୭ ଦିନ ଧରି ନାଚ, ଗୀତରେ କମ୍ପିବ ମଞ୍ଚ
·2 years ago·1 min read

ଅର୍ଗସ ବ୍ୟୁରୋ : ଆଉ କିଛି ସମୟ ପରେ ଭୁବନେଶ୍ବରରେ ଆରମ୍ଭ ହେବ ଏକାମ୍ର ଉତ୍ସବ । ୭ ଦିନ ଧରି ନାଚ, ଗୀତରେ କମ୍ପିବ ମଞ୍ଚ । ଝୁମିବେ ରାଜଧାନୀବାସୀ । ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତା ସାଙ୍ଗକୁ ଖାଦ୍ୟ ପାନୀୟ ଓ କିଣା ବିକାର ଆସର । ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟକୁ ନେଇ ହୋଇଛି ଗୋଟିଏ ଗୋଟିଏ ଷ୍ଟଲ ବ୍ୟବସ୍ଥା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାଛଡ଼ା ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଖୋଲିବ ରାତ୍ରିକାଳୀନ ବଜାର । ଅପରାହ୍ନ ୪ରୁ ରାତି ୧୧ଟା ଯାଏ ହାଟରେ ନିଜ ମନ ପସନ୍ଦର ସାମଗ୍ରୀ କିଣି ପାରିବେ ଲୋକେ । ସେପଟେ ଚଳିତ ଏକାମ୍ର ଉତ୍ସବର ଶେଷ ଦୁଇ ଦିନ ହେବ ରୋମାଞ୍ଚକର । ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ଷ୍ଟାର ଗାୟକ ସୋନୁ ନିଗମ ଓ ଜୁବିନ୍ ନୌଟିଆଲ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: