ରାଜଧାନୀରେ ମାତିଛନ୍ତି ବୁଲା କୁକୁର
·2 years ago

ଅର୍ଗସ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ବୁଲା କୁକୁର । କୁକୁର କାମୁଡ଼ା ମାମଲା ସାଙ୍ଗକୁ ବଢ଼ିବାରେ ଲାଗିଛି ଦୁର୍ଘଟଣା । ପ୍ରତିଦିନ ଏଭଳି ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ବିଏମସିର ନିଦ ଭାଙ୍ଗିଛି । ହାଇକୋର୍ଟରେ ମାମଲା ଥିବାରୁ କୁକୁରଙ୍କ ବନ୍ଧ୍ୟାକରଣ ହୋଇପାରୁ ନଥିବା କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ତେବେ କୋର୍ଟଙ୍କ ନିର୍ଦେଶ ମିଳିବା ମାତ୍ରେ ବନ୍ଧ୍ୟାକରଣ ପାଇଁ ବିଏମସି ପ୍ରସ୍ତୁତ ଥିବା ସେ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମଞ୍ଚେଶ୍ବରେ ୨୫୦ କୁକୁର କେନେଲ ତିଆରି ହୋଇଛି । ବୈଜ୍ଞାନିକ ପ୍ରକ୍ରିୟାରେ କୁକୁରଙ୍କ ପାଇଁ ହସ୍ପିଟାଲ ତିଆରି ହୋଇଛି, ଯେଉଁଠି ଅସ୍ତ୍ରୋପଚାର ହୋଇପାରିବ । ଦିନକୁ ୧୦୦ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯିବାର ବ୍ୟବସ୍ଥା ରହିଛି । ତେବେ କୁକୁରଙ୍ଗ ସଂକ୍ୟା ନିୟମନ୍ତ୍ରଣ ପାଇଁ ବନ୍ଧ୍ୟାକରଣ ଏକ ମାତ୍ର ଉପାୟ ବୋଲି ସେ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: