|
logo
Live

Argus News - ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର

Odisha

ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର

Jitendra Dash
Browse all articles by Jitendra Dash
·2 years ago·1 min read
ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର

ଅର୍ଗସ ବ୍ୟୁରୋ : କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ଅଣଓଡ଼ିଆ ଠିକାଦାର ଓଡିଶାରେ କାମ କରି ମାଲେମାଲ । ଅନ୍ୟପଟେ ଓଡ଼ିଆ ଠିକାଦାରଙ୍କ ସ୍ଥିତି ବେହାଲ । ଓଡିଶାରେ ଯେକୌଣସି ପ୍ରକଳ୍ପ କାମ ରାଜ୍ୟ ବାହାରର କମ୍ପାନୀକୁ ଦିଆଯାଉଥିବାରୁ ରାଜ୍ୟର ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବର୍ତ୍ତମାନ ଓଡିଶାରେ କ୍ଷମତାରେ ଥିବା ଅନେକ ଅଫିସର ରାଜ୍ୟ ବାହାରର ହୋଇଥିବାରୁ ସମସ୍ତ କାମ ଅଣଓଡ଼ିଆ କମ୍ପାନୀ ଏବଂ ଠିକାଦାରଙ୍କ ହାତକୁ ଯାଉଛି । ଏପଟେ ରାଜ୍ୟର ଠିକାଦାର ମାନେ କମ ଟଙ୍କାରେ କାମ କରୁଥିଲେ ମଧ୍ୟ ରାଜ୍ୟ ବାହାରର ଠିକାଦାରଙ୍କୁ ଅଧିକ ଟଙ୍କାରେ କାମ ଦିଆଯାଉଥିବା କହିଛନ୍ତି ବରିଷ୍ଠ ଠିକାଦାର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନ୍ୟପଟେ ରାଜ୍ୟରେ ସମସ୍ତ ବଡ଼ବଡ଼ ପ୍ରକଳ୍ପ ଅଣଓଡ଼ିଆ ଠିକାଦାରଙ୍କ କବଳରେ ଥିବାବେଳେ ଓଡ଼ିଆ ଠିକାଦାରଙ୍କୁ କେବଳ ଛୋଟଛୋଟ କାମ ମିଳୁଛି । ଅନେକ ପ୍ରକଳ୍ପ କାମରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଣ୍ଟ୍ରାକ୍ଟର ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦେଇ ଗତ ୮ ବର୍ଷରେ ଅଣଓଡ଼ିଆ ଠିକାଦାର ମାନଙ୍କ ଦ୍ୱାରା ହାରାହାରି ୩୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି । ଏହାସହ ପିସି କାରବାର ୨୫ ପ୍ରତିଶତ ଯାଏ ହୋଇଥିବା ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଣ ଓଡ଼ିଆ ଠିକାଦାରଙ୍କ ହାତରେ ରାଜ୍ୟର ଖଣି, ଜଳ ସମ୍ପଦ, ବିଦୁତ ଆବଣ୍ଟନ, ସରକାରୀ ଉନ୍ନୟନ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ କାମ । ଗୋଟିଏ ପଟେ ଓଡିଶାର ଠିକାଦାର କାମ ନପାଇ ହାତବାନ୍ଧି ବସୁଥିବାବେଳେ ଅଣ ଓଡ଼ିଆ ଠିକାଦାରଙ୍କ ସଂଖ୍ୟା ବୃଦ୍ଧି ଠିକାଦାରୀ କ୍ଷେତ୍ରରେ ସମସ୍ୟା ବଢ଼ାଉଛି । ସରକାର ରାଜ୍ୟ ସ୍ବାର୍ଥ ଓ ଓଡ଼ିଆ ଠିକାଦାରଙ୍କ ସ୍ବାର୍ଥ ପ୍ରତି ଗୁରୁତ୍ବ ଦେବାକୁ ଦାବି ତେଜୁଛି ।

Sponsored
ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର | Argus News