Traffic Advisory / ପାର୍ବଣରେ ସହରକୁ ପଶିବନି ଭାରୀ ଯାନ, ଦିନ ୨ରୁ ରାତି ୨ଟା ଯାଏଁ କଟକଣା

Key Points
ପୂଜାରେ ଭିଡ଼ ନିୟନ୍ତ୍ରଣ ସହ ଜନସାଧାରଣ ସୁବିଧାକୁ ଦେଖି କଟକଣା ଲାଗୁ ହୋଇଛି । ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀ ଯାନ ପାଇଁ ଏହି କଟକଣା ଲାଗୁ ହେବ । ଦିନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହରକୁ ପଶି ପାରିବେନି କୌଣସି ଭାରୀ ଯାନ ।
ଭୁବନେଶ୍ଵର: ରାଜଧାନୀରେ ଦୁର୍ଗା ପୂଜା ପାଇଁ ଟ୍ରାଫିକ୍ ଆଡଭାଇଜରୀ ଜାରି କରିଛି କମିଶନରେଟ୍ ପୋଲିସ । ପୂଜାରେ ଭିଡ଼ ନିୟନ୍ତ୍ରଣ ସହ ଜନସାଧାରଣ ସୁବିଧାକୁ ଦେଖି କଟକଣା ଲାଗୁ ହୋଇଛି । ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀ ଯାନ ପାଇଁ ଏହି କଟକଣା ଲାଗୁ ହେବ । ଦିନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହରକୁ ପଶି ପାରିବେନି କୌଣସି ଭାରୀ ଯାନ ।
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍ ଓ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା)ରେ ଭାରୀ ଯାନକୁ ବାରଣ କରାଯାଇଛି । ବାଣୀ ବିହାର ଛକରୁ ଶିଶୁ ଭବନ ଛକ ଏବଂ ଏହାକୁ ସଂଯୋଗ ରାସ୍ତାରେ କଟକଣା ରହିବ ।
ଏଥିସହ ପଢ଼ନ୍ତୁ: ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର
📱 Get Argus News App
✨
ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ୍ ଛକ, ଆଚାର୍ଯ୍ୟ ବିହାରରୁ ନିୟୁ ଏୟାରପୋର୍ଟ ଛକ, ଜୟଦେବ ବିହାର ଛକରୁ ନନ୍ଦନକାନା ଛକ, ଜୟଦେବ ବିହାର ଛକରୁ ରାଜଭବନ ଛକ, ସିଆରପି ଛକରୁ ପାୱାର ହାଉସ୍ ଛକ, ଫାୟାର ଟ୍ରେନିଂ ସ୍କୁଲ୍ ଛକରୁ ଶିଶୁଭବନ ଛକ, ଖଣ୍ଡଗିରି ଛରୁ ପୋଖରୀପୁଟ ଛକ, ଜାତୀୟ ରାଜପଥ-୧୬ ବରମୁଣ୍ଡାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ଥିବା ସର୍ଭିସ୍ ରୋଡ୍ ଆଦିରେ ଭାରୀ ଯାନ ଚଳାଚଳକୁ ବାରଣ କରାଯାଇଛି ।
ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ଭାରୀ ଯାନ ଗୁଡ଼ିକୁ ଭୁବନେଶ୍ଵର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ପିତାପଲ୍ଲୀ ଛକ ଠାରୁ ବାମ ପଟ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ-୧୬କୁ ବାହାରିବେ ।
ଏଥିସହ ପଢ଼ନ୍ତୁ: ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
ସେହିଭଳି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥିବା ଭାରୀ ଯାନ ଗୁ଼ଡ଼ିକ ବାଲିକୁଦା ଦେଇ ପିତାପଲ୍ଲୀ ଯିବେ । ଆବଶ୍ୟକ ତଳେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ ।
ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଏନ୍ଏଚ୍-୧୬ ଦେଇ କଟକରୁ ଆସୁଥିବା ଗାଡ଼ି (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ୍-୮ ଦେଇ ଫାୟାର ଷ୍ଟେସନ ଛକ ଆଡ଼କୁ ଯିବେ । ସେହିପରି ସିଆରପି ଛକରୁ ଏକାମ୍ର କାନନ ଦେଇ ବିଜୁ ପଟ୍ଟନାୟକ କଲେଜ ଦେଇ ଜୟଦେବ ବିହାର ଯାଇ ପାରିବେ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶକୁ ୧୧ ରନ୍ରେ ହରାଇଲା ପାକିସ୍ତାନ, ଫାଇନାଲ୍ରେ ଭାରତ ସହ ମୁକାବିଲା
ମାଷ୍ଟରକ୍ୟାଣ୍ଟିନ ବସ୍ ଷ୍ଟାଣ୍ଡରୁ କୌଣସି ବସ୍ ବାଣୀବିହାର ଛକ କିମ୍ବା ରବି ଟକିଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ । କଟକଣା ନଥିବା ସମୟରେ ଗାଡ଼ି ଗୁଡ଼ିକ ରାମ ମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ହୋଇ ଆଚାର୍ଯ୍ୟ ବିହାର ଛକରେ ବାହାରିବେ । ଲିଙ୍ଗରାଜ ମନ୍ଦିର ପଟୁ କୌଣସି ବସ୍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡ଼କୁ ଯିବେ ନାହିଁ । ସେହି ବସ୍ ଗୁଡ଼ିକ ଗ୍ୟାରେଜ୍ ଛକ, ସାମନ୍ତରାପୁର ଦେଇ ଲିଙ୍ଗିପୁର ଆଡ଼କୁ ଯାଇ ପାରିବେ ।
Related Topics
Explore more stories