Argus News - ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର
ଅଣଓଡ଼ିଆ ଅଫିସରଙ୍କ ପାଇଁ ଓଡ଼ିଆ ଠିକାଦାର ହରାଉଛନ୍ତି ରୋଜଗାର
By: Jitendra Dash
Odisha| Mon, Dec 11 | 6:52 am
ଅର୍ଗସ ବ୍ୟୁରୋ : କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ଅଣଓଡ଼ିଆ ଠିକାଦାର ଓଡିଶାରେ କାମ କରି ମାଲେମାଲ । ଅନ୍ୟପଟେ ଓଡ଼ିଆ ଠିକାଦାରଙ୍କ ସ୍ଥିତି ବେହାଲ । ଓଡିଶାରେ ଯେକୌଣସି ପ୍ରକଳ୍ପ କାମ ରାଜ୍ୟ ବାହାରର କମ୍ପାନୀକୁ ଦିଆଯାଉଥିବାରୁ ରାଜ୍ୟର ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବର୍ତ୍ତମାନ ଓଡିଶାରେ କ୍ଷମତାରେ ଥିବା ଅନେକ ଅଫିସର ରାଜ୍ୟ ବାହାରର ହୋଇଥିବାରୁ ସମସ୍ତ କାମ ଅଣଓଡ଼ିଆ କମ୍ପାନୀ ଏବଂ ଠିକାଦାରଙ୍କ ହାତକୁ ଯାଉଛି । ଏପଟେ ରାଜ୍ୟର ଠିକାଦାର ମାନେ କମ ଟଙ୍କାରେ କାମ କରୁଥିଲେ ମଧ୍ୟ ରାଜ୍ୟ ବାହାରର ଠିକାଦାରଙ୍କୁ ଅଧିକ ଟଙ୍କାରେ କାମ ଦିଆଯାଉଥିବା କହିଛନ୍ତି ବରିଷ୍ଠ ଠିକାଦାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ରାଜ୍ୟରେ ସମସ୍ତ ବଡ଼ବଡ଼ ପ୍ରକଳ୍ପ ଅଣଓଡ଼ିଆ ଠିକାଦାରଙ୍କ କବଳରେ ଥିବାବେଳେ ଓଡ଼ିଆ ଠିକାଦାରଙ୍କୁ କେବଳ ଛୋଟଛୋଟ କାମ ମିଳୁଛି । ଅନେକ ପ୍ରକଳ୍ପ କାମରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଣ୍ଟ୍ରାକ୍ଟର ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦେଇ ଗତ ୮ ବର୍ଷରେ ଅଣଓଡ଼ିଆ ଠିକାଦାର ମାନଙ୍କ ଦ୍ୱାରା ହାରାହାରି ୩୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି । ଏହାସହ ପିସି କାରବାର ୨୫ ପ୍ରତିଶତ ଯାଏ ହୋଇଥିବା ଅଭିଯୋଗ ହୋଇଛି ।
ଅଣ ଓଡ଼ିଆ ଠିକାଦାରଙ୍କ ହାତରେ ରାଜ୍ୟର ଖଣି, ଜଳ ସମ୍ପଦ, ବିଦୁତ ଆବଣ୍ଟନ, ସରକାରୀ ଉନ୍ନୟନ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ କାମ । ଗୋଟିଏ ପଟେ ଓଡିଶାର ଠିକାଦାର କାମ ନପାଇ ହାତବାନ୍ଧି ବସୁଥିବାବେଳେ ଅଣ ଓଡ଼ିଆ ଠିକାଦାରଙ୍କ ସଂଖ୍ୟା ବୃଦ୍ଧି ଠିକାଦାରୀ କ୍ଷେତ୍ରରେ ସମସ୍ୟା ବଢ଼ାଉଛି । ସରକାର ରାଜ୍ୟ ସ୍ବାର୍ଥ ଓ ଓଡ଼ିଆ ଠିକାଦାରଙ୍କ ସ୍ବାର୍ଥ ପ୍ରତି ଗୁରୁତ୍ବ ଦେବାକୁ ଦାବି ତେଜୁଛି ।
Sponsored By!
No ad found
Related Articles :