Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇଟେକ ହସ୍ପିଟାଲ ଟ୍ରାଜେଡି, ବିସ୍ଫୋରଣ ଘଟଣାରେ ତୃତୀୟ ଗୁରୁତରଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ହାଇଟେକ ହସ୍ପିଟାଲ ଟ୍ରାଜେଡି, ବିସ୍ଫୋରଣ ଘଟଣାରେ ତୃତୀୟ ଗୁରୁତରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ହାଇଟେକ ହସ୍ପିଟାଲ ଟ୍ରାଜେଡି । ବିସ୍ଫୋରଣ ଘଟଣା ରେ ତୃତୀୟ ଗୁରୁତରଙ୍କ ମୃତ୍ୟୁ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡିସେମ୍ବର ୨୯  ତାରିଖ ସନ୍ଧ୍ୟାରେ ହାଇଟେକ ହସପିଟାଲ ଏସି କମ୍ପେସର ମରାମତି କରୁଥିବା ସମୟରେ ହଠାତ କମ୍ପ୍ରେଶର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିରେ ମୋଟ ୪ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତୃତୀୟ ଗୁରୁତର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମନୁଷ୍ୟକୃତ ଭୁଲ ଯୋଗୁଁ ଗତକାଲି ମୃତଦେହ ଅଦଳବଦଳ ଘଟଣା ସାମନାକୁ ଆସିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar hitech medical issue | Argus News