Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ପୋଲିସ

Jitendra Dash
Browse all articles by Jitendra Dash
·2 years ago·2 min read
ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ପୋଲିସ

ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଜାତୀୟ ରାଜପଥରେ ଆକ୍ସନ । ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ପୋଲିସ । ମାଲକାନଗିରିରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଦାମି ଗାଡ଼ିରେ ପ୍ରେସ ଷ୍ଟିକର ଲଗାଇ କରୁଥିଲେ ଗଞ୍ଜେଇ ଚାଲାଣ  । ୨୦ କି ୫୦ ନୁହଁ, ପୁରା ୩୦୦ କେଜିର ଗଞ୍ଜେଇ ଜବତ । ଦାମିକିଆ ଗାଡ଼ି-ପ୍ରେସ ଷ୍ଟିକର-ଆଉ ଗାଡି ଭିତରେ ପୁଳା ପୁଳା ଗଞ୍ଜେଇ ।

ପ୍ରାୟ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଗାଡ଼ିଟି ଜାତୀୟ ରାଜପଥରେ ଗଡୁଥିବା ବେଳେ ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ କରିଥିଲା ଚଢ଼ାଉ । ଫିଲ୍ମ ଷ୍ଟାଇଲରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଅପରାଧୀ । ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ ଓ ମାଫିଆଙ୍କ ଛକାପଞ୍ଝା । ଶେଷରେ ପୋଲିସ ଫାଶରେ ପଡ଼ିଥିଲେ ଗଞ୍ଜେଇ ବେପାରୀ । ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତେ ଝାଡ଼ଖଣ୍ଡର । ମୁଖ୍ୟ ଅଭିଯୁକ୍ତ ରବି ଶଙ୍କର ଦାସ ନାଁରେ ପୂର୍ବରୁ ଡ୍ରଗସ ଓ ଅନ୍ୟ ଅପରାଧିକ ମାମଲା ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏତେ ମାତ୍ରାରେ ଗଞ୍ଜେଇ ଚାଲାଣ ପାଇଁ ୨ଟି ଦାମି କାର୍ ବ୍ୟବହାର କରୁଥିଲେ । ସେଥିରେ ପ୍ରେସ ଲୋଗୋ ମଧ୍ୟ ବ୍ୟବହାର କରାଯାଇଥିଲା । ଯାହା ଦ୍ଵାରା କି କେହି ସନ୍ଦେହ କରିବେ ନାହିଁ l ସବୁଠାରୁ ବଡ଼ କଥା ହେଲା, କାର୍‌ର ସିଟ୍‌ ତଳେ ସ୍ବତନ୍ତ୍ର ଚାମ୍ବର କରି ଚାଲାଣ କରୁଥିଲେ ଗଞ୍ଜେଇ | କାର୍‌ର ଭିନ୍ନ ଭିନ୍ନ ଜାଗାରେ କମ୍ପାର୍ଟମେଣ୍ଟ ବି କରିଥିଲେ । ଗିରଫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ । ଏଭଳି ଗଞ୍ଜେଇ ଚାଲାଣ ପଛରେ ଆଉ କଣ ନୂଆ ଗୁମର ରହିଛି, ଅଧିକ ତଦନ୍ତ ପରେ ହିଁ ଜଣାପଡ଼ିବ ।

Sponsored
bhubaneswar ganja smuggling | Argus News