Videos
|
Odisha

Bhubaneswar Waterlogging / ବର୍ଷାରେ ବେହାଲ ରାଜଧାନୀ, ଧସିଲା ରାସ୍ତା...ଘରେ ପଶିଲା ଡ୍ରେନ୍ ପାଣି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବର୍ଷାରେ ବେହାଲ ରାଜଧାନୀ, ଧସିଲା ରାସ୍ତା...ଘରେ ପଶିଲା ଡ୍ରେନ୍ ପାଣି
Bhubaneswar Water Logging

Key Points

ବର୍ଷାରେ ବେହାଲ ରାଜଧାନୀ
ଧସିଲା ରାସ୍ତା, ଘରେ ପଶିଲା ଡ୍ରେନ୍ ପାଣି
ରାତି ତମାମ ବର୍ଷାରେ ରାଜଧାନୀ ହେଲା ପାଣିପାଣି
ଲଗାଣ ବର୍ଷାରେ ବେହାଲ ହେଲା ରାଜଧାନୀ । ଭୁବନେଶ୍ୱରର ଅନେକ ଅଞ୍ଚଳ ହେଲା ଜଳମଗ୍ନ । ମୌସୁମୀ ବର୍ଷାରେ ବେହାଲ ରାଜଧାନୀର ଡ୍ରେନେଜ୍‌ ଭିତ୍ତିଭୂମି ଧସିଲା ରାସ୍ତା, ଘରେ ପଶିଲା ଡ୍ରେନ୍ ପାଣି । କାମରେ ଆସିଲାନି ଭୁବନେଶ୍ବର ମହାନଗର ନିଗମର ମାଷ୍ଟର ପ୍ଲାନ୍‌ । ଏପଟେ ନିଜ ଦାୟିତ୍ୱରୁ ଖସି ଦୋଷ ଲଦିବାରେ ବ୍ୟସ୍ତ ବିଏମସି ।

ବୁଧବାର ରାତିରେ ଲଗାଣ ବର୍ଷା ଫଳରେ ଜଳମଗ୍ନ ହୋଇଛି ଶାନ୍ତିପଲ୍ଲୀ ବସ୍ତି । ଘରର ଆସବାବପତ୍ର ସହ ଖାଦ୍ୟ ସାମଗ୍ରୀ ସବୁ ପାଣିରେ ଭାସି ଯାଇଛି । ସେଭଳି ୪ ନମ୍ବର ୱାର୍ଡର ସ୍ଥିତି ନ କହିବା ଭଲ । ଏହି ୱାଡରେ ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ସେହିପରି କଳିଙ୍ଗ ନଗର ଅଞ୍ଚଳରେ ଗତକାଲିର ଲଗାଣ ବର୍ଷାରେ ରାସ୍ତାରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ସେହିପରି ୩୨ ନମ୍ବର ୱାର୍ଡ ଦେଇ ଯାଇଥିବା କେନାଲ ରୋଡ୍‌ ମଧ୍ୟ ଧସିଯାଇଛି ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂତନ କୂଳପତି, ଦାୟିତ୍ଵ ଗ୍ରହଣ ପୂର୍ବରୁ ଶ୍ରୀଜୀଉଙ୍କ ଦର୍ଶନ କଲେ


ମୌସୁମୀ ବର୍ଷାରେ ବେହାଲ ରାଜଧାନୀ । ବୁଧବାର ରାତିରେ ଆରମ୍ଭ ହୋଇଥିବା ବର୍ଷା ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ ରାଜଧାନୀ ହୋଇ ପଡିଥିଲା ଜଳବନ୍ଦୀ । କେଉଁଠି ବର୍ଷା ପାଣି ଘରେ ପଶିଛି ତ କେଉଁଠି ରାସ୍ତା ଧସିଛି । ଏନେଇ ମେୟରଙ୍କ କହିବା କଥା ହେଲା ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନଦୀରେ ଥିବା ସାଇଫନଗୁଡ଼ିକ ଠିକ୍ ଭାବେ ସଫା ନ ହେବାରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଫଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଛି ।

ପ୍ରତିବର୍ଷ ମୌସୁମୀ ଆସୁଛି ଯାଉଛି, କିନ୍ତୁ ଡ୍ରେନେଜ ସମସ୍ୟାରୁ ମୁକୁଳିପାରୁନାହାନ୍ତି ରାଜଧାନୀବାସୀ । କାଗଜ କଲମରେ ସୀମିତ ରହୁଛି ବିଏମସିର ମାଷ୍ଟରପ୍ଲାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: