Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଷକୁ ଥରେ ରଙ୍ଗର ପସରା ମେଲାଇ ଆସିଛି ହୋଲି

Jitendra Dash
Browse all articles by Jitendra Dash
·2 years ago·1 min read
ବରଷକୁ ଥରେ ରଙ୍ଗର ପସରା ମେଲାଇ ଆସିଛି ହୋଲି

ଅର୍ଗସ ବ୍ୟୁରୋ : ବରଷକୁ ଥରେ ରଙ୍ଗର ପସରା ମେଲାଇ ଆସିଛି ହୋଲି । ଆଜିର ଦିନରେ ବଡ଼ ସାନ କି ଜାତି ଧର୍ମର ଭେଦଭାବ ନାହିଁ । ସମସ୍ତେ ଆଜି ରଙ୍ଗରେ ରଙ୍ଗୀନ । ସବୁଜ, ନାରଙ୍ଗି, ନାଲି, ନେଳି ଭଳିକି ଭଳି ରଙ୍ଗ । ରାଜଧାନୀରେ ଜୋରସୋରରେ ହୋଇଛି ରଙ୍ଗ ଖେଳ । ରସାୟନ ରଙ୍ଗ ବଦଳରେ ବିଭିନ୍ନ ସ୍ଥାନରେ ଜମିଛି ହର୍ବାଲ ହୋଲି । ଭୁବନେଶ୍ବର ପତଞ୍ଜଳି ଯୋଗ ପରିବାର ପକ୍ଷରୁ ନିଆରା ହୋଲିର ସେଲିବ୍ରେସନ କରାଯାଇଛି । ହୋମ, ଯଜ୍ଞ, ମନ୍ତ୍ର ପାଠ ସହ ବିଭିନ୍ନ ପ୍ରକାର ଫୁଲରେ ହୋଲି ପାଳନ କରାଯାଇଛି । 

ଭୁବନେଶ୍ବର ଚେତନା କ୍ୟାମ୍ପସରେ ମୁକ, ବଧିର ଏବଂ ମାନସିକ ଅନଗ୍ରସର କୁନି କୁନି ପିଲାଙ୍କୁ ନେଇ ପାଳନ ହୋଇଛି ରଙ୍ଗର ଏ ବିରାଟ ପର୍ବ । ଏମାନେ ଅନ୍ୟ ମାନଙ୍କଠାରୁ ଭିନ୍ନ ନୁହନ୍ତି । ଭାଇଚାରାର ଏ ପର୍ବରେ ଏମାନଙ୍କ ପାଇଁ ହୋଇଛି ସ୍ବତନ୍ତ୍ କାର୍ଯ୍ୟକ୍ରମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପଟିଆ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ମାଟି ସାଙ୍ଗକୁ ଫୁଲ, ଫଳ, ମଞ୍ଜିରେ ପ୍ରସ୍ତୁତ ହର୍ବାଲ ରଙ୍ଗ ପରସ୍ପରକୁ ଲଗାଇ ହୋଲି ସେଲିବ୍ରେସନ କରାଯାଇଛି । କେମିକାଲ ରଙ୍ଗଠୁ ଦୂରେଇ ଚନ୍ଦନ,ହଳଦୀ, କୁଂକୁମ, ବେସନ, କରଞ୍ଜ,ନିମ,ଆମ୍ବ ପତ୍ରର ପାଉଡର ବ୍ୟବହାର କରି ଭିନ୍ନ ଢଙ୍ଗରେ ହୋଲି ଖେଳିଛନ୍ତି ମହିଳା । ସବୁଠି ହୋଲିର ଧୁମ୍‌ । ଏବର୍ଷ ରାଜଧାନୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ହୋଇଛି ହୋଲି ସେଲିବ୍ରେସନ । ପୁଣି ଅପେକ୍ଷା ଆର ବର୍ଷକୁ ।
 

Sponsored
bhubaneswar holi celebration | Argus News