାକୁ ଆସୁଥିବା ଜଣେ ମହିଳା ରୋଷେୟାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଘର ମାଲିକ ରଞ୍ଜନ କୁମାର ମହାରଣାଙ୍କୁ ଗିରଫ କରିଛି ।

ସୋମବାର ରଞ୍ଜନ ତାଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ ନେଇ କାହାରିକୁ ନ କହିବା ଲାଗି ରଞ୍ଜନ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଦୁଷ୍କର୍ମ ପରେ ପୀଡ଼ିତା ଜଣକ କୌଶଳ କ୍ରମେ ରଞ୍ଜନଙ୍କ ଘରୁ ଖସି ଆସିଥିଲେ । ଚନ୍ଦ୍ରଶେଖରପୁର ଥାନାରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ, ଚନ୍ଦ୍ରଶେଖରପୁର ଥାନା ପୋଲିସ ରଞ୍ଜନକୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ବ୍ୟାଙ୍କ ଲକରରୁ ୪୦ ଲକ୍ଷ ସୁନା ଚୋରି; ଅସଲି ନେଇଗଲେ, ନକଲି ରଖିଦେଲେ 

ଭଡ଼ା ଘରେ ଦୁଷ୍କର୍ମ

ସେପଟେ ସେହି ସୋମବାର ରାତିରେ ଭରତପୁର ଥାନା ଅଞ୍ଚଳର ଏକ ଭଡ଼ା ଘରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଯୁବତୀ ଜଣକ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି ।

ଭରତପୁର ଥାନା ଅଞ୍ଚଳର ଭଡ଼ା ଘରେ ଯୁବତୀ ଜଣଙ୍କ ରହୁଥିଲେ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ପରସ୍ପରକୁ ପୂର୍ବରୁ ଜାଣିଥିଲେ । ଏହା ପୂର୍ବରୁ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।