Crime In Odisha / ଦିନକରେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ; ସୁନା ପାଇଁ ମାଲିକାଣୀଙ୍କୁ ହ*ତ୍ୟା
·1 hour ago·2 min read

Key Points
ଅର୍ଥ ପାଇଁ ମାଲିକାଣୀକୁ ଘର ଭିତରେ ହତ୍ୟା କରି ଅଭିଯୁକ୍ତ ଫେରାର୍ । ଅଭିଯୁକ୍ତ ଗହଣା ସହ ସ୍କୁଟି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସେପଟେ ଗାଡ଼କଣ କେଳୁଚରଣ ପାର୍କ ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି ।
ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର । ବିଶ୍ଵାସରେ ବିଷ ଦେଇ ରାଜଧାନୀରେ କେୟାରଟେକର ପାଲଟିଲା କିଲର । ଅର୍ଥ ପାଇଁ ମାଲିକାଣୀକୁ ଘର ଭିତରେ ହତ୍ୟା କରି ଅଭିଯୁକ୍ତ ଫେରାର୍ । ଅଭିଯୁକ୍ତ ଗହଣା ସହ ସ୍କୁଟି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସେପଟେ ଗାଡ଼କଣ କେଳୁଚରଣ ପାର୍କ ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ଶବ ପଚି ଯାଇଥିବାରୁ ପରିଚୟ ମିଳିପାରିନି । ଏହି ଦୁଇ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।
ଏଥିସହ ପଢ଼ନ୍ତୁ: ରାତିରେ ସବୁଜ, ସକାଳକୁ ହଳଦିଆ ଟହଟହ, ଶୀଘ୍ର ପାଚିବା ନାଁରେ ଲୋକଙ୍କ ଜୀବନ ସହ ଖେଳ
ପୂର୍ବତନ ଡିଏଫଓ ହାଡ଼ିବନ୍ଧୁ ନନ୍ଦଙ୍କ ପତ୍ନୀ କୁଞ୍ଜଲତା ନନ୍ଦ ଘରେ ଏକାକୀ ରହୁଥିଲେ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ବାହାରେ ରହୁଥିବା ବେଳେ ପ୍ରାୟ ଚାରି ମାସ ପୂର୍ବରୁ ବୃଦ୍ଧାଙ୍କ ଚିକିତ୍ସା ଦାୟିତ୍ଵରେ ରହିଥିଲା କେୟାରଟେକର ବଳଭଦ୍ର ମହାରଣା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ କିଏ ଜାଣିଥିଲା, ଯାହାକୁ ଭରସା କରି ଘରେ ରଖାଯାଇଥିଲା, ସିଏ ପାଲଟିବ ଶତ୍ରୁ । ଅଭିଯୁକ୍ତ ବୃଦ୍ଧାଙ୍କ ହାତକୁ ବାନ୍ଧି ନିର୍ମମ ଭାବେ ହତ୍ୟା କରିଛି ବଳଭଦ୍ର । କେବଳ ସେତିକି ନୁହେଁ, କଇଁଚିରେ ମୁଣ୍ଡକୁ ବାରମ୍ବାର ଭୁସି ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ଯେ ଦେଖିଲେ ଲୋମଟାଙ୍କୁରି ଯିବ ।
ହତ୍ୟା ପରେ ଗହଣା ଲୁଟ୍
ହତ୍ୟା ପରେ ଘରର ସିସିଟିଭି ବନ୍ଦ କରିଦେଇ, ଆଲମାରି ଭାଙ୍ଗି ଟଙ୍କା, ଗହଣା ଏବଂ ବୃଦ୍ଧାଙ୍କ ପିନ୍ଧା ସୁନା ଗହଣା ଲୁଟି ନେଇଛି । ଘର ବାହାରେ ଗହଣାର ଖୋଳ ପଡ଼ିଥିବାବେଳେ ବୃଦ୍ଧାଙ୍କର ଏକ ସ୍କୁଟି ନେଇ ଫେରାର୍ ହୋଇଯାଇଛି ହତ୍ୟାକାରୀ । ଆଜି ସକାଳୁ ସାନ ଜ୍ୱାଇଁ ଘରକୁ ଆସିବା ପରେ ଏହି ସତ ସାମ୍ନାକୁ ଆସିଛି ।
ଏପଟେ ରାଜଧାନୀରୁ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି । ଗାଡ଼କଣ କେଳୁଚରଣ ପାର୍କ ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଏତେମାତ୍ରାରେ ପଚି ଯାଇଛି ଯେ, ତାହାର ପରିଚୟ ବାହାର କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ; ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି
ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଓ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ, ସାଇଣ୍ଟଫିକ୍ ଟିମ୍ ମୃତଦେହରୁ ଚୁଟି ଏବଂ ମାଂସ ନମୁନା ସଂଗ୍ରହ କରିଛି ।

ଗୋଟିଏ ପଟେ କେୟାରଟେକରର ନୃଶଂସ ହତ୍ୟାକାଣ୍ଡ, ଆଉ ଅନ୍ୟପଟେ ଗାଡ଼କଣର ପଚାସଢ଼ା ଗଳିତ ମୃତଦେହର ରହସ୍ୟ ! ଏହି ଦୁଇ ଦୁଇଟି ସାଂଘାତିକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ସତ୍ୟ ସାମ୍ନାକୁ ଆଣିବା ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।