Videos
|
Odisha

ଅଳିଆ ଆବର୍ଜନା ଦୁର୍ଗନ୍ଧରୁ ରାଜଧାନୀବାସୀଙ୍କୁ ମିଳିବନି ମୁକ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଅଳିଆ ଆବର୍ଜନା ଦୁର୍ଗନ୍ଧରୁ ରାଜଧାନୀବାସୀଙ୍କୁ ମିଳିବନି ମୁକ୍ତି

ଅର୍ଗସ ବ୍ୟୁରୋ : ରାଜଧାନୀବାସୀଙ୍କ ପାଇଁ ସତର୍କବାଣୀ । ଗାଡ଼କଣା ସ୍ଥିତ ଅସ୍ଥାୟୀ ଡମ୍ପିୟାର୍ଡ ଏବେ ସ୍ଥାୟୀ ଡମ୍ପିୟାର୍ଡ ହେବାକୁ ଯାଉଛି । ବାରମ୍ବାର ଆନ୍ଦୋଳନ ଓ ପ୍ରତିବାଦ ପରେ ବି ଏହି ଡମ୍ପିୟାର୍ଡ ସ୍ଥାନାନ୍ତର କରିବା ତ ଦୂରର କଥା ଏବେ ଲୋକଙ୍କୁ ଭୁଆଁ ବୁଲାଇବାକୁ ନୂଆ ଲଲିପପ୍ ଧରାଇଛି ବିଏମସି । ଗାଡ଼କଣା ଟିଟିଏସରେ ଓ୍ଵିନଡୋଜ୍ ପ୍ରକ୍ରିୟାରେ ଆବର୍ଜନା ପ୍ରକ୍ରିୟାକରଣ ଚାଲିଥିବା ବେଳେ, ଏଠାକୁ ରାସ୍ତା ନିର୍ମାଣ ଚାଲିଛି । ବିଏମ୍‌ସି ଗାଡ଼କଣା ଟିଟିଏସକୁ ସ୍ଥାୟୀ କରାଇବାକୁ ଯୋଜନା କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ବିଏମ୍‌ସି କମିଶନର କହିଛନ୍ତି, ବର୍ତ୍ତମାନ ସୈନିକ ସ୍କୁଲ ଟିଟିଏସରେ ଚାଲିଥିବା ୱିନଡୋଜ୍‌ ପ୍ରକ୍ରିୟା ହିଁ ସ୍ଥାୟୀ ସମାଧାନ । ଦୈନିକ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଠାରେ ପ୍ରକ୍ରିୟାକରଣ କରାଯିବ । ଓଦା ଅଳିଆ ୱିନଡୋଜ୍‌ମାଧ୍ୟମରେ ଟିଟିଏସରେ ପ୍ରକ୍ରିୟାକରଣ କରାଯିବାକୁ ଥିବାବେଳେ, ଶୁଖିଲା ଅଳିଆକୁ ପଳାଶୁଣିରେ ପ୍ରକ୍ରିୟାକରଣ କରାଯିବ । ଜମା ହୋଇ ରହିଥିବା ଅଳିଆ ଶେଷ ହେବା ପରେ ଏହି ପ୍ରକ୍ରିୟା ଦୈନିକ ଚାଲିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଡ଼କଣା ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ବ୍ୟାପକ ହେଉଛି ଆନ୍ଦୋଳନ । ରାଜଧାନୀ ବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ବି ଆନ୍ଦୋଳନ କରୁଛନ୍ତି, ଏସବୁ ଭିତରେ ବିଏମ୍‌ସିର ଏହି ମାଷ୍ଟରପ୍ଲାନ୍ କେତେ ପରିମାଣରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

Sponsored
bhubaneswar dumping yard issue | Argus News