Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ଆଜି ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

Odisha

School Closed / ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ଆଜି ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ଆଜି ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
Holiday Declared for Schools in 4 Districts

Key Points

ସୋମବାର ମଧ୍ୟ ବର୍ଷା ପାଇଁ ଏକାଧିକ ଜିଲ୍ଲାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଯାହାକୁ ୪ ଜିଲ୍ଲାର ପ୍ରଶାସନ ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି । ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର (ଆଜି) ଛୁଟି ଘୋଷଣା କରାଯାଇଛି ।
ଭୁବନେଶ୍ଵର: ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଅସ୍ତବ୍ୟସ୍ତ ଜନ ଜୀବନ । ସୋମବାର ମଧ୍ୟ ବର୍ଷା ପାଇଁ ଏକାଧିକ ଜିଲ୍ଲାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଯାହାକୁ ୪ ଜିଲ୍ଲାର ପ୍ରଶାସନ ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି । ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର (ଆଜି) ଛୁଟି ଘୋଷଣା କରାଯାଇଛି ।

ଆଜି କଟକ, ସୁବର୍ଣ୍ଣପୁର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବର୍ଷା ପାଇଁ ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଜିଲ୍ଲାରେ ସୋମବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।

ଏଥିସହ ପଢ଼ନ୍ତୁ: ସୋମବାର ଖୋଲିବନି ସ୍କୁଲ୍, କଲେଜ; ବର୍ଷା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି 

ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ । ଏଥିସହ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମକୁ ମଧ୍ୟ ଜିଲ୍ଲାପାଳ ବାତିଲ କରିଛନ୍ତି ।

ଛତା ଧରି ଗ୍ରାଉଣ୍ଡରେ IAS ଅଧିକାରୀ

ସମ୍ବଲପୁରରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାକୁ ଦେଖି ସମ୍ବଲପୁରରେ ମଧ୍ୟ ଶିକ୍ଷାନୁଷ୍ଠାନକୁ ସୋମବାର ଛୁଟି ଘୋଷଣା କରାଯାଇଛି । ବିଳମ୍ବିତ ରାତିରେ ୨ IAS ଅଫିସର ଗ୍ରାଉଣ୍ଡରେ ଛତା ଧରି ସ୍ଥିତି ପରଖିଛନ୍ତି ।

ଜିଲ୍ଲାପାଳ ସିଦ୍ଧେଶ୍ବର ବଲିରାମ ବୋନ୍ଦର ଓ ମହାନଗର ନିଗମ କମିଶନର ରେହାନ କ୍ଷେତ୍ରୀ ସହର ବିଭିନ୍ନ ଜଳମଗ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ତୁରନ୍ତ ଜଳ ନିଷ୍କାସନ କରାଯିବା ନେଇ ପଦକ୍ଷେପ ନେବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

କଟକକୁ ଅରେଞ୍ଜ ଆଲର୍ଟ

ଆଗାମୀ ୨୪ ଘଣ୍ଟା ପାଇଁ ଅନ୍ୟ ଜିଲ୍ଲା ସହ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେଣୁ ବର୍ଷା ବିପଦକୁ ଦେଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା (DDMA)ର ଅଧ୍ୟକ୍ଷ ଭାବେ କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଳବନ୍ଦୀ, ବନ୍ୟା ଓ ମହାନଦୀରେ ଜଳସ୍ତର ବଢ଼ିବା ଆଶଙ୍କାକୁ ଦେଖି ସୋମବାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।

ଏଥିସହ ପଢ଼ନ୍ତୁ: ନରାଜ ବନ୍ଧରେ ରିଲ୍ସ କରୁ କରୁ ମହାନଦୀରେ ଭାସିଗଲେ ୩ ଜଣ ଯୁବକ 

ଜଳ କ୍ରୀଡ଼ା ମନା

ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯିବା ସହ ଜଳ କ୍ରୀଡ଼ା ଉପରେ କଟକ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ମହାନଦୀ ଏବଂ ଅନ୍ୟ ଚ୍ୟାନେଲ୍‌ରେ କୌଣସି ପ୍ରକାର ଜଳ କ୍ରୀଡ଼ା କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶନାମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କଟକର ଘାଟ ଗୁଡ଼ିକରେ ପୋଲିସ ପାଟ୍ରୋଲିଂ କରି ଲୋକଙ୍କୁ ରୋକିବ ।

ନିର୍ମାଣ କାର୍ଯ୍ୟ ବନ୍ଦ

ବର୍ଷା ଜାରି ରହିଥିବାରୁ ସମସ୍ତ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ସୋମବାର ବନ୍ଦ ରଖାଯିବ । ସରକାରୀ ଓ ଘରୋଇ ନର୍ମାଣ ଜିଲ୍ଲାରେ ବନ୍ଦ ରହିବ । କେବଳ ବାତ୍ୟା ପରିଚାଳନା, ଜରୁରୀକାଳୀନ ସ୍ଥିତି ସମ୍ବନ୍ଧିତ ନିର୍ମାଣ କରାଯାଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored