Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Jitendra Dash
Browse all articles by Jitendra Dash
·2 years ago·1 min read
ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଅର୍ଗସ ବ୍ୟୁରୋ : ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଘରୋଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସରକାରୀ ସ୍କୁଲର ପିଲାଙ୍କୁ ପଢାଇବେ ପାଠ । ଅତିଥି ଶିକ୍ଷକଙ୍କୁ ନିୟୋଜିତ କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡିଥିବା ପଦବୀ ପୂରଣ ହୋଇପାରିବ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଜଡିତ ବେସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ଦିଆଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ନିଯୁକ୍ତି କେବଳ ୨୦୨୪ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦିଆଯିବ । ରାଜ୍ୟରେ ନିଯୁକ୍ତି ହେବେ ପାଖାପାଖି ୪ ହଜାରରୁ ଅଧିକ ଅତିଥି ଶିକ୍ଷକ । ସେମାନଙ୍କ ଭରସାରେ ହେବ ପାଠପଢ଼ା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଅତିଥି ଶିକ୍ଷକ ନିଯୁକ୍ତ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୧୮୦୬, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୧୫୩ ଏବଂ ନୂତନ ଗ୍ରାଣ୍ଟ୍ ଇନ୍ ଏଡ୍‌ ବିଦ୍ୟାଳୟ ଗୁଡ଼ିକରେ ୧୪୪୪ ଜଣ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Guest teacher | Argus News