LPG Crisis / ରାଜ୍ୟରେ LPG ସଙ୍କଟ, ଗ୍ୟାସ୍ ନ ମିଳିବାରୁ ସଙ୍କଟରେ ‘ଦହିବରା ଆଳୁଦମ’ ବ୍ୟବସାୟ
·2 weeks ago·2 min read

Key Points
ରାଜ୍ୟରେ LPG ସଙ୍କଟ
ଏଜେନ୍ସି ଆଗରେ ଲମ୍ବା ଲାଇନ୍
BMC ଅଞ୍ଚଳରେ କାଠ ଚୁଲି ଓ କୋଇଲା ବ୍ୟବହାରକୁ ଅନୁମତି

ରାଜ୍ୟରେ ଦେଖାଦେଇଛି ରନ୍ଧନ ଗ୍ୟାସ୍ ସଙ୍କଟ । ଗ୍ୟାସ୍ ଟାଙ୍କି ପାଇଁ ସକାଳୁ ସକାଳୁ ଏଜେନ୍ସିଗୁଡ଼ିକ ଆଗରେ ଖାଉଟିଙ୍କ ଭିଡ଼ ଜମୁଛି । କେଉଁଠି କଳାବଜାରୀର ଭୟ ତ ପୁଣି କେଉଁଠି ବ୍ୟବସାୟ ବନ୍ଦ ହେବାର ଆଶଙ୍କା । କଟକରେ ଦହିବରା ଦୋକାନୀଙ୍କ କାରବାର ପ୍ରଭାବିତ । ସେପଟେ ବ୍ରହ୍ମପୁର ଓ ବାରିପଦାରେ ଟିଫିନ୍ ଷ୍ଟଲ ଓ ହୋଟେଲରେ ଜମୁନି ବେପାର ।
ରାଜ୍ୟର ବିଭିନ୍ନ ସହରରେ ରନ୍ଧନ ଗ୍ୟାସର ଅଭାବ । ବାଲେଶ୍ବର- ବ୍ରହ୍ମପୁରୁରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଗ୍ୟାସ୍ ପାଇଁ ଲମ୍ବା ଲାଇନ୍। ସମ୍ଭାବ୍ୟ ଅଭାବ ଗ୍ୟାସ୍ ବିକ୍ରିକୁ ନେଇ ଚିନ୍ତାରେ ସାଧରଣ ଲୋକେ । ଅଧିକ ଦର ପଛେ ହେଉ ଲୋକ କିଣି ନେଉଛନ୍ତି ଗ୍ୟାସ୍ । ସକାଳ ବିଭିନ୍ନ ଗ୍ୟାସ୍ ଦୋକାନରେ ଲାଗୁଛି ଭିଡ଼ ।
ସେପଟେ ରନ୍ଧନ ଗ୍ୟାସ୍ର ଅଭାବ ନଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗ୍ୟାସ ପାଇଁ ପୁରୀରେ ହୋଟେଲ ଶିଳ୍ପ ହୋଇଛି ପ୍ରଭାବିତ । ପର୍ଯ୍ୟଟକଙ୍କୁ ଖାଦ୍ୟ ଯୋଗାଇବାରେ ଅନେକ ଅସୁବିଧା ହୋଉଥିବା ବେଳେ ବନ୍ଦ ହେବା ଅବସ୍ଥାରେ ଅନେକ ଛୋଟ ବଡ଼ ହୋଟେଲ । ଗ୍ୟାସ୍ ମିଳୁନଥିବାରୁ ଅନେକ ହୋଟେଲରେ ପାରମ୍ପରିକ କାଠ ଚୁଲିରେ ରନ୍ଧାକାର୍ଯ୍ୟ କରାଯାଉଛି । ସେପଟେ ରାଜଧାନୀ ବ୍ୟବସାୟଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନୀ ବ୍ୟବହାର କରିପାରିବେ କାଠ ଚୁଲି ଓ କୋଇଲା । ବିଏମସି ନିୟମକୁ କୋହଳ କରାଯାଇଥିବା କହିଛନ୍ତି ମେୟର ।
ରନ୍ଧନ ଗ୍ୟାସ୍ ସଙ୍କଟ ଯୋଗୁଁ ଏବେ ବିପଦରେ କଟକର ପାରମ୍ପରିକ ଖାଦ୍ୟ 'ଦହିବରା ଆଳୁଦମ' ବ୍ୟବସାୟ । କଟକର ପ୍ରସିଦ୍ଧ ତ୍ରିନାଥ ଦହିବରା ଆଳୁଦମ ବ୍ୟବସାୟୀ କହିଛନ୍ତି, ଗ୍ୟାସ୍ ମିଳୁନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଯଦି ଏହି ସ୍ଥିତି ଜାରି ରହେ, ତେବେ ବ୍ୟବସାୟ ବନ୍ଦ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ । ସେପଟେ ବ୍ରହ୍ମପୁର ଓ ବାରିପଦାରେ ଟିଫିନ୍ ଷ୍ଟଲ ଓ ହୋଟେଲରେ ଜମୁନି ବେପାର । ଗ୍ୟାସ ନ ମିଳିବାରୁ ବ୍ୟବସାୟୀ ଦରବୃଦ୍ଧି କରିଥିବା ବେଳେ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସେହିପରି ପୁରୀର ପ୍ରସିଦ୍ଧ ଖଜା ବ୍ୟବସାୟ ମଧ୍ୟ ହୋଇଛି ପ୍ରଭାବିତ । ବର୍ତ୍ତମାନ ପାଇଁ ସରକାରୀ ଆଶ୍ୱାସନା ମିଳିଥିଲେ ମଧ୍ୟ ବଜାରରେ ସ୍ଥିତି କେବେ ସୁଧୁରୁଛି, ତାହା ଦେଖିବାକୁ ବାକି ରହିଲା ।
ପଢନ୍ତୁ ଏହି ଖବର: ଭାରତରେ ନାହିଁ LPG ସଙ୍କଟ,ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories