|
logo
Live
Argus News App
GET APP

Argus News - ବ୍ଲାକ୍‌ରେ ବିକ୍ରି କରୁଥିଲେ ଗ୍ୟାସ୍; ୩୦ଟି ସିଲିଣ୍ଡର ଜବତ ପର ଦୋକାନ ସିଲ୍

Odisha

LPG Black Marketing / ବ୍ଲାକ୍‌ରେ ବିକ୍ରି କରୁଥିଲେ ଗ୍ୟାସ୍; ୩୦ଟି ସିଲିଣ୍ଡର ଜବତ ପର ଦୋକାନ ସିଲ୍

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ବ୍ଲାକ୍‌ରେ ବିକ୍ରି କରୁଥିଲେ ଗ୍ୟାସ୍; ୩୦ଟି ସିଲିଣ୍ଡର ଜବତ ପର ଦୋକାନ ସିଲ୍
30 Gas Cylinders Seized

Key Points

ବ୍ଲାକ ମାର୍କେଟିଂ କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଛି ଏନଫୋର୍ସମେଣ୍ଟ ଟିମ୍ । ଗୋଟିଏ ଦୋକାନର ପାଖାପାଖି ୩୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହାସହ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ରନ୍ଧନ ଗ୍ୟାସ୍ ଧରପଗଡ଼ । ବ୍ଲାକ ମାର୍କେଟିଂ କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଛି ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଭିଲ୍ ସପ୍ଲାଏ ଡିପାର୍ଟମେଣ୍ଟ ବିଭିନ୍ନ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୋମବାର ନୀଳାଦ୍ରି ବିହାର ସେକ୍ଟର-୩ରେ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ଥିବା ଏକ ଦୋକାନରେ ଚଢ଼ାଉ କରିଛି ବିଭାଗ । ଗୋଟିଏ ଦୋକାନର ପାଖାପାଖି ୩୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହାସହ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଥିଲେ ମିଳିବନି LPG,କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର କଟକଣା

ରାଜ୍ୟରେ ଦେଖା ଦେଇଛି ରନ୍ଧନ ଗ୍ୟାସ୍ ସଙ୍କଟ । ଗ୍ୟାସ୍‌ ଟାଙ୍କି ପାଇଁ ସକାଳୁ ସକାଳୁ ଏଜେନ୍ସିଗୁଡ଼ିକ ଆଗରେ ଖାଉଟିଙ୍କ ଭିଡ଼ ଜମୁଛି । କେଉଁଠି କଳାବଜାରୀର ଭୟ ତ ପୁଣି କେଉଁଠି ବ୍ୟବସାୟ ବନ୍ଦ ହେବାର ଆଶଙ୍କା । କଟକରେ ଦହିବରା ଦୋକାନୀଙ୍କ କାରବାର ପ୍ରଭାବିତ ହୋଇଛି । ସେପଟେ ବ୍ରହ୍ମପୁର ଓ ବାରିପଦାରେ ଟିଫିନ୍ ଷ୍ଟଲ ଓ ହୋଟେଲରେ ଜମୁନି ବେପାର ।

ରାଜ୍ୟର ବିଭିନ୍ନ ସହରରେ ରନ୍ଧନ ଗ୍ୟାସର ଅଭାବ ଦେଖା ଦେଇଛି । ବାଲେଶ୍ଵର-ବ୍ରହ୍ମପୁରୁରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଗ୍ୟାସ୍‌ ପାଇଁ ଲମ୍ବା ଲାଇନ୍ । ସମ୍ଭାବ୍ୟ ଅଭାବ ଗ୍ୟାସ୍ ବିକ୍ରିକୁ ନେଇ ଚିନ୍ତାରେ ସାଧରଣ ଲୋକେ । ଅଧିକ ଦର ପଛେ ହେଉ ଲୋକ କିଣି ନେଉଛନ୍ତି ଗ୍ୟାସ୍ । ସକାଳ ବିଭିନ୍ନ ଗ୍ୟାସ୍ ଦୋକାନରେ ଲାଗୁଛି ଭିଡ଼ ।

ସେପଟେ ରନ୍ଧନ ଗ୍ୟାସ୍‌ର ଅଭାବ ନଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗ୍ୟାସ ପାଇଁ ପୁରୀରେ ହୋଟେଲ ଶିଳ୍ପ ହୋଇଛି ପ୍ରଭାବିତ । ପର୍ଯ୍ୟଟକଙ୍କୁ ଖାଦ୍ୟ ଯୋଗାଇବାରେ ଅନେକ ଅସୁବିଧା ହୋଉଥିବା ବେଳେ ବନ୍ଦ ହେବା ଅବସ୍ଥାରେ ଅନେକ ଛୋଟ ବଡ଼ ହୋଟେଲ ।

ଗ୍ୟାସ୍ ମିଳୁନଥିବାରୁ ଅନେକ ହୋଟେଲରେ ପାରମ୍ପରିକ କାଠ ଚୁଲିରେ ରନ୍ଧାକାର୍ଯ୍ୟ କରାଯାଉଛି । ସେପଟେ ରାଜଧାନୀ ବ୍ୟବସାୟଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନୀ ବ୍ୟବହାର କରିପାରିବେ କାଠ ଚୁଲି ଓ କୋଇଲା । ବିଏମସି ନିୟମକୁ କୋହଳ କରାଯାଇଥିବା କହିଛନ୍ତି ମେୟର ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ LPG ସଙ୍କଟ, ଗ୍ୟାସ୍‌ ନ ମିଳିବାରୁ ସଙ୍କଟରେ ‘ଦହିବରା ଆଳୁଦମ’ ବ୍ୟବସାୟ

ରନ୍ଧନ ଗ୍ୟାସ୍ ସଙ୍କଟ ଯୋଗୁଁ ଏବେ ବିପଦରେ କଟକର ପାରମ୍ପରିକ ଖାଦ୍ୟ 'ଦହିବରା ଆଳୁଦମ' ବ୍ୟବସାୟ । କଟକର ପ୍ରସିଦ୍ଧ ତ୍ରିନାଥ ଦହିବରା ଆଳୁଦମ ବ୍ୟବସାୟୀ କହିଛନ୍ତି, ଗ୍ୟାସ୍ ମିଳୁନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଯଦି ଏହି ସ୍ଥିତି ଜାରି ରହେ, ତେବେ ବ୍ୟବସାୟ ବନ୍ଦ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ।

ସେପଟେ ବ୍ରହ୍ମପୁର ଓ ବାରିପଦାରେ ଟିଫିନ୍ ଷ୍ଟଲ ଓ ହୋଟେଲରେ ଜମୁନି ବେପାର । ଗ୍ୟାସ ନ ମିଳିବାରୁ ବ୍ୟବସାୟୀ ଦରବୃଦ୍ଧି କରିଥିବା ବେଳେ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସେହିପରି ପୁରୀର ପ୍ରସିଦ୍ଧ ଖଜା ବ୍ୟବସାୟ ମଧ୍ୟ ହୋଇଛି ପ୍ରଭାବିତ । ବର୍ତ୍ତମାନ ପାଇଁ ସରକାରୀ ଆଶ୍ୱାସନା ମିଳିଥିଲେ ମଧ୍ୟ ବଜାରରେ ସ୍ଥିତି କେବେ ସୁଧୁରୁଛି, ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
LPG Black Marketing: ବ୍ଲାକ୍‌ରେ ବିକ୍ରି କରୁଥିଲେ ଗ୍ୟାସ୍; ୩୦ଟି ସିଲିଣ୍ଡର ଜବତ ପର ଦୋକାନ ସିଲ୍ | Argus News