Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ୩ ଗଞ୍ଜେଇ ଚାଲାଣକାରୀ ଗିରଫ

Odisha

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ୩ ଗଞ୍ଜେଇ ଚାଲାଣକାରୀ ଗିରଫ

Jitendra Dash
Browse all articles by Jitendra Dash
·2 years ago
ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ୩ ଗଞ୍ଜେଇ ଚାଲାଣକାରୀ ଗିରଫ

ଅର୍ଗସ ବ୍ୟୁରୋ : ଦାମୀ କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ୩ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲିଅନ୍ତାର ନାରାୟଣ ଭୋଇ, ଜଗତସିଂହପୁର ବୋରିକିନାର ଦୀପ୍ତି ରଞ୍ଜନ ପରିଡା ଓ ଡେଲାଙ୍ଗର କଂଗ୍ରେସ ମହାପାତ୍ର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେମାନଙ୍କଠାରୁ ୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ବରିମୁଣ୍ଡ ସ୍ଥିତ ବାଲିଯାତ୍ରା ପଡ଼ିଆ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି । ଗତକାଲି ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସୁବାଶିଷ ଦିଗଲକୁ ପଚରାଉଚରା ପରେ ପୂରା ଗ୍ୟାଙ୍ଗ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar ganja smuggling | Argus News