Odisha SIR / ଭୋଟର ତାଲିକାରେ ବଡ଼ଧରଣର ସଂଶୋଧନ; ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର
·1 day ago·2 min read

Key Points
SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟର । ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ କେବଳ ମୃତ ବ୍ୟକ୍ତି ବା 'ଭୂତ ଭୋଟର'ଙ୍କ ସଂଖ୍ୟା ହିଁ ରହିଛି ପ୍ରାୟ ୮ ଲକ୍ଷ ୩୨ ହଜାର ।
ଭୁବନେଶ୍ଵର: ରାଜ୍ୟ ଭୋଟର ତାଲିକାରେ ହୋଇଛି ବଡ଼ଧରଣର ସଂଶୋଧନ ହୋଇଛି । SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟର । ସବୁଠାରୁ ବଡ଼ କଥା ହେଉଛି, ଏହି ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ କେବଳ ମୃତ ବ୍ୟକ୍ତି ବା 'ଭୂତ ଭୋଟର'ଙ୍କ ସଂଖ୍ୟା ହିଁ ରହିଛି ପ୍ରାୟ ୮ ଲକ୍ଷ ୩୨ ହଜାର ।
ଏତେ ସଂଖ୍ୟକ ଭୋଟରଙ୍କ ନାଁ କଟିବାକୁ ନେଇ ବିଜେଡି ଏବଂ କଂଗ୍ରେସ ନିର୍ବାଚନ କମିଶନ ଓ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ଏହାର କଡ଼ା ଜବାବ ଦେଇଛି । ତେବେ ଯେଉଁ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରୁ କଟିଯାଇଛି, ସେମାନଙ୍କ ପାଇଁ ଏବେ ବି ସୁଯୋଗ ରହିଛି । ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସେମାନେ ପୁଣି ଥରେ ନିଜ ନାଁ ଯୋଡ଼ିବା ପାଇଁ ଆବେଦନ କରିପାରିବେ ।
ଏଥିସହ ପଢ଼ନ୍ତୁ: ଭୋଟର ତାଲିକାର SIR ପାଇଁ ୧୦ ବରିଷ୍ଠ IAS ଅଧିକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ
ସରିଲା ଏସ.ଆଇ.ଆର ପ୍ରକ୍ରିୟା । ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର । ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ପଠାଇ ଦିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ୩ କୋଟି ୩୩ ଲକ୍ ୯୯ ହଜାର ୫୯୧ ଜଣ ଭୋଟର ଥିଲେ । ଏଥିରୁ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ।
କାହିଁକି କଟିଲା ନାଁ ?
ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ହୋଇଥିବା ବେଳେ ସ୍ଥାନାନ୍ତରିତ ବା ଅନୁପସ୍ଥିତ ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ରହିଛି । ସେହିପରି ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜିକରଣ ପାଇଁ ୧ ଲକ୍ଷ ୫୮ ହଜାର, ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟରଙ୍କ ନାଁ କଟିଛି ।
SIRରେ ଭୋଟରଙ୍କ ନା କାଟିବାକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡି ଅଭିଯୋଗ କରିଛି, "୨୦ ଲକ୍ଷ ବାଦ୍ ଆହୁରି ୭ ଲକ୍ଷ ଲୋକଙ୍କ ନାଁ କାଟି ତଥ୍ୟ ଲୁଚା ଯାଇଛି ।" କଂଗ୍ରେସ କହିଛି, "ନାଁ କଟିଥିବା ଲୋକଙ୍କୁ ଯଥେଷ୍ଟ ସମୟ ଦେବା ସହ ବିଜ୍ଞାପନ ଜରିଆରେ ଲୋକଙ୍କୁ ଜଣାନ୍ତୁ ।" ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ନ ଉଠାଇ ବିରୋଧୀ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ଏଥିସହ ପଢ଼ନ୍ତୁ: ଗାଡ଼ିର ଫିଟନେସ ପ୍ରମାଣପତ୍ର ନ ଥିଲେ ହେବ ପଞ୍ଜୀକରଣ ରଦ୍ଦ
ନାଁ କଟିଥିଲେ କ'ଣ କରିବେ ?
ଯେଉଁମାନଙ୍କ ଭୋଟର ଲିଷ୍ଟରେ ନାମ ନଥିବ ସେମାନେ ଆଜିଠାରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ତାରିଖ ଆପତ୍ତି ଅଭିଯୋଗ କରିପାରିବେ । ନୂଆ ଭୋଟର ପାଇଁ ଆବେଦନ ଫର୍ମ ୬, ବିଦେଶରେ ବସବାସ କରୁଥିଲେ ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ଫର୍ମ ୬ କ, ନୂଆ ଭୋଟର ତାଲିକାରେ ନାଁ ଯୋଡିବା କିମ୍ବା ନାଁ କାଟିଥିଲେ ଆପତ୍ତି ପାଇଁ ଫର୍ମ ୭ କିମ୍ବା ବାସସ୍ଥାନ ପରିବର୍ତ୍ତନ କରିଥିଲେ ଭୋଟର ତାଲିକାରେ ନାଁ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରି ବିଏଲଓଙ୍କ ନିକଟରେ ଦାଖଲ କରିବେ । ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ମାମଲା ଗୁଡ଼ିକର ଯାଞ୍ଚ ସାରି ୬ ସେପ୍ଟେମ୍ବରରେ ନୂତନ ତାଲିକା ପ୍ରକାଶ ପାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories