Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପର୍ଯ୍ୟସ୍ତ ସ୍ବେରେଜ ବ୍ୟବସ୍ଥା, ହନ୍ତସନ୍ତ ରାଜଧାନୀବାସୀ

Jitendra Dash
Browse all articles by Jitendra Dash
·2 years ago·1 min read
ବିପର୍ଯ୍ୟସ୍ତ ସ୍ବେରେଜ ବ୍ୟବସ୍ଥା, ହନ୍ତସନ୍ତ ରାଜଧାନୀବାସୀ

ଅର୍ଗସ ବ୍ୟୁରୋ : ରାଜଧାନୀର ରାସ୍ତାରେ ଚାଲିବାକୁ ଲାଗୁଛି ଡ଼ର । ଉପାନ୍ତ ଗାଁ ଗହଳି ରାସ୍ତାଠାରୁ ଆହୁରି ଦୟନୀୟ ହୋଇ ପଡିଛି ସ୍ମାର୍ଟସିଟି ରାସ୍ତା । ଆପଣ ଦେଖୁଥିବା ଏ ରାସ୍ତାଟି ୟୁନିଟ ୩ ଖାରବେଳନଗରର । ପ୍ରାୟ ଦୁଇ ମାସ ଧରି ସ୍ବରେଜ ପାଇପ ଲାଇନ୍ ଫାଟି ଏଭଳି ପାଣି ବୋହୁଛି । ଫଳରେ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ । ବର୍ତ୍ତମାନ ସହରରେ ଝାଡ଼ାବାନ୍ତି ପ୍ରଭାବ ରହିଥିବା ବେଳେ ଏଭଳି ପାଇପ୍‌ ଫାଟି ବାହାର ଅପରିଷ୍କାର ପାଣି ମିଶିବା ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ୱାଟକୋ, ବିଏମ୍ସି ଓ ସ୍ଥାନୀୟ ଅଂଚଳର କର୍ପୋରେଟରଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବାରମ୍ବାର ସ୍ବରେଜ୍ କାମ ପାଇଁ ରାସ୍ତାକୁ ଖୋଳା ଯାଉଛି । ପାଇପ ଲାଇନ ମରାମତି କରିବା ପରେ କେତେକ ସ୍ଥାନରେ ମାଟି ପୂରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଖୋଲା ଭାବେ ଛାଡି ଦିଆଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫଳରେ ପାଇପ୍ ଫାଟି ଏଭଳି ପରିସ୍ଥିତି ଶୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ବିଏମସି କର୍ତୁପକ୍ଷ ଓ ୱାଟକୋ କର୍ତୁପକ୍ଷ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
 

Sponsored
bhubaneswar drainage Issue | Argus News