Videos
|
Odisha

Gupchup Corner by BMC / ରାଜଧାନୀରେ ଖୋଲିବ ଗୁପ୍‌ଚୁପ୍‌ କର୍ଣ୍ଣର, ଗୋଟିଏ ସ୍ଥାନରେ ମିଳିବ ସବୁ ପ୍ରକାର ଗୁପ୍‌ଚୁପ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ରାଜଧାନୀରେ ଖୋଲିବ ଗୁପ୍‌ଚୁପ୍‌ କର୍ଣ୍ଣର, ଗୋଟିଏ ସ୍ଥାନରେ ମିଳିବ ସବୁ ପ୍ରକାର ଗୁପ୍‌ଚୁପ୍‌

Key Points

ଏଣିକି ରାସ୍ତାରେ ଠିଆ ହୋଇ ଖାଇବାକୁ ପଡିବନି ଗୁପଚୁପ । ରାଜଧାନୀରେ ବିଏମ୍ସି ଖୋଲିବ ଗୁପଚୁପ କର୍ଣ୍ଣର । BMC ପକ୍ଷରୁ ଚିହ୍ନଟ ଜାଗାକୁ ବୁଲି ଦେଖିଛନ୍ତି ମେୟର ।
ଗୁପ୍‌ଚୁପ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଆପଣଙ୍କୁ ବିଭିନ୍ନ ପ୍ରକାର ଟେଷ୍ଟର ଗୁପ୍‌ଚୁପ୍‌ ଖାଇବାକୁ ପସନ୍ଦ କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଗୋଟିଏ ସ୍ଥାନରେ ମିଳିବ ଭଳି କି ଭଳି ଗୁପ୍‌ଚୁପ୍‌ । ରାଜଧାନୀ ଭୁବନେଶ୍ବରରେ ବିଏମ୍‌ସି ଖୋଲିବ ଗୁପ୍‌ଚୁପ୍‌ କର୍ଣ୍ଣର । ରାସ୍ତା କଡ଼ରେ ଠିଆ ହୋଇ ଆଉ ଗୁପଚୁପ ଖାଇବାକୁ ପଡିବନି । ଏଣିକି ଗୋଟିଏ ଜାଗାରେ ମିଳିବ ଭଳି କି ଭଳି ଗୁପଚୁପ । ପାଇଲଟ ପ୍ରୋଜେକ୍ଟ ଭାବରେ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ସମ୍ମୁଖରେରେ ବିଏମ୍‌ସି ଜାଗା ଚିହ୍ନଟ କରି ସାରିଛି । ଗୁପ୍‌ଚୁପ୍‌ କର୍ଣ୍ଣର ପାଇଁ ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ବୁଲି ଦେଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ତେବେ ଏହି ଗୁପ୍‌ଚୁପ୍‌ କର୍ଣ୍ଣର ପାଇଁ ସହିଦନଦର ଛକ ଠାରୁ ନିକୋ ପାର୍କ ପର୍ଯ୍ୟନ୍ତ ଯେଉଁମାନେ ଗୁପ୍‌ଚୁପ୍‌ ବିକ୍ରି କରୁଛନ୍ତି ସେ ସମସ୍ତ ବ୍ୟବସାୟୀଙ୍କୁ ଚିହ୍ନଟ କରାଯିବ । ଦୋକାନୀ ମାନଙ୍କୁ ବିଏମସି ପକ୍ଷରୁ ମାଗଣାରେ ଗୋଟିଏ ପ୍ରକାରର ସ୍ବତନ୍ତ୍ର ଟ୍ରଲି ଦିଆଯିବ । ଦୋକାନୀମାନେ ସ୍ଥାୟୀ ଭାବରେ ନୁହେଁ ବରଂ ବ୍ୟବସାୟୀ ମାନଙ୍କୁ ଗୁପ୍‌ଚୁପ୍‌ ବିକ୍ରି ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ଓପନ ଭେଣ୍ଡିଂ ଜୋନ୍ ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ଗୁପ୍‌ଚୁପ୍‌ ବଜାରରେ ୩୦ରୁ ୪୦ ଦୋକାନ ଖୋଲିପାରିବ । ଏହି ଭେଣ୍ଡିଂ ଜୋନକୁ ଲାଗି ପାର୍କିଂ ଏବଂ ଅନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ମନ ପସନ୍ଦର ଗୁପ୍‌ଚୁପ୍‌ ଗୋଟିଏ ମାର୍କେଟରେ ଉପଲବ୍ଧ କରାଇବାକୁ ବିଏମ୍‌ସି ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

ଅଧିକ ପଢ଼ନ୍ତୁ: କଟକରେ ବଡ଼ ଅଘଟଣ, ଭୁଶୁଡ଼ିଲା ପୁରୁଣା କୋଠା; ଚାଲିଗଲା ୩ ଜୀବନ

ତେବେ ଏହି ଗୁପ୍‌ଚୁପ୍‌ କର୍ଣ୍ଣରରେ ଭଳିକି ଭଳି ଗୁପ୍‌ଚୁପ୍‌ ମିଳିବ । ଦହି ଗୁପ୍‌ଚୁପ୍‌ରୁ ଆରମ୍ଭ କରି ପୁଦିନା ଓ ସ୍ପେଶାଲ ଗୁପ୍‌ଚୁପ୍‌ ମିଳିବ । ଲୋକଙ୍କ ମନ ପସନ୍ଦର ଗୁପ୍‌ଚୁପ୍‌ ଗୋଟିଏ ମାର୍କେଟରେ ଉପଲବ୍ଧ କରାଇବାକୁ ବିଏମ୍‌ସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।

ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମନଇଚ୍ଛା ଗୁପ୍‌ଚୁପ୍‌ ଦୋକାନ ଖୋଲୁଛି । ରାସ୍ତା କଡ଼ରେ ଏପରି ଅଘୋଷିତ ଗୁପ୍‌ଚୁପ୍‌ ଦୋକାନ ଖୋଲୁଥିବା ବେଳେ ରାସ୍ତାରେ ଭିଡ଼ ଜମୁଛି । ଗାଡ଼ି ପାର୍କିଂ ଯୋଗୁଁ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ମଧ୍ୟ ବଢ଼ିବାରେ ଲାଗୁଛି । ଏ ସବୁକୁ ଦୃଷ୍ଟିରେ ରଖି ବିଏମ୍‌ସି ଏପରି ଅଭିନବ ଉପାୟ ଆପଣାଇଛି ।

ଏହି ଗୁପ୍‌ଚୁପ୍‌ ଦୋକାନ ଖୋଲିବା ନେଇ ସମସ୍ତ ମହଲରୁ ସ୍ୱାଗତ କରାଯାଇଛି । ଓପନ ଭେଣ୍ଡିଂ ଜୋନ୍‌କୁ ସଫା ସୁତୁରା କରିବାକୁ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯିବ । ରାମମନ୍ଦିର ଖାଓ ଗଳି ଭଳି ପରିବେଶକୁ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ ହୁଇଲ ଅନ୍‌ ସପ୍‌ ଖୋଲିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Bhubaneswar to Get Special Gupchup Corner by BMC | Argus News