Videos
|
Odisha

Jagmohan Meena Resigns / ଭୁବନେଶ୍ଵର DCP ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଭୁବନେଶ୍ଵର DCP ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା
Jagmohan Meena Quits as Bhubaneswar DCP

Key Points

ଇସ୍ତଫା ଦେଲେ ଭୁବନେଶ୍ଵର DCP ଜଗମୋହନ ମୀନା
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା
୨୦୨୫ ଫେବ୍ରୁଆରୀରେ DCP ଭାବେ ଦାୟିତ୍ଵ ନେଇଥିଲେ
୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା
ଭୁବନେଶ୍ଵର: କମିନଶନରେଟ୍ ପୋଲିସରେ ବଡ଼ ହଲଚଲ୍ । ଇସ୍ତଫା ଦେଲେ ଭୁବନେଶ୍ଵର DCP ଜଗମୋହନ ମୀନା । ବ୍ୟକ୍ତିଗତ କାରଣ ଦର୍ଶାଇ ଭୁବନେଶ୍ଵର DCP ପଦରୁ ଜଗମୋହନ ମୀନା ଇସ୍ତଫା ଦେଇଥିବା ଜଣାପଡ଼ିଛି । ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ହେଉଛନ୍ତି ଜଗମୋହନ ମୀନା ।

୨୦୨୫ ଫେବ୍ରୁଆରୀରେ ଭୁବନେଶ୍ଵର DCP ଭାବେ ଦାୟିତ୍ଵ ନେଇଥିଲେ ଜଗମୋହନ ମୀନା । ସେ ଏବେ କୌଣସି ଘରୋଇ କମ୍ପାନୀରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ IPS ଅଧିକାରୀ ଜଗମୋହନ ମୀନା ଅନୁଗୋଳ ଏବଂ ଗଞ୍ଜାମରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ଆଜି ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା 

କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର DCP ମଧ୍ୟ ଥିଲେ IPS ଜଗମୋହନ ମୀନା । ୨୦୨୫ ଫେବ୍ରୁଆରୀ ୨୮ରେ ଜଗମୋହନ ମୀନା ଭୁବନେଶ୍ୱର DCP ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଗମୋହନ ମୀନାଙ୍କ ଇସ୍ତଫାର ପ୍ରକୃତ କାରଣ ଜଣାପଡ଼ନାହିଁ ।

ଇସ୍ତଫା ପରେ IPS ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି । ଜଗମୋହନ ମୀନା କହିଛନ୍ତି, "ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି । ଦୀର୍ଘ ବର୍ଷ ଚାକିରି କ୍ୟାରିୟରରେ ମୁଁ ଖୁସି ଥିଲି ।"

IPS ଜଗମୋହନ ମୀନାଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ସେ ପ୍ରାୟ ୨୫ ଦିନ ତଳେ ଇସ୍ତଫା ଦେଇଥିବା କଥା ସାମ୍ନାକୁ ଆସିଛି । ୩୭ ବର୍ଷୀୟ ଜଗମୋହନ ମୀନା ରାଜସ୍ଥାନରେ ଥିବା ତାଙ୍କ ନିକଟ ସମ୍ପର୍କୀୟଙ୍କ ଏକ ଘରୋଇ କମ୍ପାନୀରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ଭୋଟର ତାଲିକାରେ ବଡ଼ଧରଣର ସଂଶୋଧନ; ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର 

ତେବେ ରାଜଧାନୀ ଭୁବନେଶ୍ଵରରେ ଅପରାଧର ମାତ୍ରା ବଢ଼ିଥିବା ବେଳେ DCP ପଦରୁ ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ବାଲିଅନ୍ତାରେ ଭିଡ଼ ହିଂସାରେ ସୌମ୍ୟଙ୍କ ମୃତ୍ୟୁକୁ ନେଇ କମିଶନରେଟ୍ ପୋଲିସ ଅନେକ ଅପବାଦ ମୁଣ୍ଡାଇଛି ।

ଏପରିକି ବାଲିଅନ୍ତା ଭିଡ଼ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏବେ ହଠାତ୍ ଭୁବନେଶ୍ଵର DCP ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ତାଙ୍କ ସହଯୋଗୀଙ୍କୁ ମଧ୍ୟ ଚକିତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored